ଦେଶବାସୀ ମାନଙ୍କ ଚିକିତ୍ସା ପାଇଁ ଏଥର ସରକାର ଆୟୁଷ୍ମାନ ଭାରତ କାର୍ଡ ମାଗଣାରେ ଦେବାପାଇଁ ଆସ୍ୱସ୍ତି କରିଛନ୍ତି। ଏହି କାର୍ଡର ଉଦେଶ୍ୟ ହେଉଛି, କୌଣସି ଗରୀବ ଲୋକମାନେ ଚିକିତ୍ସାରେ କୌଣସି ଅସୁବିଧା ନ ପାଇବେ। ଏହି ଯୋଜନାରେ ଉଲ୍ଲେଖ କରାଯାଇଥିବା ଲୋକମାନଙ୍କୁ ୫ ଲକ୍ଷ ଟଙ୍କା ମିଳିବ। ପୂର୍ବରୁ ଏହି କାର୍ଡ଼କୁ ଆଣିବା ପାଇଁ ଲୋକଙ୍କୁ ୩୦ ଟଙ୍କା ଶୁଳ୍କ ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ମୋଦି ସରକାର ମାଗଣା ଦେବାପାଇଁ ଲୋକମାନଙ୍କୁ ଆସ୍ୱସ୍ତି କରିଛନ୍ତି।
ଏହି କାର୍ଡ଼ ଜରିଆରେ ଲୋକମାନେ ଚିକିତ୍ସାରେ ଲାଗୁଥିବା ଇଂସ୍ୟୁରାନ୍ସ ପାଇ ପାରିବେ। ଏବଂ ଏହି କାର୍ଡ ମାଧ୍ୟମରେ କୌଣସି ହସ୍ପିଟାଲରେ ସେମାନେ ନିଜର ଚିକିତ୍ସା ସହଜରେ କରିପାରିବେ। ୫ ଲକ୍ଷ ଟଙ୍କା ବର୍ଷକୁ ପ୍ରତ୍ୟେକ କାର୍ଡ଼ ପାଇଥିବା ଲୋକମାନଙ୍କ ପରିବାରକୁ ମିଳିବ।
କାର୍ଡ଼ ତିଆରି ପାଇଁ ଆପଣ ଯୋଜନାର ଅଫିସିଆଲ ୱେବସାଇଟ କିମ୍ବା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡିପୋଜିଟ କରି ପାରିବେ। ପରେ ଉଲ୍ଲେଖ ହେଲା ପରେ ଯୋଜନାରେ ନିୟୋଜିତ ହୋଇଥିବା ଅଧିକାରୀ ଆପଣଙ୍କ ଘରର ସମସ୍ତ ଡିଟେଲ୍ସ ନେବେ। ଏହାପରେ ଆପଣଙ୍କୁ ଆୟୁଷ୍ମାନ କାର୍ଡ଼ ମିଳିବ। ଏହା ଦେଖିବାକୁ ଏଟିଏମ କାର୍ଡ଼ ଭଳି ଏବଂ ଏହା ଆପଣଙ୍କୁ ସମ୍ପୂର୍ଣ୍ଣ ମାଗଣା ମିଳିଯିବ।
ଏହି ଆୟୁଷ୍ମାନ କାର୍ଡ଼ର ଦ୍ୱିତୀୟ ନାମ ଗୋଲ୍ଡେନ କାର୍ଡ଼ ମଧ୍ୟ କୁହାଯାଏ। ଏହି କାର୍ଡ଼ର ଅଧିକାରୀ ମାନେ ୫ ଲକ୍ଷ ଟଙ୍କା ପାଇଁ ହସ୍ପିଟାଲରେ ଚିକିତ୍ସା କରିପାରିବେ। ଏହି କାର୍ଡ଼ ମାଗଣା ୩୦ ଏପ୍ରିଲ ପର୍ଯ୍ୟନ୍ତ ଅବଧି ରହିଛି। ଆପଣ ମାନେ ଏହି ସରକାରଙ୍କ ଯୋଜନାରୁ ଲାଭ ଉଠାଇ ପାରିବେ।