ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ୩୧ବର୍ଷିୟ ମହିଳା ୬୦ବର୍ଷର ଶଶୁରଙ୍କ ସହିତ ହୋଇଗଲେ ବାହା

ଆମେରିକାର ଜଣେ ମହିଳା ନିଜ ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ନିଜ ସାବତ ଶଶୁରଙ୍କୁ ବାହା ହୋଇଛନ୍ତି। କେଣ୍ଟୁକୀ ସହରରେ ରହୁଥିବା ଏରିକା କ୍ବିଗ୍ଲ ନାମ ଏହି ମହିଳା ୩୧ବର୍ଷର ଅଟନ୍ତି ଯେତେବେଳେ କି ତାଙ୍କ ସାବତ ଶଶୁର ଜେଫ କ୍ବିଗ୍ଲଙ୍କ ବୟସ ୬୦ବର୍ଷ ଅଟେ। ବୟସରେ ପାଖାପାଖି ତିନି ଦଶକର ଦୂରତା ପରେ ମଧ୍ୟ ଦୁଇଜଣଙ୍କର ଏହି ସମ୍ପର୍କକୁ ନେଇ କୈାଣସି ସମସ୍ୟା ହୋଇନଥିଲା।

ଏରିକା ବର୍ଷ ୨୦୦୯ରେ ଫ୍ୟାକ୍ଟ୍ରି କର୍ମଚାରୀ ଜଷ୍ଟିନଙ୍କ ସହିତ ବାହା ହୋଇଥିଲେ। ସେହି ସମୟରେ ତାଙ୍କ ବୟସ ୧୯ବର୍ଷ ଥିଲା। ହେଲେ ଦୁଇବର୍ଷ ପରେ ହିଁ ଦୁଇଜଣଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଥିଲା। ସେହି ସମୟରେ ଏରିକାଙ୍କ ଶଶୁର ଜେଫ ତାଙ୍କୁ ଇମୋଶନାଲ ସ୍ତରରେ ସମର୍ଥନ କରୁଥିଲେ। ଏରିକାଙ୍କ ସମ୍ପର୍କରେ ୬ବର୍ଷ ପର୍ଯ୍ୟନ୍ତ କଳହ ଲାଗି ରହିଥିଲା ଏବଂ ସେ ୨୦୧୭ରେ ଜଷ୍ଟିସଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ।

ଏରିକାଙ୍କ କହିବା କଥା ହେଉଛି କି ସେ ଛୋଟ ସହରକୁ ବାହାରକୁ ବାହାରି ନିଜ କ୍ୟାରିୟର ଗଢ଼ିବା ପାଇଁ ଚାହୁଁଥିଲେ ଯେତେବେଳେ କି ଜଷ୍ଟିନ ନିଜ ସାଧାରଣ ଜୀବନରେ ଖୁସିରେ ଥିଲେ। ଏଥିଯୋଗୁଁ ଦୁଇଜଣଙ୍କ ମଧ୍ୟରେ କଳହର ସ୍ଥିତି ବଢ଼ିବାକୁ ଲାଗିଥିଲା। ବର୍ଷ ୨୦୧୫ରେ ଏରିକାଙ୍କୁ ଗୋଟିଏ ବଡ଼ ମେକଅପ ଫ୍ରେଞ୍ଚାଇଜରେ ଚାକିରି ମିଳି ଯାଇଥିଲା ଏବଂ ପରିଶେଷରେ ବର୍ଷ ୨୦୧୭ରେ ଦୁଇଜଣ ଛାଡପତ୍ର ନେଇ ଯାଇଥିଲେ।

ଜେଫ ମଧ୍ୟ ଜଷ୍ଟିନଙ୍କ ମାଆଙ୍କ ଠାରୁ ବର୍ଷ ୨୦୧୬ରେ ଛାଡ଼ପତ୍ର ନେଇ ସାରିଥିଲେ ଏବଂ ପୂର୍ବ କିଛି ବର୍ଷରୁ ଏରିକାଙ୍କୁ ଇମୋଶନାଲି ସମର୍ଥନ କରୁଥିଲେ। ବର୍ଷ ୨୦୧୭ରେ ଏରିକାଙ୍କ ଛାଡ଼ପତ୍ର ପରେ ଦୁଇଜଣ ଯାକ ପରସ୍ପରକୁ ଡେକ କରିବାକୁ ଲାଗିଥିଲେ। ବର୍ଷ ୨୦୧୮ରେ ଯେତେବେଳେ ଏରିକା ଗର୍ଭବତୀ ହୋଇଥିଲେ ତ ଜେଫ ଏବଂ ଏରିକା ବାହା ହେବାପାଇଁ ସ୍ଥିର କରିଥିଲେ।

