ମହିଳା ଜଣକ ଅଫିସ୍ ପାଇଁ ମଧ୍ୟାହ୍ନ ଭୋଜନ କରିକି ଦେଇଥିଲେ, କିନ୍ତୁ ସ୍ୱାମୀ ବିକିକି ହୋଟେଲରେ ଖାଉଥିଲେ, ଜାଣନ୍ତୁ ସମ୍ପୂର୍ଣ ଘ-ଟ-ଣା

ଘରେ ଘରେ ମହିଳାମାନେ ସକାଳୁ ଉଠି ପିଲା ଏବଂ ସ୍ୱାମୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି । ଯାହାଫଳରେ ସେମାନେ ସ୍କୁଲ ଏବଂ ଅଫିସରେ ମଧ୍ୟାହ୍ନ ଭୋଜନ ସମୟରେ ଘରେ ତିଆରି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇପାରିବେ । କିନ୍ତୁ ଏପରି ଏକ ମା-ମ-ଲା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ବାସ୍ତବରେ, ଜଣେ ପତ୍ନୀ କ୍ରୋ-ଧିତ ହେଲେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଯେଉଁ ଖାଦ୍ୟ ସେ ତାଙ୍କ ସ୍ବାମୀଙ୍କ ପାଇ ରୋଷେଇ କରିକୀ ଦିଅନ୍ତି ସେ ଖାଦ୍ୟକୁ ତାଙ୍କ ସ୍ୱାମୀ ବିକ୍ରି କରି ଫାଷ୍ଟଫୁଡ୍ କିଣିକି ଖାଆନ୍ତି।

ଘ-ଟ-ଣା କ’ଣ ଥିଲା?

ଖବର ଅନୁଯାୟୀ ଏହି ମହିଳା ଆପାର୍ଟମେଣ୍ଟ କିଣିବା ପାଇଁ ଟଙ୍କା ଯୋଗାଡ କରୁଥିଲେ। ତେଣୁ ସେ ଘରର ଖର୍ଚ୍ଚ କମ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମହିଳା ଜଣକ ଅଫିସ୍ ପାଇଁ ସ୍ୱାମୀଙ୍କୁ ମଧ୍ୟାହ୍ନ ଭୋଜନ ଦେବା ଆରମ୍ଭ କରିଥିଲେ। ଏହାର ଦୁଇଟି ଫାଇଦା ଥିଲା । ଗୋଟିଏ, ସେ ବାହାର ଖାଇବାରେ ଅଧିକ ଖର୍ଚ୍ଚ କରିବେ ନାହିଁ ଏବଂ ଦ୍ୱିତୀୟରେ ସେ ସୁସ୍ଥ ଖାଦ୍ୟ ଖାଇବାକୁ ପାଇବେ । ବାସ୍ତବରେ ମହିଳା ଜଣକ ହିସାବ କରିଥିଲେ ଯେ ତାଙ୍କ ସ୍ୱାମୀ କେବଳ ମଧ୍ୟାହ୍ନ ଭୋଜନରେ ୨୦୦ ପାଉଣ୍ଡ (20,484 ଟଙ୍କା) ଖର୍ଚ୍ଚ କରୁଥିଲେ ।

ସ୍ୱାମୀଙ୍କ ବନ୍ଧୁ ଧରେଇ ଦେଲେ

ମହିଳା ଜଣକ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱାମୀଙ୍କୁ ସାଣ୍ଡୱିଚ୍ ତିଆରି କରିକୀ ଦେଉଥିଲେ। ତେବେ ସ୍ୱାମୀ ଧୀରେ ଧୀରେ ପତ୍ନୀଙ୍କୁ ସାଣ୍ଡୱିଚ୍ ଅଧିକ ଦବାକୁ କହିଥିଲେ ଯେ ଏହା ଦ୍ୱରା ତାଙ୍କ ପେଟ ଫୁଲ୍ ହେଉ ନାହିଁ। କିନ୍ତୁ ଏହି କାହାଣୀର ଶେ-ଷ ହେଲା ଯେତେବେଳେ ତାଙ୍କ କାର୍ଯ୍ୟାଳୟର ଜଣେ ସହକର୍ମୀ ତାଙ୍କୁ ଭେଟିବା ପାଇଁ ଘରେ ପହଞ୍ଚିଲେ । ପତ୍ନୀ କହିଛନ୍ତି, ଆମେ ଖାଦ୍ୟ ଟେବୁଲରେ ବସିଥିଲୁ। ତାଙ୍କ ବନ୍ଧୁ ମୁଁ ମୋ ସ୍ୱାମୀ ପାଇଁ ତିଆରି କରିଥିବା ସାଣ୍ଡୱିଚକୁ ନେଲେ । ଏହା କେତେ ସ୍ୱାଦିଷ୍ଟ ବୋଲି ସେ କହିଲେ। ଏହାର ପ୍ରତିବଦଳରେ, ମୁଁ ତାଙ୍କୁ ଧନ୍ୟବାଦ କହିଲି । କିନ୍ତୁ ପରେ ସେ କହିଥିଲେ ଯେ ଏହାର ଦାମ ଟିକେ ଅଧିକ ଅଛି। ‘

