ଯଦି ଆପଣ କରୋନା ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ‘ ଡବଲ ମାସ୍କିଂ ‘ ନିହାତି ଆବଶ୍ୟକ, ଗୋଟିଏ ମାସ୍କରୁ କେବଳ 40% ସୁ-ର-କ୍ଷା

ଫୋର୍ଟିସ ଏସ୍କର୍ଟ ହସ୍ପିଟାଲର ଚେୟାରମ୍ୟାନ ଡାକ୍ତର ଅଶୋକ ସେଠ କହିଛନ୍ତି ” ଗତ ବର୍ଷରେ ଆମେ ଏଭଳି ତରଙ୍ଗ ଦେଖିନାହୁଁ । ସତର୍କତା ହେଉଛି ଏକମାତ୍ର ରାସ୍ତା ,ଏଥିପାଇଁ ଡବଲ ମାସ୍କିଂ ଜରୁରୀ । କେବଳ ସର୍ଜିକାଲ ମାସ୍କ ଯଥେଷ୍ଟ ନୁହେଁ , କପଡା ମାସ୍କରେ କେବଳ 40 % ସୁରକ୍ଷା ହୋଇଥାଏ । ସେଥିପାଇଁ ପ୍ରଥମେ ସର୍ଜିକାଲ ମାସ୍କ ପିନ୍ଧି, ପରେ କପଡା ମାସ୍କ ପିନ୍ଧନ୍ତୁ । ଏହାଦ୍ୱାରା ଡବଲ ମାସ୍କିଂ ଦ୍ୱାରା 95% ଭାଇରସକୁ ରୋକାଯାଇପାରିବା । ଲାନସେଟଙ୍କ ନୂଆ ଅଧ୍ୟୟନ ପରେ କରୋନା ଭାଇରସ ବିସ୍ତାରହେବ ଉପରେ ବିତର୍କ ସୃଷ୍ଟି ହୋଇଛି । ଏହି ଅଧ୍ୟୟନରେ କୁହାଯାଇଛି କି କରୋନା ବୁନ୍ଦା ମାଧ୍ୟମରେ ନୁହେଁ ବରଂ ବାୟୁ ମାଧ୍ୟମରେ ଵ୍ୟାପିଥାଏ । ଏହି ଅଧ୍ୟୟନ ଉପରେ ନିଜର ଟିପ୍ପଣୀ ଦେଇ ଡାକ୍ତର ଫହିମ ୟୁନୁସ କହିଛନ୍ତି କି କରୋନା ଏହି ଦିନମାନଙ୍କରେ କିପରି ବି ବ୍ୟାପୁଥାଉ ଏଥିରୁ ବଞ୍ଚିବା ପାଇଁ N95 କିମ୍ବା KN95 କିଣନ୍ତୁ ଏବଂ ପ୍ରତିଦିନ ବଦଳାଇ ପିନ୍ଧନ୍ତୁ । ଯଦି ଏହା ଗୋଟେ ସପ୍ତାହରେ ଖରାପ ନହୁଏ ତାହେଲେ ଏହାକୁ ପୁନଃ ବ୍ୟବହାର କରନ୍ତୁ ।

ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ସଂକ୍ରମଣ ରୋଗ ବିଭାଗର ଡାକ୍ତର ଫହିମ ୟୁନୁସ ଆଗକୁ ଲାନସେଟ ଅଧ୍ୟୟନ ଉପରେ କହିଛନ୍ତି ଏୟାରବୋର୍ଣ୍ଣର ଅର୍ଥ ଏହା ନୁହେଁ କି ବାୟୁ ଦୂଷିତ ଅଟେ । ଏହାର ଅର୍ଥ ଭାଇରସ ବାୟୁରେ ଥାଇପାରେ ବିଶେଷ କରି ବନ୍ଧ ସ୍ଥାନ ଗୁଡିକରେ ।

ମାସ୍କର ମହତ୍ଵ ଉପରେ ଗରୁତ୍ୱ ଦେଇ ଫୋର୍ଟିସ ଏସ୍କର୍ଟ ହସ୍ପିଟାଲର ଚେୟାରମ୍ୟାନ ଅଶୋକ ସେଠ କହିଲେ ଯେ , ‘ ଏଭଳି ତରଙ୍ଗ କେବେ ଗତ ବର୍ଷରେ ଦେଖିବାକୁ ମିଳିନାହିଁ । ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଖ-ରା-ପ ହୋଇଯାଇଛି । ସାବଧାନତା ହିଁ ଏକମାତ୍ର ଉପାୟ , ଏଥିପାଇଁ ଡବଲ ମାସ୍କିଂ ଜରୁରୀ ଅଟେ । କେବଳ ସର୍ଜିକାଲ ମାସ୍କ ପର୍ଯ୍ୟାପ୍ତ ନୁହେଁ , କପଡା ମାସ୍କରେ କେବେଳ 40% ସୁ-ର-କ୍ଷା ହୋଇଥାଏ । ସେଥିପାଇଁ ପ୍ରଥମେ ସର୍ଜିକାଲ ମାସ୍କ ପିନ୍ଧନ୍ତୁ ,ଏବଂ ପରେ କପଡା ମାସ୍କ ପିନ୍ଧିବାଦ୍ୱାରା 95% ଭାଇରସକୁ ରୋକାଯାଇପାରିବ ।

ଡାକ୍ତର ଅଶୋକ ସେଠ ଆଗକୁ କହିଛନ୍ତି , ‘ ପ୍ରତିଦିନ ନିଜ ମାସ୍କ ଧୁଅନ୍ତୁ , ଯେହେତୁ ଏହା କୁହାଯାଉଛି ଯେ ଏହି ଜୀବାଣୁ ବୁନ୍ଦା ଦ୍ୱାରା ନୁହେଁ ବରଂ ବାୟୁ ଦ୍ୱାରା ହୋଇଥାଏ । ଏଥିପାଇଁ କେବଳ ଡବଲ ମାସ୍କିଂର ଆବଶ୍ୟକ ।

Leave a Reply

Your email address will not be published. Required fields are marked *