ହାତୀଟି ବିଦ୍ୟୁତ ତାର କବଳରୁ ବାହାରିପାରୁ ନଥିଲା । ପରେ କିପରି ମଣିଷ ଭଳି କୌଶଳ ଅନୁସରଣ କରିଥିଲା :- ଦେଖନ୍ତୁ video

ହାତୀଟିର କୌଶଳର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ,ଯେଉଁଥିରେ ହାତୀଟି ବିଦ୍ୟୁତ ତାରକୁ ଅତିକ୍ରମ କରୁଥିବାର ଦେଖିବାକୁ ମିଳିବ ।

ମନୁଷ୍ୟ ନୁହେଁ ବରଂ ବିଶ୍ୱର ସମସ୍ତ ପଶୁ ମଧ୍ୟ ବୁଦ୍ଧିମାନ ଅଟନ୍ତି । ମନୁଷ୍ୟ ପରେ ପଶୁମାନଙ୍କ ଭିତରେ ଯଦି କିଏ ବୁଦ୍ଧିଆ ଥାଏ ତ ସିଏ ହାତୀ ଅଟେ । ହାତୀ ନିଜର ଶକ୍ତି ଏବଂ ବିଶାଳ ଶରୀରକୁ ନେଇ ପୃଥିବୀର ଏକ ବୃହତ୍ତମ ପଶୁ । ହାତୀର କ୍ରୋଧ ଭ-ୟ-ଙ୍କ-ର ହୋଇଥାଏ ଯେବେବି ସେମାନେ କ୍ରୋଧିତ ହୁଅନ୍ତି , ସେତେବେଳେ ସେମାନେ କାହା କଥା ଶୁଣନ୍ତି ନାହିଁ । କିନ୍ତୁ କୌଶଳରେ ସେମାନେ ଆଗରେ ରୁହନ୍ତି । ହାତୀଟିର ଏହିପରି ଏକ କୌଶଳ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଏକ ହାତୀକୁ ବିଦ୍ୟୁତ ତାରକୁ ଅତିକ୍ରମ କରୁଥିବାର ଦେଖିବାକୁ ମିଳିବ । ଭିଡ଼ିଓରେ ଦେଖାଯାଇପାରିବ ଯେ ହାତୀଟି ବିଦ୍ୟୁତ ତାର ତଳ ଦେଇ ବାହାରୁଛି । ଯଦି ହାତୀଟି ଛିଡ଼ାହୋଇ ବିଦ୍ୟୁତ ତାରକୁ ଅତିକ୍ରମ କରେ ତାହେଲେ ତାକୁ ବିଦ୍ୟୁତ ଲାଗିପାରେ । ଏଥିପାଇଁ ସେ ଏକ ମନୁଷ୍ୟ ଭଳି କୌଶଳ ନୀତିକୁ ସିଦ୍ଧାନ୍ତ କରିଛି । ବିଦ୍ୟୁତ ତାରକୁ ଅତିକ୍ରମ କରିବା ପାଇଁ ସେ ପ୍ରଥମେ ଭୂମି ଉପରେ ବସେ ଏବଂ ବିଲେଇ ପରି ସ୍ଲାଇଡ କରି ତାର ଅତିକ୍ରମ କରେ ।

https://twitter.com/Saket_Badola/status/1339586447754465283?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1339586447754465283%7Ctwgr%5E%7Ctwcon%5Es1_&ref_url=https%3A%2F%2Fhindi.news18.com%2Fnews%2Fworld%2Fsocial-viral-elephant-was-not-able-to-get-out-from-under-the-electric-wires-see-he-use-trick-like-humans-in-the-video-nodtg-3561569.html

ଏହି ଭିଡ଼ିଓଟିକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦଙ୍କୁ ଟ୍ୟାଗ କରି ଭାରତୀୟ ବନସେବାର ଏକ ଅଧିକାରୀ ସକେତ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଏହି ଭିଡ଼ିଓଟିକୁ 17 ଡିସେମ୍ବରରେ ସେୟାର କରିଥିଲେ । ଯାହାକୁ ଏପର୍ଯ୍ୟନ୍ତ 13 ହଜାର 900 ରୁ ଅଧିକ ଥର ଦେଖାଯାଇସାରିଛି ଏଥିସହ ଏହାକୁ 1200 ରୁ ଅଧିକ ଲାଇକ ମଧ୍ୟ ମିଲିସାରିଛି । ଏହା ବ୍ୟତୀତ ଏହି ଭିଡ଼ିଓକୁ 174 ଥର ଟ୍ୱିଟ ମଧ୍ୟ କରାଯାଇସାରିଛି । ଅନେକ ଉପଭୋକ୍ତା ଏହି ଭିଡ଼ିଓ ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ଏହି ଭିଡ଼ିଓଟିକୁ ସେୟାର କରି ସକେତ ଲେଖିଛନ୍ତି , ‘ ହାତୀ ସବୁଠାରୁ ବୁଦ୍ଧିମାନ ଜଙ୍ଗଲୀ ପ୍ରାଣୀମାନଙ୍କ ମଧ୍ୟରେ ଜଣେ । ସେ ବିଦ୍ୟୁତ ତାରକୁ ଅତିକ୍ରମ କରିବା ପାଇଁ ଏକ ଭଲ କୌଶଳ ସିଦ୍ଧାନ୍ତ କରିଛି .. କେବେକେବେ ବିଳେଇମାନେ ମଧ୍ୟ ଏହିଭଳି ସ୍ଲାଇଡ କରିଚାଲନ୍ତି । ଆଇଏଫଏସ ସୁଶାନ୍ତ ନନ୍ଦା ଏହି ଭିଡ଼ିଓରେ ନିଜ ପ୍ରତିକ୍ରିୟା ଲେଖିଛନ୍ତି ଯେ , ସେ କେବଳ ନିଜର ବୁଦ୍ଧି ଏବଂ ପରିସ୍ଥିତିକୁ ଗ୍ରହଣ କରି ପଶୁରାଜ୍ୟରେ ଶ୍ରେଷ୍ଠ ।

Leave a Reply

Your email address will not be published. Required fields are marked *