ଏରିକା ଏବଂ ଜଷ୍ଟିନଙ୍କର ମଧ୍ୟ ଗୋଟିଏ ପୁଅ ଅଛି। ଦୁଇଜଣ ଏହି ଛୁଆକୁ ମିଳିତ ହେପାଜତରେ ରଖୁଛନ୍ତି। ଏରିକା କହିଛନ୍ତି କି ସେ ଜଷ୍ଟିନଙ୍କ ଭଉଣୀଙ୍କ ମାଧ୍ୟମରେ ଜେଫଙ୍କୁ ଜାଣିଥିଲେ। ଏରିକା କହିଥିଲେ କି ଜେଫଙ୍କ ନଜର ଜୀବନକୁ ନେଇ ବହୁତ ସ-କ-ରା-ତ୍ମ-କ ଥିଲା ଏବଂ ସେ ଜଣେ ମହତ୍ଵାକାଂକ୍ଷୀ ମଣିଷ ଅଟନ୍ତି। ଏଥିପାଇଁ ମୁଁ ବହୁତ ପ୍ରଭାବିତ ହୋଇଥିଲି।

ଜେଫ ମଧ୍ୟ ଜଷ୍ଟିନଙ୍କ ମାଆଙ୍କ ଠାରୁ ବର୍ଷ ୨୦୧୬ରେ ଛାଡ଼ପତ୍ର ନେଇ ସାରିଥିଲେ ଏବଂ ପୂର୍ବ କିଛି ବର୍ଷରୁ ଏରିକାଙ୍କୁ ଇମୋଶନାଲି ସମର୍ଥନ କରୁଥିଲେ। ବର୍ଷ୨୦୧୭ରେ ଏରିକାଙ୍କ ଛାଡ଼ପତ୍ର ପରେ ଦୁଇଜଣ ପରସ୍ପରକୁ ଡେଟ କରିବାକୁ ଲାଗିଥିଲେ। ବର୍ଷ ୨୦୧୮ରେ ଯେତେବେଳେ ଏରିକା ଗର୍ଭବତୀ ହୋଇଥିଲେ ତ ଜେଫ ଏବଂ ଏରିକା ବାହା ହେବାପାଇଁ ସ୍ଥିର କରିଥିଲେ।

ଏହି ବାହାଘର ବିଷୟରେ କଥା ହେବା ସମୟରେ ଏରିକା କହିଛନ୍ତି କି ମୁଁ ଏହି ଘ-ଟ-ଣା ବିଷୟରେ ଜଷ୍ଟିନଙ୍କୁ ବୁଝାଇଥିଲି ତ ସେ ବହୁତ ପଜେଟିଭ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ କି ଆପଣ କାହାକୁ ଭଲ ପାଉଛନ୍ତି,ଏହା ଆପଣଙ୍କ ନିୟନ୍ତ୍ରଣରେ ନଥାଏ। ମୋର ଏବଂ ଜଷ୍ଟିନଙ୍କ ମଧ୍ୟରେ କୈାଣସି ପ୍ରକାରର କିଛିବି ସମସ୍ୟା ନାହିଁ।

ଜେଫ କହିଛନ୍ତି କି ତାଙ୍କୁ ଏରିକାଙ୍କ ଭିତରେ ନିଜ ପ୍ରଥମ ସ୍ତ୍ରୀ ଦେଖା ଯାଇଥାନ୍ତି।ସେ କହିଥିଲେ କି ଆମେ ଦୁହେଁ ପରସ୍ପରଙ୍କ ସହିତ ବହୁତ ଖୁସିରେ ଅଛୁ ଏବଂ ଆମେ ବୟସର ପାର୍ଥକ୍ୟକୁ ନେଇ କେବେ ଆପତ୍ତି କରିନାହୁଁ। ଏହାଛଡା ଲୋକମାନେ ମୋତେ କହିଥାନ୍ତି କି ମୁଁ ୪୦-୪୫ର ପାଖାପାଖି ଲାଗିଥାଏ।

Leave a Reply

Your email address will not be published. Required fields are marked *