ଏହି ଆଇଆଇଟି ଛାତ୍ରଟି କେବଳ 15 ମାସ ମଧ୍ୟରେ 5000 କୋଟି ଟଙ୍କା ରୋଜଗାର କରିଦେଇଥିଲେ । ଜାଣନ୍ତୁ କିପରି କରିଥିଲେ..

ଆଇଆଇଟିର ପୂର୍ବତମ ଛାତ୍ର କେବଳ 15 ମାସ ମଧ୍ୟରେ 5000 କୋଟି ଟଙ୍କାର ମାଲିକ ହୋଇସାରିଛି । ଫ୍ଲିପକାର୍ଟ ଏବଂ ଗୁଗୁଲ ଭଳି ବଡ଼ କମ୍ପାନୀରେ କାମ କରିସାରିଥିବା ଏହି ବ୍ୟକ୍ତିଙ୍କ ନାମ ସୁରଜିତ ଚାଟାର୍ଜୀ ଅଟେ । ଫେବୃଆରୀ 2020 ରେ ସେ ଆମେରିକାର ସର୍ବବୃହତ କ୍ରିପଟୋକରେନ୍ସି ଏକ୍ସଚେଞ୍ଜ କଏନବେସରେ ମୁଖ୍ୟ ଉତ୍ପାଦ ପରିଚାଳକ ଭାବରେ କାମ ଆରମ୍ଭ କରିଥିଲେ । କଏନବେସରେ 15 ମାସ ମଧ୍ୟରେ 180.8 ମିଲିୟନ ଡ଼ଲାର ରୋଜଗାର କରିଦେଇଛନ୍ତି । ଭାରତୀୟ ମୁଦ୍ରାରେ ଏହାର ପରିମାଣ 1,500 କୋଟି ଟଙ୍କା ହେବ ।

ବୁଧବାର କଏନବେସରେ ମୁଦ୍ରା ବିନିମୟରେ ଭଲ କାରବାର ପରେ ସୁରଜିତଙ୍କ ରୋଜଗାର ଏତେ ବଡ ହୋଇଯାଇଛି । ମୁଖ୍ୟ କଥାଟି ହେଉଛି ଆଉ 5 ବର୍ଷ ପରେ ସେ ସେୟାରର ବିକଳ୍ପ ମଧ୍ୟ ପାଇବେ । ବର୍ତ୍ତମାନର କୋଏନବେସର ସେୟାର ମୂଲ୍ୟ 465.5 ମିଲିୟନ ଡ଼ଲାର ଯାହା ପାଖାପାଖି 3,500 କୋଟି ଟଙ୍କା ଅଟେ ।

ସୁରଜିତ ଆଇଆଇଟି ଖଡ଼ଗପୁରରୁ ବିଏସସି କରିଛନ୍ତି । ନେଡେକଠାରୁ ଆରମ୍ଭ କରି କୋଏନବେସ ପ୍ରତିଷ୍ଠାତା ବ୍ରାଏନ ଆର୍ମଷ୍ଟ୍ରଙ୍ଗ ଏବଂ ଫ୍ରେଡ଼ ଏହେରସେମଙ୍କ ସହ ସୁରଜିତ ଚଟାର୍ଜୀଙ୍କ ବଡ ଫାଇଦା ହୋଇଥିଲା । ଏହି ତିନିଜନଙ୍କର ରୋଜଗାର 16 ମିଲିୟନ ଡଲାର ଅତିକ୍ରମ କରିସାରିଛି । ବ୍ଲୁମବର୍ଗ ବିଲିୟନେୟର ଇଣ୍ଡେକ୍ସରୁ ଏହାର ଖବର ମିଳୁଛି ।

ନେସଡକ ଉପରେ କଏନବେସର 100 ବିଲିୟନ ଡ଼ଲାର ସହିତ ସେୟାର ପିଛା 381 ଡଲାରରୁ ଆରମ୍ଭ ହୋଇଥିଲା । ଏହା ପରେ ଏହା ବଢି 430 ଡଲାର ପ୍ରତି ସେୟାର ପର୍ଯ୍ୟନ୍ତ ପହଞ୍ଚିଗଲା । ଯଦିଓ ଏହା 328.28 ଡଲାରରେ ବନ୍ଧ ହୋଇଥିଲା । ବିଟକଏନ ସହ କମ୍ପାନୀ ଏବେ ପବ୍ଲିକ ହୋଇସାରିଛି । କମ୍ପାନୀର ବାଣିଜ୍ୟ ପରିମାଣରେ ବିଟକଏନ ଏବଂ ଇଥେରିୟମ ସର୍ବାଧିକ ଅଂଶିଦାର । ଏହି ଦୁଇ କ୍ରିପଟୋକରେନ୍ସି ଏବେ ଉଞ୍ଚ ସ୍ତରରେ ଅଛି । ଏହି ବର୍ଷ ବିଟକଏନର ମୂଲ୍ୟ ପ୍ରାଏ ଦ୍ୱିଗୁଣିତ ହୋଇ 64,000 ଡଲାର ପର୍ଯ୍ୟନ୍ତ ଅତିକ୍ରମ କରିସାରିଛି ।

ତିନିବର୍ଷ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଇଙ୍କ ରେ କାମ କରିବା ପରେ ଚଟାର୍ଜୀ ଫେବୃଆରୀରେ କଏନବେସରେ ଯୋଗଦେଇଥିଲେ । ଗୁଗୁଲରେ ସେ ସପିଂ ପ୍ଲାଟଫର୍ମ ପାଇଁ କାମକରୁଥିଲେ । ସେ ପୂର୍ବରୁ ମୋବାଇଲ ସର୍ଚ୍ଚ ବିଜ୍ଞାପନ ଏବଂ ଆଡ଼ସେନ୍ସ ଉତ୍ପାଦ ଏବଂ ବିତରଣ ଦଳ ପାଇଁ କାର୍ଯ୍ୟ କରୁଥିଲେ । ତାଙ୍କ ପାଖେ ଫ୍ଲିପକାର୍ଟରେ କାମକରିବାର ମଧ୍ୟ ଅଭିଜ୍ଞତା ଅଛି ।

ଗତବର୍ଷ ସୁରଜିତଙ୍କୁ ଚାକିରି ଦେବାପରେ କଏନବେସର ସହ ପ୍ରତିଷ୍ଠାତା ଆର୍ମଷ୍ଟ୍ରଙ୍ଗ କମପାନୀର ବ୍ଲଗ ପୋଷ୍ଟରେ ଲେଖିଛନ୍ତି , ‘ଯଦି କିଏ ଆମେରିକାରେ ରହି କାମ କରିଛି ଏବଂ କାରବାର କରିଛି ତେବେ ଏହିଭଳି ଲୋକମାନଙ୍କ ପାଇଁ ସୀମା କାରବାର ବୁଝିବାରେ ଅସୁବିଧା ହୋଇପାରେ । ଏଭଳି କାରବାର ପାଇଁ ସୀମା ବାହାରେଥିବା ଲୋକମାନେ ସହାୟକ ହୋଇପାରିବେ ।

Leave a Reply

Your email address will not be published. Required fields are marked *