ବାପା ମା’ର ଏକମାତ୍ର ୬ ବର୍ଷର ଝିଅ ଆଇସିୟୁରେ । କିନ୍ତୁ ବର୍ତ୍ତମାନ ଝିଅକୁ ଡାକିଲେ କିଛି ଶୁଣୁନି ।

ବାପା ମା ପାଇଁ ନିଜ ସନ୍ତାନ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆଉ ନିଜ ପିଲାର କୌଣସି ଦୁଃ-ଖ କଷ୍ଟ ସେମାନେ ଦେଖି ପାରିବେ ନାହିଁ । ବାପା ମା’ ସାମ୍ନାରେ ଝିଅ ହସ୍ପିଟାଲରେ ବେଡ଼ରେ ମୃ-ତ୍ୟୁ ସହିତ ଲ-ଢ଼େଇ କରୁଥିବ । ତାହାକୁ କେଉଁ ବାପା ମା’ ଦେଖି ସହି ପାରିବ ?? ଆଉ ଏମିତି ଘ-ଟଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଏହାକୁ ଦେଖିବା ପରେ ଆପଣ ମଧ୍ୟ କାନ୍ଦି ପକାଇବେ । ଜଣେ ମା’ ନିଜ ଝିଅର ଏଭଳି ଅବସ୍ଥା ଦେଖି ନିଜ ଲୁ-ହକୁ ଆଉ ଅଟକାଇ ପାରି ନାହିଁ । ଆଜ୍ଞା ହଁ , ଝିଅ ମା’ ପଛେ ପଛେ ଯାଇଥିଲା ଛାତକୁ । କିନ୍ତୁ ମାଙ୍କଡ଼ ଦେଖିବା ପରେ ଭ-ୟରେ ଛାତ ତଳକୁ ପଡ଼ି ଯାଇ ଗୁରୁ-ତର ଭାବରେ ଆ-ହତ ହୋଇଛି ।

ଯେଉଁ କାରଣରୁ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ ବର୍ଷର କୁନି ଝିଅଟିଏ ନିଜ ଜୀବନ ସହିତ ହସ୍ପିଟାଲ ବେଡ଼ରେ ସଂ-ଘର୍ଷ କରୁଛି ଏବଂ ବଞ୍ଚିବାକୁ ଚାହୁଁଛି । କହିରଖିବୁ ଯେ ପରିବାର କହିଲେ ବାପା , ମା’ ଏବଂ କୁନି ଝିଅ । ଝିଅଟି ନିଜ ବାପା ମା’ ବ୍ୟତୀତ ଆଉ କାହାକୁ ଜାଣିନାହିଁ । ଏମିତିକି ନିଜ ବାପା ମା’ଙ୍କୁ ନିଜର ସାଙ୍ଗ ଭାବେ ଏବଂ ଆଉ କାହାରି ସହିତ ମିଶିବା କିମ୍ବା ବାହାରକୁ ପିଲାଙ୍କ ସହିତ ଖେଳିବାକୁ ସୁଦ୍ଧା ଯାଏନି ।

ସେଦିନ ବାପା ଯାଇଥିଲେ ବାରିପଦା , ଯିଏକି ଜଣେ ଫ୍ରିଲାନ୍ସର ଭାବରେ କାମ କରନ୍ତି । ଆଉ ଠିକ ସେହିଦିନ ମା’ ନିଜ ଝିଅକୁ ଖାଇବାକୁ ଦେଇ ଛାତ ଉପରକୁ ଲୁଗା ତୋଳିବାକୁ ଯାଇଥିଲେ । କିନ୍ତୁ କେତେବେଳେ ଯେ କୁନି ଝିଅ ପଛେ ପଛେ ଯାଇଛି ତାହା ସେ ବି ଜାଣି ନାହାଁନ୍ତି ।ସେହି ସମୟରେ ହଠାତ ମାଙ୍କଡ଼ ଟିଏ ଆସିଯିବାରୁ ସେ ଭ-ୟରେ ଛାତ ତଳକୁ ପଡ଼ି ଯାଇଥିଲା । ଆଉ ଏହା ଦେଖିବା ମାତ୍ରେ ମା’ ର ହୋସ ଉଡ଼ି ଯାଇଥିଲା ।

ତେବେ ସଙ୍ଗେ ସଙ୍ଗେ ଲୋକେ ରୁଣ୍ଡ ହେବା ପରେ ଝିଅଟିକୁ ଅନେକ ହସ୍ପିଟାଲରେ ଆଇସିୟୁ ବେଡ଼ ଉପଲବ୍ଧ ନଥିବାରୁ ଶେଷରେ ସୋମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ବର୍ତ୍ତମାନ ଝିଅର ପରିସ୍ଥିତି କହିଲେ ସେ କାହାରି କଥାକୁ ଶୁଣୁ ନଥିବା କହିଛନ୍ତି ତାଙ୍କ ମା’ । ଯେଉଁ କାରଣରୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଏପଟେ ବାପା ମଧ୍ୟ ଅନୁରୋଧ କରିଛନ୍ତି ଯେ ତାଙ୍କ ଝିଅକୁ ବଞ୍ଚାଇବା ପାଇଁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି । କାରଣ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଆହୁରି ଟଙ୍କା ଆବଶ୍ୟକ ହେବ ଯାହାକି ବାପା ମା’ଙ୍କ ପାଖରେ ନାହିଁ । ତେଣୁ ଦୁହେଁ ସାହାଯ୍ୟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *