ରିୟଲ ଲାଇଫରେ ଅଙ୍କିତାଙ୍କ ସହିତ ପ୍ରେମ ସମ୍ପର୍କ ବିଷୟରେ ମୁହଁ ଖୋଲିଲେ ମାନସ । କହିଲେ ଭଲ ପାଇବା ପାଇଁ ……….

ଓଡ଼ିଆ ସିରିଏଲ ଜଗତର ଅଭିନେତା ମାନସ ମହାପାତ୍ରଙ୍କୁ ଆପଣ ମାନେ ନିଶ୍ଚିତ ଭଲ ଭାବରେ ଜାଣିଥିବେ । ସୁନା ଝିଅ ସିରିଏଲରେ ମାନସ ବର୍ତ୍ତମାନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହାବ୍ୟତୀତ ଫିମେଲ ଲିଡ଼ରେ ଅଛନ୍ତି ଅଙ୍କିତା । ଆଉ ଦୁହିଁଙ୍କ କ୍ୟାମେଷ୍ଟ୍ରି ବେଶ ଭଲ ଲାଗିଥାଏ । ଆଉ ଫ୍ୟାନ ମଧ୍ୟ କହନ୍ତି ଯେ ଉଭୟେ ବୋଧହୁଏ ରିୟଲ ଲାଇଫ ପାର୍ଟନର ।

କିନ୍ତୁ ବର୍ତ୍ତମାନ ମାନସ ଏହି କଥା ଉପରୁ ପରଦା ଉଠାଇଛନ୍ତି । ମାନସଙ୍କର ଜନ୍ମ ବାରିପଦାରେ ଏବଂ ସେ ବର୍ତ୍ତମାନ ଭୁବନେଶ୍ୱରରେ ରହନ୍ତି । ପରିବାର କହିଲେ ତାଙ୍କ ବାପା ଏବଂ ତାଙ୍କ ମା’ । ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ଚାକିରୀ ମଧ୍ୟ କରୁଥିଲେ କିନ୍ତୁ ତାଙ୍କୁ ଶାନ୍ତି ଦରକାର ଥିଲା ଯେଉଁ କାରଣରୁ ସେ ଚାକିରୀ ଛାଡ଼ିଦେଲେ ।

ଏହାପରେ ଅଭିନୟ ଜଗତରେ ନିଜର କ୍ୟାରିଅର ବନାଇ ଥିଲେ । ବର୍ତ୍ତମାନ ସେ ସୁନା ଝିଅ ସିରିଏଲରେ ଅଭିନୟ କରି ଦର୍ଶକଙ୍କର ବେଶ ପ୍ରିୟ ହୋଇ ପାରିଛନ୍ତି । ତାଙ୍କୁ ଯେତେବେଳେ ଅଙ୍କିତାଙ୍କ ସହିତ ତାଙ୍କର ସ-ମ୍ପର୍କ ବିଷୟରେ ପଚରା ଯାଇଥିଲା , ସେ କହିଥିଲେ ଯେ ପ୍ରଫେସନାଲ ଲାଇଫରେ ଏମିତି ଅନେକ ଝିଅଙ୍କ ସହିତ ତାଙ୍କର ଲୋଭ୍ କ୍ୟାମେଷ୍ଟ୍ରି ଷ୍ଟୋରି ରହିଛି କିନ୍ତୁ ତାହା କେବଳ ଅନ ସ୍କ୍ରିନରେ ହିଁ ସୀମିତ । ବୋଣ୍ଡିଙ୍ଗ ଭଲ ଥାଇପାରେ କିନ୍ତୁ ତାହା କୌଣସି ପ୍ରକାରର ଲୋଭ୍ ନୁହେଁ । ଘର ବାରିପଦାରେ ହୋଇଥିବାରୁ ତାଙ୍କର ମୁଢ଼ି ପସନ୍ଦ ଏବଂ ସେ ଦିଲ୍ଲୀରେ ରହିବା ସମୟରେ ସେ ଘରକୁ ଯେତିକି ମିସ କରି ନଥିଲେ ମୁଢ଼ିକୁ ସେତିକି ମିସ କରୁଥିଲେ ।

ମାନସଙ୍କୁ ଯେତେବେଳେ ତାଙ୍କର କେହି ରିୟଲ ଲାଇଫ ଲୋଭ୍ ପାର୍ଟନର ଅଛନ୍ତି କି ନାହିଁ ପଚରା ଯାଇଛି ସେ ବିଷୟରେ ସେ ମନା କରିଛନ୍ତି । କହିଛନ୍ତି ଯେ ଯାଦି ଭବିଷ୍ୟତରେ ତାଙ୍କୁ ବୁଝିବା ଭଳି ଏବଂ ତାଙ୍କ ବାପା ମା’ଙ୍କ ସହିତ ରହିବା ଭଳି ପାର୍ଟନର ମିଳିଯାଏ ତେବେ ସେ ନିଶ୍ଚୟ ବିବାହ କରିବେ । କିନ୍ତୁ ସେ ପର୍ଯ୍ୟନ୍ତ ସେ ସେସବୁକୁ ଟାଇମ ଦେବାକୁ ଚାହାଁନ୍ତି ।

ମାନସଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ସୁନା ଝିଅ ସିରିଏଲରେ ଅଭିନୟ ଜାରି ରଖିଛନ୍ତି ଏବଂ ତାଙ୍କୁ ଆଗକୁ ଅନେକ ଅଫର ଆସିବାର ଅଛି ବୋଲି କହିଛନ୍ତି । ସୁନା ଝିଅ ବ୍ୟତୀତ ସେ ଆଗରୁ ଆଉ ଏକ ସିରିଏଲରେ ଲିଡ଼ ଆକ୍ଟର ଭାବରେ ଅଭିନୟ କରିଛନ୍ତି । କିନ୍ତୁ ପୂର୍ବରୁ ସେ ଏକାଧିକ ସିରିଏଲ କରି ସାରିଛନ୍ତି ।

Leave a Reply

Your email address will not be published. Required fields are marked *