ଗୁରୁ ଶିଷ୍ୟ ସମ୍ପର୍କରେ କଳା ଦାଗ , ମୁଁ ଗାଧେଇଲା ବେଳେ ଫୋଟୋ ଉଠାନ୍ତି ପ୍ରଧାନ ଶିକ୍ଷକ…

ଏପରି କୁହାଯାଏ ଯେ ଗୁରୁ ଏବଂ ଶିଷ୍ୟ ମଧ୍ୟରେ ସମ୍ପର୍କ ଖୁବ ପବିତ୍ର ଏବଂ ତାହାକୁ କେବେବି ଖରାପ କରାଯାଇ ପାରେନା । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁଭଳି ଘଟଣା ସବୁ ସାମ୍ନାକୁ ଆସୁଛି ତାହା ଗୁରୁ ଶିଷ୍ୟ ମଧ୍ୟରେ ସମ୍ପର୍କକୁ କଳୁଷିତ କରୁଛି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହି ସମ୍ବନ୍ଧିତ ଏକ ଘଟଣା ଭାଇରଲ ହେବାରେ ଲାଗିଛି ଯେଉଁଠି ଜଣେ ପ୍ରଧାନଶିକ୍ଷକ ସ୍କୁଲର ନାବାଳିକା ଛାତ୍ରୀଙ୍କୁ ଅଶ୍ଳୀଳ ଫୋଟ ଭାଇରଲ କରିବା ନେଇ ଧମକ ଦେଇଛନ୍ତି ଏବଂ ଏହା ସହିତ ଅଶାଳୀନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।

ସୂଚନା ଅନୁଯାୟୀ ଗୁରୁ ଶିଷ୍ୟ ସମ୍ପର୍କ ମଧ୍ୟରେ ଲାଗିଥିବା କଳାଛିଟାର ଖବର ଏବେ ଉଦଳା ଥାନା ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟରୁ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ସେହି ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ବିଦ୍ୟାଳୟକୁ କିଛି ଦିନ ହେବ ଆସି ନଥିଲେ । ମାତ୍ର ଯେତେବେଳେ ସେ ହଷ୍ଟେଲ ଫେରିଲେ ସ୍କୁଲର ପ୍ରଧାନଶିକ୍ଷକ ରଜମୌନ ମାଝୀ ଏବଂ ମେଟ୍ରୋନ ଜୟନ୍ତୀ ପାତ୍ର ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେଲେ । ଯାହାକୁ ନେଇ ପିଡ଼ିତାଙ୍କ ପରିବାର ଲୋକେ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ନାବାଳିକାଙ୍କ କହିବା ଅନୁଯାୟୀ ଯେତେବେଳେ ସେ ହଷ୍ଟେଲ ଫେରି ମେଟ୍ରୋନଙ୍କୁ କେଉଁ ରୁମରେ ରହିବେ ବୋଲି ପଚାରିଲେ ସେତେବେଳେ ମେଟ୍ରୋନ ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେଲେ । ସେହି ସମୟରେ ପ୍ରଧାନଶିକ୍ଷକ ମଧ୍ୟ ଆସି ତାଙ୍କୁ ଅଶ୍ଳୀଳ ଫୋଟ ଭାଇରଲ କରିବା ସହିତ ସାର୍ଟିଫିକେଟରେ ନାଲି ଗାର ପକାଇ ଦେବେ କହି ଧମକ ଦେଲେ । ଏହାପରେ ନାବାଳିକା ନିଜ ପରିବାର ସଦସ୍ୟଙ୍କୁ ଏହି ସମ୍ବନ୍ଧରେ ଜଣାଇବା ପରେ ପରିବାର ଲୋକେ ସ୍କୁଲକୁ ଯାଇ ପ୍ରଧାନଶିକ୍ଷକଙ୍କୁ ବିରୋଧ କଲେ କିନ୍ତୁ ପ୍ରଧାନଶିକ୍ଷକ ଉତ୍ତେଜିତ ହୋଇ ନାବାଳିକାଙ୍କ ପରିବାର ଲୋକଙ୍କୁ ମଧ୍ୟ ଧମକ ଦେଲେ ।

 

ନାବାଳିକା ଅଭିଯୋଗ ଆଣିଛନ୍ତି ଯେ ପ୍ରଧାନଶିକ୍ଷକ ସେ ଗାଧୋଉଥିବା ସମୟରେ ତାଙ୍କର ଭିଡ଼ିଓ କରନ୍ତି । ଏପଟେ ଥାନାରେ କେସ ହେବାପରେ ପ୍ରଧାନଶିକ୍ଷକ ଗଣମାଧ୍ୟମରେ ନିଜର ମତ ନରଖି ଅଫିସରେ ମନ୍ତବ୍ୟ ଦେବେ ବୋଲି କହିଛନ୍ତି । ଜୟନ୍ତୀ ପାତ୍ର ମଧ୍ୟ ହାତ ଯୋଡ଼ି ସମ୍ବନ୍ଧରେ କିଛି କହିବେ ନାହିଁ ବୋଲି କହିଛନ୍ତି । ପ୍ରଧାନଶିକ୍ଷକଙ୍କ ଅନୁସାରେ ଏହା ତୃତୀୟ ଥର ପାଇଁ ତାଙ୍କ ନାମରେ ଅଭିଯୋଗ କରାଯାଉଛି । ତେବେ ଆପଣ ମାନେ ଭାବି ପାରୁଥିବେ ବର୍ତ୍ତମାନ ସମୟରେ ଯଦି ଜଣେ ଶିକ୍ଷକ ଏପରି କତ୍ସିତ କାମ କରି ପାରୁଛି ତେବେ କାହା ଭରସାରେ ଛାତ୍ର ଛାତ୍ରୀ ଭବିଷ୍ୟତ ଗଢ଼ିବେ ?

Leave a Reply

Your email address will not be published. Required fields are marked *