ପୂର୍ବତନ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ଜମିକୁ ହଡ଼ପ କରିବାକୁ ଷଡ଼ଯନ୍ତ୍ର…ପୁରା ଘଟଣା ସାମ୍ନାକୁ ଆସିବ।

ସେଦିନର ସୁପରଷ୍ଟାର ଶ୍ରୀରାମ ପଣ୍ଡା ଏବେ ଯିଏ ସନ୍ୟାସୀ ହୋଇଯାଇଛନ୍ତି ଏବେ ତାଙ୍କ ଜମି ପାଇଁ ମାଡ଼ଗୋଳ ଚାଲିଛି। ଏବେ ତାଙ୍କ ଜମିକୁ ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି।।ଏଠି ଆମେ ଜଣେଇ ଦେଉଛୁ କି ଦିନେ ଶ୍ରୀରାମ ପଣ୍ଡାଙ୍କ ଆକାଶ ଛୁଆଁ ବ୍ୟକ୍ତିତ୍ବ ଥିଲା। ଶ୍ରୀରାମ ପଣ୍ଡାଙ୍କୁ ଦେଖିଲେ ମନେପଡେ ସେଇ ଲମ୍ବା ଲମ୍ବା ଚୁଟି ସେଇ ହେଲ ଲଗା ପ୍ୟାଣ୍ଟ ପୁରା ଲମ୍ବା ଆଉ ପତଳା ଚେହେରା। ଆଉ ଶ୍ରୀରାମ ପଣ୍ଡା ଥିଲେ ସେତେବେଳର ସୁପରଷ୍ଟାର।

ଏବେ ଭୁବନେଶ୍ୱରର ଚନ୍ଦ୍ରଶେଖର ପୁରରେ ଥିବା ତାଙ୍କର ଏକ ଜମିକୁ ନେଇ ବେଶ କିଛି ବାଦ ବିବାଦ ସାମ୍ନାକୁ ଆସିଛି। ଏଠି ଜଣେଇ ଦେବାକୁ ଚାହିଁବୁ ଭୁବନେଶ୍ୱରର ଅରୁଣ ସ୍ୱାଇଁ ନାମକ ଏକ ବ୍ୟକ୍ତି ତ୍ରିପୁରା ମିଶ୍ରଙ୍କ ଠାରୁ ଏକ ଜମି କିଣିଥିଲେ। ତ୍ରିପୁରା ମିଶ୍ର ହେଉଛନ୍ତି ସିନେ ତାରକା ଶ୍ରୀରାମ ପଣ୍ଡାଙ୍କ ପତ୍ନୀ।

ଯେତେବେଳେ ଶ୍ରୀରାମ ପଣ୍ଡା ସନ୍ନ୍ୟାସୀ ହୋଇଗଲେ ସେତେବେଳେ ରାଜ୍ୟ ସରକାରଙ୍କ ଠାରୁ ଶ୍ରୀରାମ ପଣ୍ଡାଙ୍କୁ ମିଳିଥିବା ଜମିର କାଗଜପତ୍ର ସବୁ ତାଙ୍କ ସ୍ତ୍ରୀକିକୁ ଦେଇ ଦେଇ ଥିଲେ।ଏମିତିକି ପତ୍ନୀ ତ୍ରିପୁରାଙ୍କୁ ସେଇ ଜମିର ପାୱାର ଓଫ ଏଟନି ଅର୍ଥାତ ଉକ୍ତ ଜମିକୁ ସେ କିଣାବିକା କରିପାରିବାର କ୍ଷମତା ଶ୍ରୀରାମ ପଣ୍ଡା ତାଙ୍କ ପତ୍ନୀ ତ୍ରିପୁରାଙ୍କୁ ଦେଇଥିଲେ। ଏକଥା ସେତେବେଳର ଯେତେବେଳେ ଶ୍ରୀରାମ ପଣ୍ଡା ସନ୍ନ୍ୟାସୀ ହେଲେ।

