LPG Offers : 809 ଟଙ୍କାରେ ମିଳୁଥିବା ଏଲପିଜି ସିଲିଣ୍ଡର ଏବେ 9 ଟଙ୍କାରେ ମିଳିବ- ଜାଣନ୍ତୁ କିପରି ପାଇପାରିବେ

ତେଲ କମ୍ପାନୀଗୁଡିକ ଏହି ମାସ 1 ତାରିଖରେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ 10 ଟଙ୍କା ହ୍ରାସ କରିଛନ୍ତି । ଏହାଦ୍ଵାରା କୋଟି କୋଟି ଉପଭୋକ୍ତାମାନଙ୍କୁ ଆରାମ ମିଳିଛି । କିନ୍ତୁ ବିନା ସବସିଡ଼ି ଥିବା 14.2 କିଲୋଗ୍ରାମ ଏଲପିଜି ଗ୍ୟାସର ଦାମ ଏବେ ମଧ୍ୟ 809 ଟଙ୍କା ଅଛି । ଆଗକୁ ସିଲିଣ୍ଡରର ଦର ଶସ୍ତା ହେବା କଷ୍ଟସାଧ୍ୟ ଜଣାପଡୁଛି । କିନ୍ତୁ ଆପଣଙ୍କ ପାଖରେ ଥିବା 809 ଟଙ୍କାର ଗ୍ୟାସ ସିଲିଣ୍ଡରକୁ କେବଳ 9 ଟଙ୍କାରେ ପାଇବାର ସୁଯୋଗ ଅଛି । ଚାଲନ୍ତୁ ଜାଣିବା କିପରି ?

ଏଲପିଜି ବୁକିଂ ଏବଂ ପେମେଣ୍ଟ ପାଇଁ ପେଟିଏମ ନିଜ ଗ୍ରାହକମାନଙ୍କ ପାଇଁ ଏକ ବମ୍ପର ଅଫର ଆଣିଛି । ଏହି ଅଫର ଯୋଗୁଁ 809 ଟଙ୍କରେ ମିଳୁଥିବା ସିଲିଣ୍ଡରକୁ ଆପଣ 9 ଟଙ୍କାରେ କିଣିପାରିବେ । ପେଟିଏମ ଏଥିରେ କ୍ୟାଶବ୍ୟାକ ଅଫର ପ୍ରଦାନ କରିଛି । ଏହି ଅଫର ଅନୁସାରେ ଯଦି ଗ୍ରାହକ ସିଲିଣ୍ଡର ବୁକ କରିଥାଏ ତାହେଲେ ତାଙ୍କୁ 800 ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ମିଳିବ ।

ଯଦି ଆପଣ ଏହି ପେଟିଏମ ଅଫର ଫାଇଦା ଉଠାଇବାକୁ ଚାହୁଁଛନ୍ତି , ତାହେଲେ ଆପଣଙ୍କ ପାଖରେ 30 ଏପ୍ରିଲ 2021 ପର୍ଯ୍ୟନ୍ତ ସୁଯୋଗ ଅଛି । ଅଫରଟି କେବଳ ସେହି ଗ୍ରାହକମାନଙ୍କ ପାଇଁ ଯେଉଁମାନେ ପ୍ରଥମ ଥର ପାଇଁ ସିଲିଣ୍ଡର ବୁକିଂ ଏବଂ ପେମେଣ୍ଟ ପେଟିଏମରେ କରୁଛନ୍ତି । ବୁକିଂ କରିସାରିବା ପରେ ଆପଣଙ୍କୁ ଏକ ସକ୍ରାଚ କାର୍ଡ଼ ମିଳିବ , ଯାହାର କ୍ୟାଶବ୍ୟାକ ମୂଲ୍ୟ 800 ଟଙ୍କା ହେବ । ଏହି ଅଫରଟି ସ୍ଵୟଂଚାଳିତ ଭାବେ ପ୍ରଥମ ଏଲପିଜି ସିଲିଣ୍ଡର ଉପରେ ଲାଗୁହେବ । କ୍ୟାଶବ୍ୟାକ ପାଇଁ ଆପଣଙ୍କୁ ସକ୍ରାଚ କାର୍ଡ଼ ଖୋଲିବାକୁ ହେବ । କ୍ୟାଶବ୍ୟାକର ରାଶି 10 ଟଙ୍କାରୁ 800 ଟଙ୍କା ମଧ୍ୟରେ ହୋଇପାରେ । ଏହି ସକ୍ରାଚ କାର୍ଡ଼ କୁ ଆପଣଙ୍କୁ 7 ଦିନ ମଧ୍ୟରେ ଖୋଲିବାକୁ ହେବ , ଏହାପରେ ଏହାର ବ୍ୟବହାର କରିପାରିବେ ନାହିଁ ।

ଏହି ଅଫର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ମୋବାଇଲରେ ପେଟିଏମ ଆପ ଡାଉନଲୋଡ କରନ୍ତୁ । ଏଥିସହ ଆପଣଙ୍କୁ ନିଜ ଗ୍ୟାସ କମ୍ପାନୀରେ ବୁକିଂ କରିବାକୁ ପଡିବ । ଏହାପାଇଁ ପେଟିଏମ ଆପରେ show more ଉପରେ କ୍ଲିକ କରନ୍ତୁ , ପରେ Recharge ଏବଂ Pay Bills ରେ କ୍ଲିକ କରନ୍ତୁ । ଏହାପରେ ଅପଣଙ୍କୁ ସିଲିଣ୍ଡର ବୁକ କରିବାର ବିକଳ୍ପ ଦେଖାଯିବ । ବୁକିଂ ପୂର୍ବରୁ ଅପଣଙ୍କୁ FIRSTLPG ପ୍ରମୋକୋଡ଼ ଦେବାକୁ ପଡିବ । ବୁକିଂର 24 ଘଣ୍ଟା ପରେ ଆପଣଙ୍କୁ କ୍ୟାଶବ୍ୟାକ ସକ୍ରାଚ କାର୍ଡ଼ ମିଳିଯିବ । ଏହାକୁ 7 ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *