ଏହି ବର୍ଷରେ ଚୀନ ଏବଂ ଶ୍ରୀଲଙ୍କା ପାଖାପାଖି ହୋଇଛି। ଚୀନ, ଶ୍ରୀଲଙ୍କାକୁ ନିଜର ଭିତ୍ତିପ୍ରସ୍ତର ଭାବେ ଗଡ଼ିବା ପାଇଁ କରଜ ଦେଉଛି। ଚୀନର ଏହି ସାହାଯ୍ୟକୁ ଶ୍ରୀଲଙ୍କା ଚୀନକୁ ନିଜର ଭଲ ମିତ୍ର ବୋଲି କହୁଛି। କିନ୍ତୁ ହଂବନଟୋଟା ପୋର୍ଟ ସହିତ ଅନ୍ୟ ପ୍ରୋଜେକ୍ଟ ତିଆରି କରିବା ପାଇଁ ଚୀନ ଯେପରି ନିଜର ଏଜେଣ୍ଡା ଲାଗୁ କରୁଛି, ତାକୁ ନେଇ ବିଶ୍ଲେଷକ ମାନେ ପ୍ରଶ୍ନ କରୁଛନ୍ତି। କିଛି ବିଶ୍ଲେଷକଙ୍କ ମତାମତ ଅନୁସାରେ ଚୀନ ଶ୍ରୀଲଙ୍କାକୁ କରଜରେ ଫସାଇବାକୁ ଚେଷ୍ଟା କରୁ ନାହିଁ ତ ?
ସୋମବାର ଦିନ ସେହି ସମୟରେ ମଧ୍ୟ ଏହି ବିଶ୍ଲେଷକ ମାନେ ନିଜର ପ୍ରସ୍ତାବ ରଖିଲେ ଯେ, ଯେତେବେଳେ ଶ୍ରୀଲଙ୍କା ୫୦ କୋଟି ଟଙ୍କାର କରଜ ଚୀନର ସରକାରୀ ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ସହ ଚୁକିଣାମା କଲେ। ଚୀନ ଏହି କରୋନା ମହାମାରୀ ରେ ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ସୁଦୃଢ଼ ରକହିବାକୁ ଚାହୁଁଛି। ପୂର୍ବ ମାସରେ ଚୀନ ଶ୍ରୀଲଙ୍କା ସହ ୧.୫ ଅରବ ଡଲାର ମୁଦ୍ରା ଅଦଳ ବଦଳ କରିବା ପାଇଁ ଚୁକ୍ତିନାମା କରିଛି।

ଏକ ସମାଚାର ଏଜେନ୍ସିଙ୍କ ଅନୁସାରେ ବିଜିଙ୍ଗରେ ଶ୍ରୀଲଂକାଇ ଦୂତାବାସ ଏକ ଭାଷଣରେ କହିଥିଲେ ଯେ, ଚୀନ ଏକ ଭଲ ବନ୍ଧୁ। ଏହି କରୋନା ସମସ୍ୟାରେ ଆମର କଠିନ ଚୁନତୀ ସମୟରେ ଚୀନ ଆମକୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛି।
ଆର୍ଥିକ ସାହାଯ୍ୟ ସହ ଚେନ ଅନ୍ୟ ମୁଖ୍ୟ କ୍ଷେତ୍ରରେ ମଧ୍ୟ ଶ୍ରୀଲଙ୍କାକୁ ସାହାଯ୍ୟ କରୁଛି। କିଛିଦିନ ପୂର୍ବରୁ ଯେତେବେଳେ ସଂଯୁକ୍ତ ରାଷ୍ଟ୍ର ମାନବାଧିକାରୀ ପରିଷଦରେ ଶ୍ରୀଲଙ୍କା ବିରୋଧରେ ପ୍ରସ୍ତାବ ଆସିଲା ଚୀନ ଏହାକୁ ସମର୍ଥନ କରିନଥିଲା। ଯଦିଓ ସମସ୍ୟା ତାମିଲ ମାନଙ୍କର ଆସିଥିବାରୁ ଭାରତ ବୋଟିଙ୍ଗ ରୁ ଦୁରେଇ ଥିଲା। ଚୀନ କୋଲମ୍ବୋ ଏୟାରପୋର୍ଟରେ ଏକ ଟର୍ମିନାଲର ବିକାଶ ଆରମ୍ଭ କରିଛି। ଯାହାକି ଶ୍ରୀଲଙ୍କା ଏକ ମୁଖ୍ୟ ପରିଯୋଜନାରେ ଭାରତକୁ ବାହାର କରିଦେଇଥିଲା। ସମସ୍ତ ମିଶିକାରୀ ଏହି କତ୍ଯା ଆସୁଛି ଯେ, ଶ୍ରୀଲଙ୍କାରେ ଚୀନ ଭାରତ ଠାରୁ ବାଜି ମାରୁଛି।
ଭାଷଣରେ କୁହାଯାଇଥିଲା କି, ୫୦ କୋଟି ