IPL 2021: ଜାଣନ୍ତୁ ଆଇପିଏଲର ସମସ୍ତ 8 ଅଧିନାୟକଙ୍କ ସମ୍ପୂର୍ଣ୍ଣ ରୋଜଗାର । ଧୋନି ବିରାଟଙ୍କଠାରୁ ବହୁତ ଆଗରେ ଅଛନ୍ତି

କେବଳ ବ୍ୟାଟିଂ ନୁହେଁ ବରଂ ଅଧିନାୟକ ଭାବରେ ତାଙ୍କ ନାମରେ ସମସ୍ତ ରେ-କ-ର୍ଡ କରି ଆଗକୁ ବଢ଼ୁଥିବା ବିରାଟ କୋହଲି ଆଇପିଏଲରେ ଉଦଘାଟିତ ମ୍ୟାଚକୁ ନିଜ ନାମରେ କରିଦେଇଛନ୍ତି। ସେ ଜଣେ ଆଗ୍ରହୀ କ୍ରୀଡ଼ାବିତ । କିନ୍ତୁ ଏହି କ୍ଷେତ୍ରରେ ସେ ମାହୀଙ୍କଠାରୁ ପଛରେ ଅଛନ୍ତି । ଆମେ ସେମାନଙ୍କ ରୋଜଗାର ବିଷୟରେ କଥାହେଉଛୁ । ଏହି ମା-ମ-ଲା-ରେ କୋହଲି ମହେନ୍ଦ୍ର ସିଂ ଧୋନିଙ୍କଠାରୁ ପଛରେ ଅଛନ୍ତି ।

‘ ବଡୋଦା ସ୍ପୋଟିଂ ସାମଗ୍ରୀ । ଦେଖାହୁଏ ନାହିଁ ଭାରତୀୟ ଲେଖିଛନ୍ତି , କିନ୍ତୁ ବିକ୍ରୟ କେବଳ ବଡୋଦାରେ । ଏହା ମହେନ୍ଦ୍ର ସିଂ ଧୋନିଙ୍କର ବିଜ୍ଞାପନରେ କିଛି ଧାଡି । ଯେଉଁଥିରେ ଧୋନି ମହିଳା ଦୋକାନୀଙ୍କୁ ନିଜ ୱେବସାଇଟ ତିଆରିକରି ସାମଗ୍ରୀ ବିକିବାକୁ କହୁଛନ୍ତି । ଆପଣଙ୍କୁ ଜଣାଇଦିଆଯାଉଛି ଯେ ପୂର୍ବ ଭାରତୀୟ ଅଧିନାୟକ ଧୋନିଙ୍କ ରୋଜଗାରର ବଡ ଅଂଶ ବିଜ୍ଞାପନରୁ ଆସିଥାଏ । ସେ 16 ରୁ ଅଧିକ ବ୍ରାଣ୍ଡ ସହ ଜଡିତ । ତାଙ୍କ ପରେ ଆରଶିବିର ଅଧିନାୟକ କୋହଲି ଏବଂ ହିଟମ୍ୟାନ ଲାଇନରେ ଅଛନ୍ତି । ଚାଲନ୍ତୁ ଜାଣିବା ଆଇପିଏଲର ଅଧିନାୟକଙ୍କ ମୋଟ ରୋଜଗାର ଉପରେ ।

ସର୍ବପ୍ରଥମେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଯିଏ ପ୍ରତିମାସ 760 କୋଟି ( 105 ମିଲିୟନ ଡଲାର ) ରୋଜଗାର କରୁଛନ୍ତି । ସେ ତିନିଥର ଆଇପିଏଲ ଟ୍ରଫି ଜିତିଛନ୍ତି । କେବଳ ଏତିକି ନୁହେଁ ବରଂ ସମସ୍ତ ଆଇସିସି ଟାଇଟଲ ଜିତିଥିବା ସେ ଜଣେ ଏକମାତ୍ର ଅଧିନାୟକ ଅଟନ୍ତି ।

ରୋୟାଲ ଛେଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଏହି ମା-ମ-ଲା-ରେ ଦ୍ୱିତୀୟ ସ୍ତାନ ଅଧିକାର କରିଛନ୍ତି । ସେ ବର୍ତ୍ତମାନ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଏକ ନମ୍ବରରେ ଅଛନ୍ତି । ବର୍ତ୍ତମାନ ସେ ଭାରତୀୟ ଦଳର ମେରୁଦଣ୍ଡ ପାଲଟିଯାଇଛନ୍ତି । ସେ ପ୍ରତିବର୍ଷ 688 କୋଟି ( 93 ମିଲିୟନ ଡଲାର ) ରୋଜଗାର କରୁଛନ୍ତି ।

