ସ୍ୱତନ୍ତ୍ର ରିଲିଫ କମିଶନ ପକ୍ଷରୁ ପ୍ରଥମେ ରାଜ୍ୟରେ ପ୍ରାୟ ୩୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ରହିଛି। କିନ୍ତୁ ଏବେ ସପ୍ତାହ ଅନ୍ତରେ ସଟଡାଉନ କରିବାକୁ ଚାହୁଁଛନ୍ତି। ଏବେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହା ସୂଚନା ଦେଇଛନ୍ତି ଯେ, ସପ୍ତାହରେ ଶନିବାର ଏବଂ ରବିବାର ଦୁଇଦିନ ସଟଡାଉନ ରହିବ। ଏହି ସଟଡାଉନରେ କୌଣସି ଅତ୍ୟାବଶ୍ୟକ ସେବା ବନ୍ଦ ରହିବ ନାହିଁ।
ଦିଲ୍ଲୀ ସରକାର ରାଜ୍ୟରେ ଏବେ ସାତ ଦିନିଆ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଓଡ଼ିଶାରେ କରୋନା ଅତି ବେଗରେ ପ୍ରସାରିତ ହେଉଛି। ଏହାକୁ ଲକ୍ଷ କରି ସରକାର ସଟଡାଉନର ଘୋଷଣା କରିଛନ୍ତି। ଏହି କରୋନା ପାଇଁ ପାଖାପାଖି ୧୦,୫୦୦ରୁ ଅଧିକ ବେଡ଼ ରଖାଯାଇଛି। ବିବାହ ପାଇଁ କେବେଳ ୫୦ ଜଣ ଲୋକ ଯାତ୍ରା କରିବା ପାଇଁ ଅନୁମତି ଅଛି। ନିୟମ ଉଲ୍ଲଂଘନ କଲେ ଅଧିକ ଦଣ୍ଡର ପ୍ରକୋପ ଅଛି। କେତେକ ରାଜ୍ୟ ମାନଙ୍କରେ ଯଥା କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟ ପ୍ରଦେଶ ଦିଲ୍ଲୀ, ମହାରାଷ୍ଟ୍ର ଭଳି ସ୍ଥାନରେ ଲକଡାଉନ ସହ ସଟଡାଉନ ହେବାର ଆଶଙ୍କା ରହିଛି।
ଓଡ଼ିଶା ରାଜ୍ୟରେ ଗାଁ ଗହଳିରେ ଆୟୋଜିତ ହେଉଥିବା କାର୍ଯ୍ୟ ସମାରୋହ, ଭୋଜି ଆଦିରେ ରୋକ ଲଗାଯାଇଛି। ରାଜ୍ୟରେ ରାଜନୈତିକ କାର୍ଯ୍ୟରେ ମଧ୍ୟ ରୋକ ଲଗାଯାଇଛି। ଏହି ନିୟମ ମାନୁ ନଥିବା ଲୋକମାନଙ୍କ ପାଇଁ କଠୋର ଦଣ୍ଡ ଘୋଷଣା କରାଯାଇଛି।
୧୪ ଦିନିଆ ହୋମ କ୍ୱାରେଣ୍ଟଇନ କୁମ୍ଭମେଳାରୁ ଫେରୁଥିବା ଲୋକମାନଙ୍କ ପାଇଁ କରାଯାଇଛି। ସେମାନଙ୍କ ଠାରୁ RT-PCR ଯାଞ୍ଚ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ। ଏବଂ ସେମାନଙ୍କର କରୋନା ପରୀକ୍ଷା କରିବା ଓ କେବେ ଫେରିଛନ୍ତି ଏବଂ କେଉଁଠାରେ ସଂଘରୋଧରେ ରହିଛନ୍ତି ତାହା ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି।