ଆମେରୀକାର ନ୍ୟୁୟର୍କରେ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଏକ ଅଭିଭାବକ ନିଜର ବୟସ୍କ ପିଲାଙ୍କ ସହ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ସେ କୋ-ର୍ଟ-ରେ କାନୁନ ଅନୁସାରେ ନିଜ ପିଲାଙ୍କ ସହ ବିବାହ ପାଇଁ ଅନୁମତି ମାଗିଛନ୍ତି।
ଅଭିଭାବକ ନିଜର ପରିଚୟ ବିଷୟରେ ଖୋଲି କହିଲେ ନାହିଁ:-
ଏହି ଅଦ୍ଭୁତ ଆବେଦନକୁ ଦରଜ କରିଥିବା ଅଭିଭାବକ ନିଜର ଏବଂ ନିଜ ପିଲାର ପରିଚୟ ବିଷୟରେ ଖୋଲି କହିଲେ ନାହିଁ। ଅର୍ଥାତ ଏହି କଥାର ସ୍ପଷ୍ଟ କରିନଥିଲେ କି, ଅଭିଭାବକ ଏବଂ ତାଙ୍କର ପିଲାର ବୟସ, ଲିଙ୍ଗ ଆଦି କଣ ଅଟେ। କୋ-ର୍ଟ-ରେ ଦାଖଲ କରାଯାଇଥିବା କାଗଜ ଅନୁସାରେ, ପରିଚୟ ଦାଖଲ କରିନଥିବାର ପଛରେ ସବୁଠୁ ବଡ଼ କାରଣ ହେଉଛି, ଅଭିଭାବକର ଏହି ଆବେଦନ ସମାଜର ଏକ ବଡ଼ ଭାଗକୁ ପସନ୍ଦ ଆସିବ ନାହିଁ ଏବଂ ଏହାର ପ୍ରତିକୂଳ ପରିସ୍ଥିତି ହୋଇପାରେ।
ଅଭିଭାବକ ନିଜର ଆବେଦନ ପତ୍ରରେ ଦେଲେ ଏହି ତର୍କ:-
ନ୍ୟୁୟର୍କ ପୋଷ୍ଟର ରି-ପୋ-ର୍ଟ ଅନୁସାରେ, ଅଭିଭାବକ ମ୍ୟାନହ୍ୟାଟନର ସଂଘୀୟ ଅ-ଦା-ଲତ-ରେ ଏକ ଏପ୍ରିଲରେ ଦର୍ଜ କରିଥିବା ନିଜର ଏହି ଆଶ୍ଚର୍ଯ୍ୟକର ଆବେଦନ ବିଷୟରେ କହିଛନ୍ତି,’ ବିବାହ ଦ୍ୱାରା ଦୁଇଟି ଲୋକ ଚାହିଁଲେ ଅଭିବ୍ୟକ୍ତି, ଅନ୍ତରଙ୍ଗତା, ଆଧ୍ୟାତ୍ମିକତାର ଏକ ବଡ଼ ସ୍ତର ପାଇ ପାରିବେ। ଯଦିଓ ସେ ଆଗରୁ କୌଣସି ସମ୍ବନ୍ଧରେ ରହିଥାନ୍ତୁ ନା କାହିଁ।
ନ୍ୟୁୟର୍କ ରେ ଅଣ କାନୁନ ଅଟେ ସମ୍ପର୍କୀୟଙ୍କ ସହ ବିବାହ:-
ନ୍ୟୁୟର୍କର ଆଇନ ଅନୁସାରେ, ନିଜର କୌଣସି ପାଖ ସମ୍ବନ୍ଧୀୟଙ୍କ ସହିତ ଯୌ-ନ ସମ୍ପର୍କ ତିଆରି କଲେ ୪ ବର୍ଷ ପର୍ଯ୍ୟନ୍ତ ଜେ-ଲ-ର ଦ-ଣ୍ଡ ମିଳେ। ଏହା ବ୍ୟତୀତ ନିଜର ସମ୍ପର୍କୀୟଙ୍କ ସହ ବିବାହ ଅମାନ୍ୟ ମନେ କରାଯାଏ। ଏବଂ ପତି ପତ୍ନୀଙ୍କୁ ଜୋରିମାନା ତଥା ୬ ମାସ ଜେ-ଲ-ର ଦ-ଣ୍ଡ ଦିଆଯାଇଥାଏ।