କାଲି ଠାରୁ ନି-ଖୋଜ ଥିଲେ ଦୁଇ ପୁଅ । ଆଉ ଆଜି କୂଅରେ ଭାସୁଛି ଦୁଇଟି ମୃ-ତ ଦେହ ।

ବାପା ମା’ଙ୍କର ଚାରି ଛୁଆ ଯାହାଙ୍କ ମୁହଁକୁ ଚାହିଁ ସ୍ୱାମୀ ସ୍ତ୍ରୀ ପରିବାରରେ ଚଳି ଯାଉଥିଲେ । କିନ୍ତୁ ସବୁ ଦିନ ସମାନ ଯାଏନାହିଁ । ପରିବାର ଚଳାଇବା ପାଇଁ ଯେତେବେଳେ ବାପା ମା’ ଗତକାଲି ଧାନ କା-ଟିବାକୁ ଯାଇଥିଲେ ଏବଂ ଘରକୁ ଫେରି ଦେଖନ୍ତି ତ ଦୁଇ ପିଲା ନଥିଲେ ନି-ଖୋଜ ଥିଲେ ।

ଆଉ ଆଜି ଘର ନିକଟରେ ଥିବା ଏକ କୂଅରୁ ଦୁଇ ଜଣଙ୍କର ମୃ-ତ ଦେହ ମିଳିଛି । କୂଅରେ ପଡ଼ି ଅକାଳରେ ଦୁଇ ଶିଶୁଙ୍କ ଜୀବନ ଚାଲି ଯାଇଛି । ମୃତ ଶିଶୁ ଦେବାଶିଷଙ୍କ ଦୁଇଜଣ ହେଉଛନ୍ତି ରଞ୍ଜିତ ପ୍ରଧାନ ( ବୟସ ୫ ବର୍ଷ ) ଏବଂ ସଞ୍ଜିତ ପ୍ରଧାନ ( ବୟସ ୪ ବର୍ଷ ) । କୋମଳମତି ଶିଶୁଙ୍କର ଏଭଳି ମୃ-ତ୍ୟୁକୁ ବାପା ମା’ ସହ୍ୟ କରି ପାରୁ ନାହାଁନ୍ତି ।

ସୂଚନା ଅନୁଯାୟୀ ଏଭଳି ଏକ ଅଭା-ବନୀୟ ଘ-ଟଣା ଘଟି ଯାଇଛି ଢେଙ୍କାନାଳ ଜିଲ୍ଲା ମଧୁସାହି ପାଟଣା ପଞ୍ଚାୟତ ଅନ୍ତର୍ଗତ ବିପଳି ଗାଁରେ । ସେହି ଗାଁର ବ୍ୟକ୍ତି କମ୍ପନି ପ୍ରଧାନ ଏବଂ ମା’ ସରସ୍ଵତୀ ପ୍ରଧାନ ନିଜର ଦୁଇ ଶିଶୁ ପୁତ୍ର ରଞ୍ଜିତ ପ୍ରଧାନ ଏବଂ ସଞ୍ଜିତ ପ୍ରଧାନଙ୍କୁ ହରାଇଛନ୍ତି ।

ଗତକାଲି ଦୁହେଁ ଘରେ ଚାରି ପୁଅ ଏବଂ ଝିଅକୁ ଛାଡ଼ି ଧାନ କା-ଟିବାକୁ ଯାଇଥିଲେ । ଆଉ ଘରକୁ ଫେରି ଦେଖନ୍ତି ତ ଦୁଇ ପୁଅ ଘରେ ନାହାଁନ୍ତି । ଆଉ ଦୁଇ ପୁଅକୁ ଘରେ ନପାଇ ବାପା ମା’ ବ୍ୟସ୍ତ ହୋଇ ସବୁଠି ଖୋଜିବାରେ ଲାଗିଲେ । ସବୁଠି ସନ୍ଧାନ କରିବା ପରେ ଯେତେବେଳେ ସେମାନେ ପାଇ ନଥିଲେ ସେତେବେଳେ ପୋଲିସରେ ଖବର ଦେଇଥିଲେ ।

ଗ୍ରାମବାସୀ ଏବଂ ପୋଲିସ ଏବଂ ଦୁଇ ପିଅକୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ ଏବଂ ଆଜି ଘର ସାମ୍ନାରେ ଥିବା କୂଅରୁ ଦୁହିଁଙ୍କର ମୃ-ତ ଦେହ ମିଳିଥିଲା । ଯାହାକୁ ଦେଖିବା ପରେ ଗ୍ରାମବାସୀ ପୋଲିସକୁ ଖବାର ଦେଇଥିଲେ । କୂଅ ଭିତରୁ ଉଭୟ ମୃ-ତ ଶିଶୁକୁ ଉ-ଦ୍ଧାର କରାଯାଇଥିଲା ।

ବାପା ମା ଯେମିତି ହତାଶ ହୋଇ ଯାଇଛନ୍ତି ଏବଂ ଦୁଇ କୁନି ପୁଅର ମୃ-ତ୍ୟୁରେ ପୁରା ଗ୍ରାମରେ ଵୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏପଟେ ବାପା କହିଛନ୍ତି ଯେ ଗତକାଲି ଧନ କା-ଟିବାକୁ ଯିବା ସମୟରେ ସେମାନେ ଘରେ ଖେଳୁଥିଲେ ଏବଂ ସେମାନଙ୍କୁ ଦେଖିବା ପାଇଁ ଜଣକୁ କହି ଯାଇଥିଲେ । କିନ୍ତୁ ଘରକୁ ଆସି ଦେଖିବା ବେଳକୁ ଦୁଇ ପୁଅ ନଥିଲେ ଏବଂ ଆଗାମୀ ଦିନ ଘର ଠାରୁ ଅଳ୍ପ ଦୂରରେ ଥିବା ଏକ କୂଅରେ ଦୁଇ ଜଣଙ୍କର ମୃ-ତ ଦେହ ମିଳିଥିଲା ।

Leave a Reply

Your email address will not be published. Required fields are marked *