ସ୍ୱାମୀ ଏହି ଯୁକ୍ତି ବାଢ଼ିଥିଲେ..

ସେ ଆହୁରି ମଧ୍ୟ କହିଥିଲେ, ‘ମୁଁ ବହୁତ ଦ୍ୱନ୍ଦ୍ୱରେ ପଡିଥିଲି। ତେଣୁ ମୁଁ ତାଙ୍କୁ ଖୋଲିକି ସବୁ କଥା ବୁଝେଇବା କହିଥିଲି। ସେ କହିଥିଲେ ଯେ ସେ ତୁମ ଦ୍ୱାରା ପ୍ରସ୍ତୁତ ସାଣ୍ଡୱିଚକୁ ଇଏ ଆମ ସହ-କର୍ମୀଙ୍କୁ ବିକ୍ରି କରନ୍ତି ଏବଂ ସେହି ଟଙ୍କାରେ ନିଜେ ମଧ୍ୟାହ୍ନ ଭୋଜନ ପାଇଁ ରେଷ୍ଟୁରାଣ୍ଟକୁ ଯାଆନ୍ତି । ମୁଁ ସୁଣିକି ଆଶ୍ଚର୍ଯ୍ୟ ହୋଇଗଲି । ତେବେ ଆରମ୍ଭରେ ମୋ ସ୍ୱାମୀ ଏହାକୁ ଗ୍ରହଣ କଲେନାହିଁ । ଯେତେବେଳେ ତାଙ୍କ ସାଙ୍ଗ ଚାଲିଗଲେ, ତାଙ୍କ ସହ ମୋର ବହୁତ ଯୁ-କ୍ତି-ତ-ର୍କ ହୋଇଥିଲା । ତା’ପରେ ସେ କହିଥିଲେ ଯେ ଏଥିରେ କିଛି ଭୁଲ୍ ନାହିଁ। ‘

ମଧ୍ୟାହ୍ନ ଭୋଜନ ଦେବା ବନ୍ଦ..

ଏହି ଘ-ଟ-ଣା ମହିଳାଙ୍କ ଆଖି ଖୋଲିଦେଲା । ତେବେ ପରେ ସେ ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ ସେ ଆଉ ଅଫିସ୍ ପାଇଁ ସାଣ୍ଡୱିଚ୍ କରିବେ ନାହିଁ। ତେବେ ମଧ୍ୟାହ୍ନ ଭୋଜନ ପାଇଁ ସେ ଏହି ଟଙ୍କା ଖର୍ଚ୍ଚ କରୁନଥିଲେ ବୋଲି ସ୍ୱାମୀ କହିଛନ୍ତି। ଅନେକ ଲୋକଙ୍କୁ ସ୍ୱାମୀଙ୍କ ବ୍ୟବହାର ବହୁତ୍ ଅଜବ ଲାଗିଲା । ଯେତେବେଳେ କି ପତ୍ନୀ ତାଙ୍କ କାର୍ଯ୍ୟକୁ ନେଇ ବହୁତ ରାଗିଛନ୍ତି। ବାସ୍ତବରେ, ଏହି ସମ୍ପୂର୍ଣ୍ଣ ଘ-ଟ-ଣା ଉପରେ ଆପଣ କ’ଣ କହିବାକୁ ଚାହାଁନ୍ତି ?

Leave a Reply

Your email address will not be published. Required fields are marked *