ବାପାଙ୍କୁ ମିସ କରୁଛି କୁନି ଝିଅ । ଆଉ କହୁଛି ବାପା ” ମୋତେ ଆଇସକ୍ରିମ ଖୁଆଉ ଥିଲେ ” ।

ଗତ କିଛିଦିନ ତଳେ ରାଜଧାନୀର ରାସ୍ତା କଡ଼ରେ ଜଣେ ମହିଳା କାନ୍ଦି କାନ୍ଦି ସବୁ ଲୋକଙ୍କୁ ମଦ ପିଇବାକୁ ମନା କରୁଥିଲେ । ନଚେତ ତାଙ୍କ ଭଳି କଷ୍ଟ ପାଇବେ ବୋଲି କହୁଥିଲେ । ଆଉ ବର୍ତ୍ତମାନ ସେହି ମହିଳାଙ୍କର ଆଉ କିଛି ଅକୁହା କଥା ସାମ୍ନାକୁ ଆସିଛି । ଆଜ୍ଞା ହଁ , ରଶ୍ମିତାଙ୍କ ଲୁହରେ ସାରା ଓଡ଼ିଶା କା-ନ୍ଦୁଥିବାର ଲୋକେ କହୁଛନ୍ତି ।

ଯାହାକୁ ନେଇ ରଶ୍ମିତା କହିଛନ୍ତି ଯେ କେହିବି କା-ନ୍ଦିବା ଉଚିତ ନୁହେଁ । କାରଣ ସେ ଯେମିତି କା-ନ୍ଦିବା ସତ୍ତ୍ୱେବି ନିଜକୁ ଦୃଢ଼ କରି କାମ କରିବାକୁ କହିଛନ୍ତି । କାରଣ କା-ନ୍ଦି କା-ନ୍ଦି ମୁଣ୍ଡରେ ହାତ ଦେଇ ବସିଲେ କିଛିବି ଲାଭ ହେବନି ବୋଲି ସେ କହିଛନ୍ତି । ତେବେ ଆଜି ରଶ୍ମିତାଙ୍କ ଝିଅ ସାଇକ୍ରିଷ୍ଣାଙ୍କ ସୁଲଭ ଆଖିର ଲୁହ ଦେଖିଲେ ମଧ୍ୟ ଆପଣ କା-ନ୍ଦି ପକାଇବେ ।

କୁନି ଝିଅଟି ଦୋକାନକୁ ଆସି ନିଜ ମା’କୁ ସାହାଯ୍ୟ କରୁଛି । ଯାହା ଦେଖିଲେ ଆପଣ ଖୁସି ହେବେ ନିଶ୍ଚୟ କିନ୍ତୁ ସେହି ଖୁସି ଭିତରେ କେତେ ଯେ ଯନ୍ତ୍ରଣା ଲୁ-ଚି ରହିଛି ତାହା କହିବା ବାହାରେ ଅଟେ । ଯେତେବେଳେ ସାଇକ୍ରିଷ୍ଣାଙ୍କୁ ତାଙ୍କ ବାପାଙ୍କ ବିଷୟରେ ପଚରା ଯାଇଛି ସେତେବେଳେ ସେ କହିଛନ୍ତି ଯେ ତାଙ୍କ ବାପାଙ୍କୁ ସେ ଖୁବ ମିସ କରୁଛନ୍ତି । କାରଣ ତାଙ୍କ ବାପା ତାଙ୍କ ନେଇ ସ୍କୁଲରେ ଛାଡ଼ୁଥିଲେ ଏବଂ ତାଙ୍କୁ ଆଇସକ୍ରିମ ଆଣି ଦେଉଥିବା ସହିତ ତାଙ୍କ ମାଙ୍କ କଥା ମଧ୍ୟ ବୁଝୁଥିଲେ । କିନ୍ତୁ ବର୍ତ୍ତମାନ କୁଆଡ଼େ ତାଙ୍କ ବାପା ଗାଁକୁ ଯାଇଛନ୍ତି ବୋଲି ତାଙ୍କ ମା କହନ୍ତି । ଏତେ ଛୋଟ ପିଲା ବାପାଙ୍କ ମୃ-ତ୍ୟୁ କଣ ଜାଣିନାହିଁ ।

କେବଳ ଏତିକି ଜାଣିଛି ଯେ ବାପା କେବେ ନା କେବେ ଫେରିବେ ବୋଲି । ଆଗକୁ ସାଇକୃଷ୍ଣାଙ୍କର ଫକ୍ସନ ରହିଛି । ଯେଉଁ କାରଣରୁ ସେ ନିଜ ବାପାଙ୍କୁ ଆହୁରି ଅଧିକ ମିସ କରୁଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ସେ ବଡ଼ ହୋଇଯିବେ ସେତେବେଳେ ସେ ନିଜ ମା’ଙ୍କୁ ଦୋକାନରେ ସାହାଯ୍ୟ କରିବେ ଏବଂ ତାଙ୍କ ମା’ଙ୍କ କଥା ବୁଝିବେ । ଆଉ ମା’ଙ୍କୁ କେବେ କା-ନ୍ଦିବାକୁ ଦେବେନି । ଆଉ ପୁଣି ସେ ନିଜେ ପାଠ ପଢ଼ା ସହିତ ନିଜ ମା’ଙ୍କୁ ବିଜନେସରେ ସାହାଯ୍ୟ କରିବା ସହିତ ଜଣେ ବଡ ମଣିଷ ମଧ୍ୟ ହେବେ ବୋଲି କହିଛନ୍ତି । ଏହାସହିତ ସେ ନିଜ ବାପାଙ୍କୁ ଆଉ କେବେ ମିସ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *