ଏଠାରେ ସରକାର ପ୍ରତ୍ୟେକ ଘରକୁ ଦୁଇଟି ଚଡି ପଠାଉଛନ୍ତି , ମାଟିରେ ପୋତା ହେଉଛି ଦୁଇ ହଜାର ଧଳା ଚଡି, ଜାଣନ୍ତୁ ସମ୍ପୂର୍ଣ ଘ-ଟ-ଣା

ସ୍ୱିଜରଲ୍ୟାଣ୍ଡରେ ପ୍ରାୟ ଦୁଇ ହଜାର ଅନ୍ତ ବସ୍ତ୍ର ମାଟିରେ ପୋତାଯାଇଛି । ଦେଶରେ ବୈଜ୍ଞାନିକମାନଙ୍କ ନିର୍ଦ୍ଧେଶ ଅନୁସାରେ ଲୋକମାନେ ଏହା କରିଥିଲେ । ଲୋକମାନଙ୍କ ଅନ୍ତ ବସ୍ତ୍ରରୁ ଦେଶ ମାଟିର ଗୁଣ ଯାଞ୍ଚ କରାଯିବ ।

ଆଜିପର୍ଯ୍ୟନ୍ତ ଆପଣ ମାଟିର ଗୁଣବତ୍ତା ବଢାଇବା ପାଇଁ ଲୋକମାନଙ୍କୁ ଏଥିରେ ସାର ପ୍ରଯୋଗ କରୁଥିବାର ଦେଖୁଥିବେ । ଯଦି ଆପଣଙ୍କୁ କୁହାଯାଏ ମାଟିରେ ଅନ୍ତ ବସ୍ତ୍ର ରଖିଲେ ମଧ୍ୟ ଏହାର ଗୁଣବତ୍ତା ଜଣାପଡ଼ିଥାଏ । ସ୍ୱିଜରଲ୍ୟାଣ୍ଡରେ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଘରକୁ ଦୁଇଟି ଅନ୍ତ ବସ୍ତ୍ର ପଠାଯାଉଛି । ଏହି ଅନ୍ତ ବସ୍ତ୍ରକୁ ଲୋକମାନେ ମାଟିରେ ପୋତି ଦେଉଛନ୍ତି । ଏହା ଦ୍ୱାରା ମାଟିର ଗୁଣବତ୍ତା ଯାଞ୍ଚ କରାଯାଉଛି ।

ସ୍ୱିଜରଲ୍ୟାଣ୍ଡରେ ମାଟିର ଗୁଣବତ୍ତା ଜାଣିବା ପାଇଁ ସରକାର ଚାଷୀମାନଙ୍କ ସାହାଯ୍ୟ ନେଉଛି । ସ୍ୱିଜରଲ୍ୟାଣ୍ଡର ଅନୁସନ୍ଧାନ ପ୍ରତିଷ୍ଠାନ ଆଗ୍ରୋସ୍କୋପ ଲୋକମାନଙ୍କୁ ଦୁଇଟି ଅନ୍ତ ବସ୍ତ୍ର ମାଟିରେ ପୋତିବାକୁ କହିଛନ୍ତି । ଏହି ଅନ୍ତ ବସ୍ତ୍ରକୁ ସରକାର ଲୋକମାନଙ୍କ ନିକଟକୁ ପଠାଉଛନ୍ତି । ଏହାପରେ ଏହାକୁ ମାଟିରେ ପୋତାଯାଉଛି ।

ଏଥିରେ ଯେଉଁ ଅନ୍ତ ବସ୍ତ୍ରଟି ମାଟିରେ ପୋତାହେବ ମାଟି ଲୋକମାନଙ୍କୁ ଏହାର ଗୁଣ ଜଣାଇବ । ଯେଉଁ ସ୍ଥାନରେ ଅନ୍ତ ବସ୍ତ୍ରଟି ତରଳି ଯିବ, ତେବେ ସେହି ଜାଗାରେ ବ୍ୟାକ୍ଟେରିଆ ଏବଂ ଅନ୍ୟ ଜୀବାଣୁମନେ ଅଧିକ ମାତ୍ରାରେ ଥିବେ । ଯଦି କପଡା ନଷ୍ଟ ହୋଇଯାଏ ତାହେଲେ ସେହି ଜମିଟି ଉର୍ବର ଅଟେ ।

ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଅନ୍ତ ବସ୍ତ୍ର ମାଟିରେ ଏକ ମାସ ପୋତିହୋଇ ରହିବ ଏବଂ ଏଥିସହ ଚାହା ବ୍ୟାଗ ମଧ୍ୟ ରଖାଯିବ । ଏକ ମାସ ପର୍ଯ୍ୟନ୍ତ ଅନ୍ତ ବସ୍ତ୍ର ମାଟିରେ ପୋତିହୋଇ ରହିବ , ଯାହାପରେ ବୈଜ୍ଞାନିକମାନେ ଏହାକୁ କାଢ଼ି ନେଇଯିବେ । ଏହାପରେ ଏହାକୁ ଡିଜିଟାଲ ବିଶେଷଣ କରାଯିବ । ଏହାଦ୍ୱାରା ବ୍ୟାକ୍ଟେରିଆର ଗୁଣ ମଧ୍ୟ ଜଣାପଡିବ ।

Leave a Reply

Your email address will not be published. Required fields are marked *