୨୦୨୧ରେ ପ୍ରଥମ ଥର ପାଇଁ ଏହି ସୁରିଗେ ନାମକ ମହାବାତ୍ୟା ମାଡ଼ି ଆସୁଛି। ଲୋକମାନଙ୍କୁବସତର୍କ ମଧ୍ୟ କରାଯାଉଛି। ବନ୍ୟା ଆଶଙ୍କା ରହିବା ସହ ଉପକୂଳରେ ୨୦୦ କି.ମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏହି ବାତ୍ୟା ଫିଲିପାଇନ୍ସ ଉପକୂଳ ଆଡକୁ ମାଡି ଆସୁଛି। ଦେଶର ପାଣିପାଗ ବିଭାଗ ସତର୍କ ରହିବାକୁ ନିର୍ଦେଶ ଦେଇଛି।
ଫିଲିପାଇନ୍ସ ଉପକୂଳର ବାଇକଲ ନାମକ ସ୍ଥାନ ଆଡକୁ ଏହି ସୁରିଗେ ନାମକ ମହାବାତ୍ୟା ମାଡି ଆସୁଛି। ଜଣାପଡ଼ୁଛି ଯେ ଏହି ବାତ୍ୟାଟି ସ୍ଥଳ ଭାଗରେ ଲ୍ୟାଣ୍ଡ ଫଲ କରି ନପାରେ। ତଥାପିବେହା ଉପକୂଳ ଅଂଚଳରେ ଅଧିକ ମାତ୍ରାରେ ବର୍ଷା ହେବା ସହ ପବନ ବହିବ। ଏହି କଥା ଦେଶର ପାଣିପାଗ ବିଭାଗ ଠାରୁ ସୂଚନା ମିଳିଛି।
ଦେଶର ପାଣିପାଗ ବିଭାଗ ପକ୍ଷରୁ ପବନର ବେଗ ୧୨୫ ରୁ ୧୬୫ କି.ମି ପ୍ରତି ଘଣ୍ଟା ବୋଲି ଆକଳନ କରୁଛି। ଅନ୍ୟପଟେ ଆମେରିକାର ବିଶେଷଜ୍ଞ ମାନେ ଏହି ସୁରେଗା ନାମକ ମହାବାତ୍ୟାକୁ ଏକ ବଡ଼ ବାତ୍ୟା ଭାବୁଛନ୍ତି। ଏବଂ ସେମାନଙ୍କ ଆକଳନ ଅନୁସାରେ ପବନର ବେଗ ଘଣ୍ଟା ପ୍ରତି ୧୬୫ ରୁ ୨୦୦ କି.ମି ରହିବ। ଏହାକୁ ସରକାର ୫ ନମ୍ବର ବିପଦର ଆଶଙ୍କା କରିଛି।
ସୁରିଗେର ସେଣ୍ଟ୍ରାଲ ପ୍ରେସର ବା କେନ୍ଦ୍ରୀୟ ଚାପ ୮୮୮ ଏମବି ରୁ ୮୯୫ ଏମବି ରହିବ। ଏହା ସଂକେତ ଦେଉଛି ଯେ, ପୂର୍ବରୁ ଆସିଥିବା ବାତ୍ୟାଠାରୁ ଅତି ଭୟଙ୍କର ଅଟର। ଯେଉଁଠି ପବନର ବେଗ ଘଣ୍ଟା ପ୍ରତି ୧୯୦ ଆକଳନ କରାଯାଇଛି। ଏହି ରିପୋର୍ଟ ୱେଦର ଚ୍ୟାନେଲ ଅନୁସାରେ ସୂଚନା ମିଳିଛି।
ସୂଚନା ଅନୁସାରେ, ୨୦୨୦ ମସିହାରେ ଦେଶରେ ସୁପର ଟାଇଫୁନ ଗୋନି ମାଡ ହୋଇଥିଲେ । ଏହା ବ୍ୟତୀତ ଭିଏତନାମ ଓ କମ୍ବୋଡିଆରେ ଅକ୍ଟୋବର ଓ ନଭେମ୍ବର ମାସରେ ଅନେକ ବାତ୍ୟା ଆସିଥାଏ । ଯଦିଓ ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ମଧ୍ୟରେ ଆସୁଛି। ଫଳରେ ସେଠାରେ ଅଧିକ ବାତ୍ୟା ଆସିବାର ସମ୍ଭାବନା ରହୁଛି।
Latest imagery from #TyphoonSuirgae #Surigae, a very powerful category 4 #Typhoon and still rapidly intensifying. Expected to pass close to the Phillipines at or near peak intensity, although we are still slightly unsure of its track. pic.twitter.com/mdGSzlCcgu
— CycloneTracking OZ (@realCTOZ) April 16, 2021