ଜେ-ଲ ଗଲେ ପ୍ରଯୋଜକ ଟୁଟୁ ନାୟକ , କହୁଥିଲେ ମୋ ପଛରେ କିଏ ଅଛି ଜାଣି ନାହାଁନ୍ତି ଆପଣ

କିଛି ଦିନ ହେବ ଓଲିଉଡ଼ ଜଗତର ଖରାପ ବେଳା ଚାଲିଛି । ମନୋଜ ମିଶ୍ର ଏବଂ ଅରିନ୍ଦମ ମଧ୍ୟରେ ଫିଲ୍ମ ରିଲିଜକୁ ନେଇ ବି-ବାଦ ଲାଗି ରହିଥିବା ବେଳେ ଏବେ କିନ୍ତୁ ଆଉ ଏକ ନୂଆ ଝ-ଗଡା ଦେଖିବାକୁ ମିଳିଛି । ଆଉ ଯେଉଁଥିରେ ଶି-କାର ହୋଇଛନ୍ତି ପ୍ରଯୋଜକ ଟୁଟୁ ନାୟକ । କିଛି ଦିନ ଆଗରୁ ଅନୁଭବ , ଅରିନ୍ଦମ ବିଷୟରେ ଟୁଟୁ ନାୟକ ଏବେ କିନ୍ତୁ ଏପରି ଏକ ଅସୁବିଧାର ଶି-କାର ହୋଇଛନ୍ତି , ଯାହାକୁ ଆପଣ କଳ୍ପନା କରିପାରିବେ ନାହିଁ । ଆଉ ଯାହାକୁ ନେଇ ବର୍ତ୍ତମାନ ସମୟରେ ପୁଣି ଚର୍ଚ୍ଚା ।

ତେବେ ସୋସିଆଲ ମିଡିଆରେ ଜଣେ ସାମ୍ବାଦିକାଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ଆଉ ତାଙ୍କ ନାମ ହେଉଛି ଦେବସ୍ମିତା। ଯାହାଙ୍କ ସହିତ ଟୁଟୁ ନାୟକ ଖରାପ ବ୍ୟବହାର କରିଥିବା କଥା ସେ ଗଣମାଧ୍ୟମ ଆଗରେ କହିଥିଲେ । ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଥିଲେ ଯେ , ସେ କେବଳ ଗେଟ୍ ଆଗରେ ଛିଡା ହୋଇଥିଲେ । କିନ୍ତୁ ଟୁଟୁ ନାୟକ ଆସି ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ଅର୍ଥାତ୍ ତାଙ୍କ ପିଠିକୁ ଆଉଁଶି ଦେବା ସହିତ ତାଙ୍କ ଗାଲ ଚିପି ଦେଇଥିଲେ ।

ଆଉ ଯାହାର ସିସିଟିଭି ଫୁଟେଜ ମଧ୍ୟ ସମସ୍ତେ ଦେଖିଥିଲେ । ଆଉ ଯେତେବେଳେ ଟୁଟୁ ନାୟକଙ୍କୁ ଏ ବିଷୟରେ ପ୍ରଶ୍ନ ପଚରା ଯାଇଥିଲା ସେ ଏହାକୁ ଶକ୍ତ ଭାବରେ ଖ-ଣ୍ଡନ କରିଥିଲେ । ସେ କହିଥିଲେ ଯେ , ସେ ଏପରି କିଛି କରି ନାହାଁନ୍ତି । ସେ କେବଳ ସାଇଟ୍ ହେବାକୁ କହୁଥିଲେ ଦେବସ୍ମିତାଙ୍କୁ । ତାଙ୍କ ଉପରେ ଯେଉଁ ଅଭି-ଯୋଗ ଅଣା ଯାଇଛି ତାହା ସଂପୂର୍ଣ୍ଣ ମି-ଥ୍ୟା ଅଟେ । ତେବେ ସେ ଯାହା ବି ହେଉ ଖାରବେଳ ନଗର ଥା-ନାରେ ଦେବସ୍ମିତା ଅଭି-ଯୋଗ କରିଥିଲେ । ଆଉ ଯେଉଁଥି ପାଇଁ ଟୁଟୁ ନାୟକଙ୍କୁ ଗତକାଲି ପୋ-ଲିସ ଗି-ରଫ କରି ନେଇଛି ।

ତେବେ ତାଙ୍କୁ ଗି-ରଫ କରି ଝାରପଡ଼ା ଜେ-ଲକୁ ପଠାଇ ଦିଆଯାଇଛି । ତେବେ କେତେ ଦିନ ପରେ ତାଙ୍କୁ ଜାମିନ ମିଳିବ ସେ କଥା କହିବା ମଧ୍ୟ ମୁସ୍କିଲ । କାହିଁକି ନା ତାଙ୍କ ଉପରେ ଅନେକ ଦଫା ଲାଗିଛି । ତେବେ ଏ ସବୁ ମଧ୍ୟରେ ଟୁଟୁ ନାୟକଙ୍କ ଗଣମାଧ୍ୟମ ଆଗରେ ଦେଇଥିବା ଗୋଟିଏ ବାଇଟ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଥିଲେ ଯେ , ଟୁଟୁ ନାୟକ କିଏ ଆପଣ ଜାଣି ନାହାଁନ୍ତି। ତାଙ୍କ ପଛରେ କିଏ ଅଛନ୍ତି ମଧ୍ୟ ଆପଣ ଜାଣି ନାହାଁନ୍ତି । ତେବେ ବର୍ତ୍ତମାନ ତାଙ୍କ ପଛରେ କିଏ ଅଛନ୍ତି , ତାହା ସମସ୍ତେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *