ମୂର୍ତ୍ତି ପ୍ରତିଷ୍ଠା ପରେ ଭାବ ବିହ୍ଵଳ ହୋଇଗଲେ ମୂର୍ତ୍ତି କାରୀଗର ଯୋଗୀରାଜ । କାନ୍ଦି କାନ୍ଦି କହିଲେ ” ମୁଁ ପୃଥିବୀର ସବୁଠାରୁ ଭାଗ୍ୟବାନ ମଣିଷ ” ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସକୁ କାହିଁ କେଉଁ କାଳରୁ ଲୋକେ ଅପେକ୍ଷା କରିଥିଲେ । ଆଉ ସେହି ଦିନ ଆସି ଯାଇଛି ମଧ୍ୟ । କିନ୍ତୁ ତାହା ପଛରେ କେତେ ଯେ ପରିଶ୍ରମ ରହିଛି ତାହା କିଏ କହିବ ? ରାମ ଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ବ୍ୟକ୍ତିଙ୍କୁ ମଧ୍ୟ ବର୍ତ୍ତମାନ ଦେଶର ସବୁ ଲୋକ ଜାଣିଛନ୍ତି ।

ଆଉ ସେ ମଧ୍ୟ ନିଜର ଅନୁଭୂତିକୁ ଲୋକଙ୍କ ସହିତ ସେୟାର କରିଛନ୍ତି ଯେ କିଭଳି ସେ କେତେ ଖୁସି ଅଛନ୍ତି ରାମଙ୍କ ମୂର୍ତ୍ତି ଗଢ଼ି । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସଂପନ୍ନ ହୋଇଛି । ପ୍ରାଣ ପ୍ରତିଷ୍ଠା ପରେ ସେହି ଦିବ୍ୟ ପୁରୁଷଙ୍କ ଦର୍ଶନ ପାଇଁ ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜ ନିଜକୁ ଅଟକାଇ ପାରି ନଥିଲେ । ଆଖି ଛଳ ଛଳ ସହିତ କୋହଭରା କଣ୍ଠରେ କହିଛନ୍ତି ଯେ , ମୁଁ ହେଉଛି ପୃଥିବୀର ସବୁଠାରୁ ଭାଗ୍ୟବାନ ମଣିଷ ।

ମୋର ପୂର୍ବ ପୁରୁଷ , ପରିବାର ଏବଂ ସଦସ୍ୟ ଏବଂ ପ୍ରଭୁ ରାମଚନ୍ଦ୍ରଙ୍କ ଆଶୀର୍ବାଦ ମୋ ଉପରେ ରହିଛି । ଏସବୁ ଦେଖି ମୋତେ ଏବେବି ବିଶ୍ୱାସ ହେଉ ନାହିଁ । ତାଙ୍କୁ ସବୁକିଛି ସ୍ୱପ୍ନ ଲାଗୁଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜ ଏମିତି କିଛିବି କହିଛନ୍ତି । ରାମ ଲାଲାଙ୍କ ମୂର୍ତ୍ତି ଗଢ଼ି ଅରୁଣ ଯୋଗୀରାଜ ବର୍ତ୍ତମାନ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଅରୁଣ କର୍ଣ୍ଣାଟକର ପ୍ରସିଦ୍ଧ ଶିଳ୍ପୀ ମାନଙ୍କ ବଂଶରୁ ଆସିଥିବା ଜଣେ ବିଶିଷ୍ଟ ଶିଳ୍ପୀ ଅଟନ୍ତି । ସେ ଖୁବ ଅଳ୍ପ ବୟସର ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ । ତାଙ୍କ ବାପା ଏବଂ ଜେଜେବାପାଙ୍କ ଠାରୁ ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ।

ଏହାପରେ ମୂର୍ତ୍ତି ଗଢ଼ିବା ତାଙ୍କ ପାଇଁ ଯେମିତି ଏକ ନିଶା ପାଲଟି ଯାଇଥିଲା । ହୁଏତ ମୂର୍ତ୍ତି ଗଢ଼ିବାରେ ତାଙ୍କର ଅନେକ ଅଭିଜ୍ଞତା ଥିଲା କିନ୍ତୁ ଶ୍ରୀରାଙ୍କର ଏଭଳି ମୂର୍ତ୍ତି ଅତି ନିଖୁଣ ଭାବରେ ଗଢ଼ିବା ପଛରେ ତାଙ୍କୁ କେତେଯେ କଷ୍ଟ ସହିବାକୁ ପଡ଼ିଥିଲା , ତାହା କେବଳ ସେ ହିଁ ଜାଣିଛନ୍ତି । ଯେତେବେଳେ ସେ ରାମଙ୍କ ମୂର୍ତ୍ତିକୁ ଗଢ଼ିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ଆଖିରେ ପ୍ରବଳ ଯନ୍ତ୍ରଣା ଅନୁଭୂତ ହୋଇଥିଲା ।

ସେ କେମିତି ମୂର୍ତ୍ତି ନିର୍ମାଣ କରିବେ ତାହା ଭାବିପାରୁ ନଥିଲେ । ମାତ୍ର ମୂର୍ତ୍ତି ନିର୍ମାଣ କରିବାକୁ ବସିବା ମାତ୍ରେ ତାଙ୍କର ଯନ୍ତ୍ରଣା ଯେମିତି କୁଆଡ଼େ ଗାଏବ ହୋଇ ଯାଉଥିଲା । ଆଉ ସେ ମୂର୍ତ୍ତିକୁ ଏଭଳି ଏତେ ସୁନ୍ଦର ଭାବରେ ଗଢ଼ିଲେ ତାହା ବି ସେ ଜାଣିପାରୁ ନାହାଁନ୍ତି । ଆଉ ଆଜି ରାମ ଲାଲାଙ୍କର ସେହି ଅପୂର୍ବ ସୁସଜ୍ଜିତ ମୂର୍ତ୍ତି ଦେଖି ଛଳ ଛଳ ଆଖିରେ କହିଛନ୍ତି ଯେ ସେ ଦୁନିଆର ସବୁଠାରୁ ଭାଗ୍ୟବାନ ମଣିଷ ଅଟନ୍ତି ।

Leave a Reply

Your email address will not be published. Required fields are marked *