ତୃତୀୟ ନମ୍ବରରେ ହିଟମ୍ୟାନ ରୋହିତ ଶର୍ମା ଅବସ୍ଥିତ । ଭାରତରେ କ୍ରିକେଟକୁ ଅନ୍ଧ ଭାବରେ ଅନୁସରଣ କରାଯାଏ । ଭାରତର ସମସ୍ତ ବିଜୟରେ ରୋହିତ ଶର୍ମାଙ୍କ ହାତ ଅଛି । ହିଟମ୍ୟାନ ନାମରେ ଲୋକପ୍ରିୟ ରୋହିତ ଶର୍ମା ପ୍ରତିବର୍ଷ 160 କୋଟି ( 22 ମିଲିୟନ ଡଲାର ) ରୋଜଗାର କରୁଛନ୍ତି ।

ଏହାପରେ ନମ୍ବର ଆସେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାର୍ନର , ଯିଏକି ପ୍ରତିବର୍ଷ 80 କୋଟି ( 11 ମିଲିୟନ ଡଲାର ) ରୋଜଗାର କରୁଛନ୍ତି । ତାଙ୍କ ଅଧିନାୟକତ୍ଵରେ ଦଳ ଥରେ ଆଇପିଏଲ ଟାଇଟଲ ଜିତିସାରିଛି । ୱାର୍ନରଙ୍କୁ ବିଶ୍ୱର ସର୍ବୋତ୍ତମ ଏବଂ ବିନାଶକାରି ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଗଣାଯାଏ ।

 

10 ରୁ ଅଧିକ ବ୍ରାଣ୍ଡ ପାଇଁ ବିଜ୍ଞାପନ କରୁଥିବା ପଞ୍ଜାବ କିଙ୍ଗସର ଅଧିନାୟକ କେଏଲ ରାହୁଲ ପ୍ରତିବର୍ଷ 62 କୋଟି ( 8.5 ମିଲିୟନ ଡଲାର ରୋଜଗାର କରନ୍ତି । ସେ ଜଣେ ଡାହାଣ ହାତ ୱିକେଟ କିପର ବ୍ୟାଟ୍ସମ୍ୟାନ । ସେ ତାଙ୍କର ଏକ ଖରାପ ଫର୍ମରୁ ସୁସ୍ଥ ହୋଇ ଇଂଲଣ୍ଡ ବିପକ୍ଷରେ ଏକ ଶତକ ହାସଲ କରିଥିଲେ ।

ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷରେ ଭାରି ଇନିଂସ ଖେଳି ଭାରତୀୟ ଦଳକୁ ଜିତାଇଥିବ ଋଷଭ ପନ୍ତ ପ୍ରତିବର୍ଷ 47 କୋଟି ( 6.5 ମିଲିୟନ ଡଲାର ) ରୋଜଗାର କରନ୍ତି । ନିକଟରେ ତାଙ୍କୁ ଦିଲ୍ଲୀ ରାଜଧାନୀର ଅଧିନାୟକ କରାଯାଇଛି । ତାଙ୍କୁ ଲୋକମାନେ ସ୍ପାଇଡ଼ି ନାମରେ ଜାଣନ୍ତି ।

ରାଜସ୍ଥାନ ରାୟାଲ୍ସର ଅଧିନାୟକ ତଥା ଡାହାଣ ହାତ ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ କୋଚଙ୍କ କହିବା ଅନୁସାରେ ତାଙ୍କ ଭିତରେ ଆଡ଼ାମ ଗିଲକ୍ରିଷ୍ଟ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ଦକ୍ଷତା ଅଛି । ଆପଣଙ୍କୁ ଜଣାଇଦେଉଛୁ ଯେ ସାମସନ 6 ରୁ ଅଧିକ ବ୍ରାଣ୍ଡ ସହ ଜଡିତ ଏବଂ ପ୍ରତିମାସ 43 କୋଟି ( 6 ମିଲିୟନ ଡ଼ଲାର ) ରୋଜଗାର କରନ୍ତି ।

ଏହି ତାଲିକାର ଶେଷ ନମ୍ବରରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଅନ ମୋର୍ଗାନ, ଯିଏ ପ୍ରତିବର୍ଷ 21 କୋଟି ଟଙ୍କା ରୋଜଗାର କରନ୍ତି । ସେ ଇଂଲଣ୍ଡର ସୀମିତ ଓଭରରେ ଅଧିନାୟକ ଅଟନ୍ତି । ସେ 3 ରୁ ଅଧିକ ବ୍ରାଣ୍ଡ ସହ ଜଡିତ ।

Leave a Reply

Your email address will not be published. Required fields are marked *