ଭାରତ ସହିତ ଲାଗିବା ମାଳଦ୍ବୀପ ପାଇଁ ପଡ଼ିଲା ମହଙ୍ଗା । ଏବେ ପାକିସ୍ତାନ ପରି ହୋଇଯିବ ବର୍ବାଦ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ମାଳଦ୍ବୀପକୁ ମହଙ୍ଗା ପଡ଼ିଛି । ସୋସିଆଲ ମିଡିଆରେ ମାଳଦ୍ବୀପକୁ ବହିଷ୍କାର ଦାବି ଜୋରଦାର ହେବା ପରେ ଭାରତୀୟ ଟ୍ରାଭେଲ କମ୍ପାନୀ ଗୁଡ଼ିକ ମାଳଦ୍ବୀପର ବିମାନ ଏବଂ ହୋଟେଲ ବୁକିଂ ସବୁ କ୍ୟାନସେଲ କରି ଦେଇଛନ୍ତି । ମାଳଦ୍ବୀପ ମନ୍ତ୍ରୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରିବା ପରେ ନରେନ୍ଦ୍ର ମୋଦୀଙ୍କ ତରଫରୁ ମାଳଦ୍ବୀପ ରାଷ୍ଟ୍ରଦୂତଙ୍କୁ ସମନ ପଠା ଯାଇଥିଲା । ଆଉ ତୁରନ୍ତ ମାଲଦ୍ବୀପ ହାଇ କମିଶନର ଇବ୍ରାହିମ ସାହିବ ବୈଦେଶିକ ମନ୍ତ୍ରାଳୟରେ ପହଞ୍ଚିଥିଲେ । ନରେନ୍ଦ୍ର ମୋଦୀଙ୍କ ଉପରେ ଏଭଳି ଅପମାନ ଜନକ ମନ୍ତବ୍ୟକୁ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଇବ୍ରାହିମ ସାହିବଙ୍କୁ ଭାରତ ତାଗିଦ କରିଥିଲା ।

ଏହାପରେ ମାଲଦ୍ବୀପ ସରକାର ତୁରନ୍ତ ଆପତ୍ତି ଜନକ ଟିପ୍ପଣୀ ଦେଇଥିବା ତିନି ଜଣ ମନ୍ତ୍ରୀଙ୍କୁ ସସପେଣ୍ଡ କରିଥିବା ଖବର ମିଳିଛି । କ୍ୟାବିନେଟ ମନ୍ତ୍ରୀ ମରିୟନ ସିୟୁନା , ମାଲସା ସରିଫ ଏବଂ ମହଜିନ ମଧ୍ୟ ଏହା ଉପରେ ଆପତ୍ତି ଜନକ ମନ୍ଵୟ ଦେଇ ନିଲମ୍ବିତ ହୋଇଛନ୍ତି । ଏହାକୁ ନେଇ ମହମ୍ମଦ ମୈଜୁ ସରକାରଙ୍କ ନିକଟରେ ଏହି ବାବଦରେ ଉଠାଇଥିଲେ । ମାଳଦ୍ବୀପରେ ଥିବା ଭାରତୀୟ ହାଇ କମିଶନର ମୁନୁ ମହାବର ଏଭଳି ଉତ୍ତରକୁ ନେଇ ଦୃଢ଼ ଆପତ୍ତି ଦର୍ଶାଇ ଥିଲେ ।

ତାଙ୍କର ଦୃଢ଼ ଆଭିମୁଖ୍ୟ ଦେଖି ମାଳଦ୍ବୀପ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ତେବେ କଥା ହେଉଛି ଯେ ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ଵୀପ ଗସ୍ତ ସମୟରେ କିଛି ଫୋଟ ପୋଷ୍ଟ କରି ଲାକ୍ଷାଦ୍ଵୀପକୁ ମାଳଦ୍ବୀପ ସହିତ ତୁଳନା କରିଥିଲେ ଏବଂ ଖୁବ ସୁନ୍ଦର ବୋଲି ମତ ଦେଇଥିଲେ ।

କିନ୍ତୁ ଏହାକୁ ନେଇ ମାଳଦ୍ବୀପର କିଛି ମନ୍ତ୍ରୀ ଖରାପ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ମାଳଦ୍ବୀପର ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ପ୍ରଥମରୁ ହିଁ ମାଳଦ୍ବୀପର ଶୁଭ ଚିନ୍ତକ ରହି ଆସିଛି । ତେଣୁ ମାଳଦ୍ବୀପ ମନ୍ତ୍ରୀଙ୍କର ଭାରତକୁ ନେଇ ଏଭଳି ମନ୍ତବ୍ୟ ନିହାତି ନିନ୍ଦନୀୟ ଅଟେ । ଆଉ ଏଭଳି ମନ୍ତବ୍ୟ ପରେ ଭାରତର ଅନେକ ଅନ୍ତର୍ଜାତୀୟ କ୍ରିକେଟର ସମେତ ବଲିଉଡ ସେଲିବ୍ରିଟି ମଧ୍ୟ ନିଜର ମତ ରଖିଛନ୍ତି ଏବଂ ଏହାସହିତ ସୁପରଷ୍ଟାର ଅକ୍ଷୟ କୁମାର କହିଛନ୍ତି ଯେ ଆମ ଭାରତରେ ମଧ୍ୟ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହାକୁ ବର୍ତ୍ତମାନ ଆହୁରି ବିକଶିତ କରିବାର ସମୟ ଆସି ଯାଇଛି ।

ଏହାବ୍ୟତୀତ ସୋସିଆଲ ମିଡିଆରେ ବୟକଟ ମାଳଦ୍ବୀପର ଟ୍ରେଣ୍ଡ ଲାଗି ରହିଛି । ପୁଣି ଏପଟେ ମାଳଦ୍ୱୀପକୁ ଭାରତରୁ ସବୁ ବିମାନ ବୁକିଂ ସହିତ ହୋଟେଲ ବୁକିଂ ମଧ୍ୟ କ୍ୟାନସେଲ କରାଯାଇଛି । ଯାହାଦ୍ୱାରା ଏହା କୁହାଯାଉଛି ଯେ ଯଦି ମାଳଦ୍ବୀପ ଏଭଳି ଧର୍ମ ଏବଂ ଜାତି ଗତ ବୈଷମ୍ୟ ସହିତ ଏଭଳି ମିଜାଜ ରଖେ ତେବେ ତାକୁ ଦିନେ ପାକିସ୍ତାନ ଭଳି ଦେବାଳିଆ ହେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *