ବ୍ରାଜିଲର Sao Pauloର The Regional Medical Board of the State Caren Trisoglio Garciaଙ୍କ ଲାଇସେନ୍ସ ଋ-ଦ୍ଧ କରି ଦେଇଛନ୍ତି। ମେଡିକାଲ ବୋର୍ଡ TikTokରେ କ୍ୟାରନଙ୍କ ଗୋଟିଏ ଭିଡିଓ ଦେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଭିଡ଼ିଓରେ ନର୍ସ କ୍ୟାରନ ବହୁତ ଘୃ-ଣ୍ୟ କାମ କରୁଥିବାର ଦେଖାଯାଇଛନ୍ତି।
ଧରତୀ ଉପରେ ଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଇଥାଏ। ବହୁତ ଗମ୍ଭୀର ରୋଗର ଚିକିତ୍ସା କରି ଡାକ୍ତର ସେମାନଙ୍କ ଜୀବନ ବଞ୍ଚାଇ ଦେଇଥାନ୍ତି। କିନ୍ତୁ ଯଦି ଏହି ଡାକ୍ତର ଅବହେଳା କରି ସମ୍ବେଦହୀନ ହୋଇଯିବେ ତାହେଲେ କ’ଣ କରାଯାଇ ପାରିବ। ଏମିତି ହିଁ ଗୋଟିଏ ଘ-ଟ-ଣା ବ୍ରାଜିଲ (Brazil)ରୁ ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ନର୍ସ ରୋଗର ଚିକିତ୍ସା କରିବା ପରେ ତାଙ୍କ ଶରୀରରୁ କାଟି ଅଲଗା କରା ଯାଇଥିବା ଚର୍ବି ସହିତ ଡ୍ୟାନ୍ସ କରୁଥିବାର ଭିଡିଓ ପ୍ରସ୍ତୁତ କରିଥିବାର ଦେଖା ଯାଇଛି। ଭିଡିଓ ଭାଇରାଲ ହେବା ମାତ୍ରେ ହିଁ ଲୋକମାନେ କ୍ରୋ-ଧିତ ହେବାକୁ ଲାଗିଥିଲେ, ଯାହାପରେ ମେଡିକାଲ ଅଥୋରିଟୀ କ୍ୟାରନଙ୍କୁ ବହିଷ୍କାର କରି ଦେଇଛନ୍ତି।
ହସିହସି କରିଥିଲେ ଭିଡିଓ
Cirurgiã é suspensa após compartilhar vídeos com pele de pacientes
Caren Trisoglio Garcia expôs material em redes sociais. Conselho Regional de Medicina do Estado de São Paulo suspendeu o registro dela.
Leia: https://t.co/83Ey276Jim pic.twitter.com/ARtI70RYLe
— Metrópoles (@Metropoles) April 10, 2021
ଭାଇରାଲ ହୋଇଥିବା ଭିଡିଓରେ କ୍ୟାରନ, ଯିଏ କି ବ୍ରାଜିଲର Ribeirao Pretoର ଗୋଟିଏ ଡାକ୍ତରଖାନାରେ କାମ କରୁଛନ୍ତି, ତାଙ୍କୁ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। କ୍ୟାରନ ଏହି ଭିଡ଼ିଓରେ ହସିହସି ରୋଗୀର ପେଟରୁ କାଟି ଅଲଗା କରା ଯାଇଥିବା ଚର୍ବିକୁ ଦେଖୁଥିବାର ଦେଖା ଯାଇଛନ୍ତି। ସେହି ସମୟରେ କ୍ୟାରନ ବହୁତ ଖୁସି ଥିଲେ।
କରିଦେଲେ ବହିଷ୍କାର
କ୍ୟାରନଙ୍କ ଏହି ଭିଡିଓ ସଙ୍ଗେସଙ୍ଗେ ଭାଇରାଲ ହୋଇ ଯାଇଥିଲା। ଲୋକମାନେ ଏହାକୁ ଘୃ-ଣ୍ୟ ବୋଲି କହିଛନ୍ତି।ଭାଇରାଲ ହେବାପରେ ଏହାର ସୂ-ଚ-ନା ମେଡିକାଲ ଅଥରିଟୀକୁ ଦିଆ ଯାଇଥିଲା, ଯାହାପରେ କ୍ୟାରନଙ୍କ ଲାଇସେନ୍ସଙ୍କୁ ବହିଷ୍କାର କରି ଦିଆଯାଇଥିଲା। ଏଥିରେ କ୍ୟାରେନଙ୍କୁ ମେଡିକାଲ ଏଥିକ୍ସ ଭାଙ୍ଗୁଥିବାର ଦୋ-ଷୀ ସା-ବ୍ୟ-ସ୍ତ କରାଯାଇଛି।
ହସିହସି ଦେଖୁଥିଲେ ମାଂସ
ଭିଡ଼ିଓରେ କ୍ୟାରନ ହସିହସି ରୋଗୀର ଶରୀରରୁ ବାହାର କରା ଯାଇଥିବା ମାଂସକୁ ଦେଖୁଥିଲେ। ସେ ରୋଗୀର ଛାତିରୁ ନେଇ ତାର ଅଣ୍ଡରଆର୍ମର ଫ୍ୟାଟ ମଧ୍ୟ ଦେଖାଇଛନ୍ତି। ଭିଡିଓ ସହିତ କ୍ୟାରନ ଅନେକ ଇମୋଜୀ ମଧ୍ୟ ଲଗାଇଛନ୍ତି। ହେଲେ,ଭାଇରାଲ ହେବାପରେ କ୍ୟାରନଙ୍କୁ ୬ମାସ ପର୍ଯ୍ୟନ୍ତ ବହିଷ୍କାର କରି ଦିଆଯାଇଛି।
ସୋସିଆଲ ମିଡିଆରେ ଅଛନ୍ତି ଲକ୍ଷଲକ୍ଷ ଫଲୋଅର୍ସ
କ୍ୟାରନ ଏହି ଭିଡିଓ ଟିକଟୋକରେ ସେୟାର କରିଥିଲେ। ଏହି ସର୍ଜନକୁ ୬ଲକ୍ଷ ୪୩ହଜାର ଲୋକ ଫଲୋ କରିଛନ୍ତି। ଏହା ସହିତ ତାଙ୍କର ଗୋଟିଏ ଭିଡିଓରେ ୧୧ମିଲିୟନ ଲାଇକ ଆସିଥିଲା। ଏଥିରେ କ୍ୟାରନ ନିଜ ଫଟୋ ଏବଂ ଓର୍କଆଉଟ କରୁଥିବାର ଭିଡିଓ ସେୟାର କରିଥାନ୍ତି। କ୍ୟାରନଙ୍କୁ ୬ମାସ ପାଇଁ ବହିଷ୍କାର କରିବା ସମୟରେ ମେଡିକାଲ ବୋର୍ଡ କହିଛନ୍ତି କି ନର୍ସ ଯାହା କରିଛନ୍ତି ତାହା ବହୁତ ନିନ୍ଦନୀୟ ଅଟେ।