ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ହସିହସି ଗଡିଯିବେ। ଏହାକୁ ଦେଖି ଆପଣଙ୍କ ମନରେ କେବଳ ଗୋଟିଏ ହିଁ ପ୍ରଶ୍ନ ଉଠିବ, ‘ଜୀବନ ଅଧିକ ମୂଲ୍ୟବାନ ଅଟେ ବା ସୌକ?’
ଯଦି ଆପଣଙ୍କୁ ପଚରା ଯିବ କି ଭେଣ୍ଟିଲେଟର ସପୋର୍ଟରେ ଚଳୁଥିବା ମନୁଷ୍ୟ ପାଇଁ ସବୁଠାରୁ ମୂଲ୍ୟବାନ କ’ଣ ଅଟେ? ତ ଦାବିର ସହିତ ଆପଣଙ୍କ ଜବାବ ଆସିବ, ତାର ଜୀବନ। ଏମିତି ଅବସ୍ଥାରେ ବ୍ୟକ୍ତିଙ୍କର ପ୍ରତିଟି ନିଶ୍ଵାସ ମୂଲ୍ୟବାନ ଅଟେ। କିନ୍ତୁ ଏମିତି ଦୁର୍ବଳ ଅବସ୍ଥାରେ ଆପଣ କୈାଣସି ରୋଗୀକୁ ଗୁଟୁକା ଖାଉଥିବାର ଦେଖିଛନ୍ତି? ଆଜ୍ଞା ହଁ, ଏପଟେ ଜୀବନ ବି-ପ-ଦ-ରେ ପଡ଼ିଛି ଏବଂ ସେପଟେ ତମାଖୁ ଏବଂ ଖଇନିର ପ୍ରସ୍ତୁତି ଚାଲିଛି। ଯଦି ବିଶ୍ଵାସ ହେଉନାହିଁ, ତାହେଲେ ଭାଇରାଲ ଭିଡିଓ ଦେଖିବା ପରେ ହିଁ ହୋଇଯିବ।
ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଥାଏ। କିଛି ଭିଡିଓ ଯେଉଁଠାରେ ମଜାଦାର ହୋଇଥାଏ ଏବଂ ତାକୁ ଦେଖି ହସ ରୋକି ପାରିନଥାଉ। ସେଠାର ଅନ୍ୟ ପକ୍ଷରେ କିଛି ଭିଡିଓ ଦେଖି ଆଖିରେ ପାଣି ଆସି ଯାଇଥାଏ। ଏମିତି ହିଁ ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ହସିହସି ଗଡିଯିବେ। ଏହି ଭିଡିଓରେ ଦେଖି ପାରିବେ କି ଜଣେ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କ ଅବସ୍ଥା ଦୁର୍ବଳ ଅଟେ। ତାଙ୍କଠାରେ ଅକ୍ସିଜେନ ପାଇପ ଲାଗିଛି। ନର୍ସ ଲଗାତର ତାଙ୍କ ସେବାରେ ଲାଗି ପଡିଛନ୍ତି। ସେଠାରେ ଜଣେ ମହିଳା ମଧ୍ୟ ରୋଗୀଙ୍କ ପାଖରେ ବସିଛନ୍ତି। କିନ୍ତୁ ସେହି ସମୟରେ ରୋଗୀ ଏମିତି ଅଜବପ୍ରକାର ହ-ର-କ-ତ କରୁଛନ୍ତି ଯାହାକୁ ଦେଖିଲେ ସମସ୍ତଙ୍କୁ ହସ ଲାଗିବ।
ବାସ୍ତବରେ, ଏହି ରୋଗୀ ଜଣଙ୍କ ନିଜ ହାତକୁ ଏମିତି ଅନ୍ଦାଜରେ ଘସୁଛନ୍ତି ଯେମିତି ତମାଖୁ-ଖଇନି ପ୍ରସ୍ତୁତ କରାଯାଏ। ରୋଗୀଙ୍କର ଏହି ହ-ର-କ-ତ-କୁ ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ଭିଡିଓ କ୍ଲିପଟିକୁ ଟୁଇଟରର ସୋସିଆଲ ମିଡିଆରେ IPS ଅଫିସର ରୁପିନ ଶର୍ମା (Rupin Sharma) ସେୟାର କରିଛନ୍ତି। ଭିଡିଓ କ୍ୟାପଶନରେ ସେ ଲେଖିଛନ୍ତି, ଅନ୍ୟ ଗୋଟିଏ ଜରୁରୀ ଆଇଟମ। ମଦ ଏବେ ମଧ୍ୟ ତାଲିକାରେ ଟପରେ ରହିଛି। ଛାଡ଼ିବି ନାହିଁ ତୁମ ସାଥୀ.. ମ-ରି-ବା ପର୍ଯ୍ୟନ୍ତ।’ ଭିଡିଓ ବ୍ୟାକଗ୍ରାଉଣ୍ଡରେ ଗୀତ ମଧ୍ୟ ବାଜୁଛି, ଛୋଡେଙ୍ଗେ ନା ସାଥ ତେରା ସାଥୀ ମରତେ ଦମ ତକ।
The other essential
छोड़ेंगे न तेरा साथ ….. मरते दम तक😊😊😊😊#Zarda #Tambakoo
Liquor still tops….😊 pic.twitter.com/OHSdR4IA3H
— Rupin Sharma IPS (@rupin1992) April 21, 2021
ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି। ଲୋକମାନେ ନା କେବଳ ଏହାକୁ ପରସ୍ପରଙ୍କ ସହିତ ସେୟାର କରୁଛନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କେହି ଜଣେ ଲେଖିଛନ୍ତି, ‘ପ୍ରାଣ ଯାଉ କିନ୍ତୁ ଜୀବନ ନଯାଉ’। ତ ସେଠାରେ ଜଣେ ୟୁଜର କହିଛନ୍ତି, ‘ଜୀବନ ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ ତମାଖୁ’। ହେଲେ, କିଛି ଲୋକ ଏମିତି ମଧ୍ୟ ଥିଲେ ଯେଉଁମାନେ ଏହା କହୁଥିଲେ କି ବୋଧହୁଏ ରୋଗୀଙ୍କର ମୁଣ୍ଡରେ କୈାଣସି ଅସୁବିଧା ରହିଛି ଏଥିପାଇଁ ସେ ଏମିତି ହ-ର-କ-ତ କରୁଛନ୍ତି।