କାରଖାନା ଉପରେ ଫାଇନ ଲଗାଇଲା ବିଏମସି । ମନ ଦୁଃଖରେ ଏମିତି କିଛି କହିଲେ କାର-ଖାନର ମାଳିକାଣୀ ।

ରାଜଧାନୀରେ ଜଣେ ମହିଳାଙ୍କ କାର-ଖାନ ଉପରେ ବିଏମସିର ଫାଇନ ପରେ ବର୍ତ୍ତମାନ ସେହି ମହିଳା ଜଣକ କିଛି ଏଭଳି କହିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳା ଜଣକ ଏହା କହୁଥିବାର ଶୁଣିଥିବେ ଯେ ତାଙ୍କ ପାଖରେ ଫୁଡ଼ ଲାଇସେନ୍ସ ଥିବା ସତ୍ତ୍ୱେବି ବିଏମସି ଆଉ ଏକ ଲାଇସେନ୍ସ ମାଗି ଫାଇନ ଲଗାଇଛି ।

ଯେଉଁ ମାମଲା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳା ଜଣକ କିନ୍ତୁ କହିଛନ୍ତି ଯେ ଖୁଆଇବା ସେ ବନ୍ଦ କରବେନି ବରଂ ଚାରି ପାଞ୍ଚଟି କିମ୍ବା ଯେତେବି ଲାଇସେନ୍ସ ଆବେଦନ କରିବାକୁ ପଡ଼ିବ ସେ ତାହା କରିବେ । ତାଙ୍କ କହିବା ଅନୁଯାୟୀ ଯେଉଁ ସ୍ଥାନରେ ରୋଷେଇ ହୁଏ ସେହି ସ୍ଥାନର ଲାଇସେନ୍ସ ରହିଛି ।

କିନ୍ତୁ ବିଏମସିର ଦାବି ଯେ ଯେଉଁ ଜାଗାରେ ତାଙ୍କ କାର-ଖାନର ଭ୍ୟାନ ଲାଗୁଛି ସେହି ସ୍ଥାନର ଲାଇସେନ୍ସ ଆବଶ୍ୟକ । ଯେଉଁ ବିଷୟରେ ମହିଳା ଜଣକ ପୂର୍ବରୁ ଜାଣି ନଥିବା କହିଛନ୍ତି । ଏପଟେ ବିଏମସି ଏହା କହିଛି ଯେ ଯେଉଁ ଜାଗାରେ ଖାଦ୍ୟ ଦିଆଯାଉଛି ସେହି ସ୍ଥାନାର ଅପନ ଟ୍ରେଡ଼ ଲାଇସେନ୍ସ ମଧ୍ୟ ଦରକାର ।

ଆଜିବି ସବୁଦିନ ଭଳି ଲୋକେ ଖାଇବା ପାଇଁ ଆସିଥିଲେ । ଏପଟେ ଭ୍ୟାନ ମଧ୍ୟ ଆସି ଲାଗିଛି । ଖାଇବା ପାଇଁ ସବୁ କିଛି ଠିକ ଥିଲା । କିନ୍ତୁ ଏପଟେ ବିଏମସିର ଅଫିସର ଆସି ମହିଳାଙ୍କୁ ସେହି ସ୍ଥାନର ଲାଇସେନ୍ସ ମାଗିଥିଲେ । ଯାହାକୁ ନେଇ ଅଳ୍ପ ସମୟ ମଧ୍ୟରେ ହିଁ ସେହି ସ୍ଥାନରେ ଭିଡ଼ ଲାଗି ଯାଇଥିଲା ।

ଏପଟେ ବିଏମସି ଆସିବା କାରଣରୁ ହିଁ ରୋଡ଼ ଟ୍ରାଫିକ ଥିବା କହିଛନ୍ତି ମାଲିକାଣୀ । ପୂର୍ବରୁ ଏଭଳି କିଛି ନିୟମ ନଥିଲା କିମ୍ବା କାର୍ଯ୍ୟକାରୀ ହୁଏତ କରାଯାଇ ନଥିଲା । କିନ୍ତୁ ବର୍ତ୍ତମାନ ଯଦି ମହିଳା ଏହି ଲୋକେସନ ଛାଡ଼ି ଅନ୍ୟ କୌଣସି ଲୋକେସନରେ ଭ୍ୟାନ ଲଗାନ୍ତି ତେବେ ମଧ୍ୟ ତାକୁ ଆଉ ଏକ ଲାଇସେନ୍ସ ଆବେଦନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଆଉ ଏଥିପାଇଁ ସେ ଯେତିକି ଲାଇସେନ୍ସ ଆବେଦନ କରିବାକୁ ପଡ଼େ ସବୁ କରିବେ । ତେବେ ଏହି ନିୟମ କେବଳ ତାଙ୍କୁ କିମ୍ବା ଅନ୍ୟ ମାନଙ୍କୁ ମଧ୍ୟ ଲାଗୁ ତାହା ପରେ ଜଣା ପଡ଼ିବ । କିନ୍ତୁ ମହିଳା ଜଣକ ଖୁଆଇବା ବନ୍ଦ କରିବେ ନାହିଁ ବୋଲି ମିଡିଆରେ କହିଛନ୍ତି ।

Leave a Reply

Your email address will not be published. Required fields are marked *