ହଁ ଆଜ୍ଞା ଏହି କ୍ରମରେ ତ୍ରିପୁରା ଉକ୍ତ ଜମିକୁ ଅରୁଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ଆଉ ଏବେ ଅରୁଣ ସ୍ୱାଇଁ ଯାଇଛନ୍ତି ଥାନାକୁ। କାରଣ ଜଗତସିଂହପୁର ଅଞ୍ଚଳର ଜଣେ ମହିଳା ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ସେହି ଜମିର ଦଲାଲ କାଗଜପତ୍ର ପ୍ରସ୍ତୁତ କରି ତାକୁ ହଡ଼ପ କରିବାକୁ ଉଦ୍ୟମ କରିଛନ୍ତି।

ଅରୁଣ ଯିଏ ଶ୍ରୀରାମ ପଣ୍ଡାଙ୍କ ପତ୍ନୀଙ୍କ ଠାରୁ ଜାଗା କିଣିଛନ୍ତି ତାଙ୍କ କହିବା କଥା ଭୁବନେଶ୍ୱରରେ ଏହି ବ୍ୟକ୍ତି ଆଉ ଜଗତସିଂହପୁରର ଜଣେ ମହିଳା ତାଙ୍କ ଜମିକୁ ହଡ଼ପ କରିବା ପାଇଁ ଯୋଜନା କରିଛନ୍ତି। ପରବର୍ତ୍ତୀ ସମୟରେ ଯେତେବେଳେ ସବୁ କାଗଜପତ୍ର ଠିକ ଥିବାରୁ ଅରୁଣ କୋର୍ଟ ଯିବାକୁ ବାହାରିଲେ ସେତେବେଳେ ସବୁକିଛି ବୁଝାବୁଝି ହୋଇଯାଇଥିଲା। ଆଉ ତାପରେ ଅରୁଣ ସେଇ ଉକ୍ତ ପ୍ଲଟରେ ଏକ ଗେଟ ମଧ୍ୟ ଲଗାଇଦେଇଥିଲେ।

କିନ୍ତୁ କିଛି ଦିନ ପରେ ଯେଉଁ କଥାକୁ ସେଇ କଥା। ଜଗତସିଂହପୁରର ଜଣେ ମହିଳା ଭୁବନେଶ୍ୱରର ଜଣେ ବ୍ୟକ୍ତି ସେହି ଗେଟକୁ ଭାଙ୍ଗିଦେଲେ। ଆଉ ତାପରେ ସେଠାରେ ଘର ତିଆରି ସାମଗ୍ରୀ ଲୁହା ବାଲି ଇଟା ସିମେଣ୍ଟ ମଧ୍ୟ ସବୁ ପକାଇଦେଲେ। ଆଉ ଏବେ ସେଇ କାଗଜପତ୍ରକୁ ନେଇ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି ସେହି ଶ୍ରୀରାମ ପଣ୍ଡାଙ୍କ ପତ୍ନୀଙ୍କ ଠାରୁ ଜାଗା କିଣିଥିବା ଅରୁଣ ସ୍ୱାଇଁ।

ହାଇକୋର୍ଟରେ ବିଚାର କରି ଏହି ମାମଲା ରୁଜୁ କରି ତଦନ୍ତ ପରେ ରିପୋର୍ଟ ଦେବାକୁ ଚାଉଳିଆଗଞ୍ଜ ଥାନାକୁ ନିର୍ଦେଶ ଦେଇଛନ୍ତି। ପୋଲିସ ଏକ ମାମଲା ରୁଜ୍ଜୁ କରି ଉଭୟଙ୍କୁ ସମସ୍ତ କାଗଜପତ୍ର ଆଣି ଦାଖଲ କରିବାକୁ ନୋଟିସ ଦେବାର ସୂଚନା ମିଳିଛି। ତେବେ ଜାଣିବାକୁ ବାକି ରହିଲା ଶ୍ରୀରାମ ପଣ୍ଡା ସନ୍ନ୍ୟାସୀ ହୋଇଯିବା ପରେ ତାଙ୍କ ଜାଗାକୁ ନେଇ କଣ ସବୁ ନାଟ ଲାଗିଛି।

Leave a Reply

Your email address will not be published. Required fields are marked *