ଅନଲାଇନରେ ମିଳିବନି ରାମଙ୍କ ପ୍ରସାଦ । ଅନଲାଇନରେ ରାମଙ୍କ ପ୍ରସାଦ ଉପଲବ୍ଧ ହେବ ବୋଲି ଶୁଣିବାକୁ ମିଳୁଥିଲା ।

ଅନଲାଇନରେ ମିଳିବନି ଶ୍ରୀରାମଙ୍କ ପ୍ରସାଦ । ତେବେ ବନ୍ଧୁଗଣ ଗତ କିଛିଦିନ ତଳେ ଅନଲାଇନରେ ରାମଙ୍କ ପ୍ରସାଦ ଉପଲବ୍ଧ ହେବ ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଖଣ୍ତନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ହଁ ଆଜ୍ଞା ଅନଲାଇନ୍ ମାଧ୍ଯମରେ ଭକ୍ତଙ୍କୁ ପ୍ରସାଦ ମିଳିବା କଥା ସମ୍ପୂର୍ଣ ମିଥ୍ୟା । ଏହା ଏବେ ସ୍ପଷ୍ଟ ହୋଇଛି ଯେ ଭକ୍ତଙ୍କ ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ କୌଣସି ପ୍ରସାଦ ଅନଲାଇନରେ ଉପଲବ୍ଧ ନାହିଁ ବୋଲି କୁହାଯାଇଛି ।

ପ୍ରସାଦ ବଣ୍ଟନ ନେଇ କୌଣସି ଏଜେନ୍ସିଙ୍କୁ ଦାୟିତ୍ୱ ଦିଆ ଯାଇନାହିଁ । ଏଣୁ ମନ୍ଦିର ତରଫରୁ ଇଣ୍ଟରନେଟରେ ପ୍ରସାଦ ବଣ୍ଟନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଜଣେ ମେମ୍ୱର କହିଛନ୍ତି । ଗତ କିଛିଦିନ ତଳେ ଅନଲାଇନରେ ପ୍ରସାଦ ମିଳୁଛି ବୋଲି ଖବର ପ୍ରକାଶ ପାଇଥିଲା । ଆଉ ତା ପରେ କିଛି ଲୋକ ମଧ୍ୟ ରାମଙ୍କ ପ୍ରସାଦ ଘରେ ବସି ପାଇବେ ବୋଲି ଅନଲାଇନ୍ ରେ ଅର୍ଡର କରିଥିଲେ । କିନ୍ତୁ ଏକଥାକୁ ଏବେ ଖଣ୍ଡନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ।

ଅନେକ ଗୁଡ଼ିଏ ୱେବସାଇଟ ଶ୍ରୀରାମ ମନ୍ଦିରର ପ୍ରସାଦ ଯୋଗାଇ ଦେଉଛନ୍ତି ବୋଲି ବିଜ୍ଞାପନ ଦେଇଥିଲେ । କିନ୍ତୁ ଭକ୍ତଙ୍କ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୌଣସି ପ୍ରସାଦ ଅନଲାଇନରେ ଉପଲବ୍ଧ ନାହିଁ ବୋଲି ସ୍ପଷ୍ଟୀକରଣ ରଖି ଏହାକୁ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏପରି ବିବୃତ୍ତି ଜାରି କରାଯାଇଛି । ଅନଲାଇନରେ ରାମ ମନ୍ଦିର ତରଫରୁ କୌଣସି ପ୍ରସାଦ ବଣ୍ଟନ କରାଯାଉନାହିଁ ବୋଲି ରୋକ ଠୋକ ଭାବେ ଶୁଣାଇ ଦିଆଯାଇଛି ।

ନିଜେ ମନ୍ଦିର କିମ୍ବା ଅନ୍ୟ କୌଣସି ଏଜେନ୍ସି ଦ୍ୱାରା କୌଣସି ପ୍ରକାର ପ୍ରସାଦ ବଣ୍ଟନ ହେଉନାହିଁ । ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜଣେ କର୍ମକର୍ତ୍ତା କହିଛନ୍ତି ଯେ, ମନ୍ଦିର ଟ୍ରଷ୍ଟ ଭକ୍ତଙ୍କ ସେବା ପାଇଁ ରହିଛି । ଏହା କୌଣସି ପ୍ରକାର ପ୍ରସାଦ ବଣ୍ଟନର ବ୍ୟବସାୟ ଆରମ୍ଭ କରିନାହିଁ । ପ୍ରସାଦ କେବଳ ମନ୍ଦିର ଭିତରେ ଭକ୍ତ ପାଇଁ ବିନା ମୂଲ୍ୟରେ ଉଦ୍ଦିଷ୍ଟ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ଅନଲାଇନରେ ବ୍ୟବସାୟ ଆରମ୍ଭ ହୋଇନାହିଁ । ଗତ କିଛିଦିନ ତଳେ ରାମଲାଲାଙ୍କ ପ୍ରସାଦ ଘରକୁ ଘର ମାଗଣାରେ ବାଣ୍ଟିବାକୁ ଯୋଜନା ପ୍ରସ୍ତୁତ କରିଥିଲା ଏକ ଘରୋଇ କମ୍ପାନୀ ।

Leave a Reply

Your email address will not be published. Required fields are marked *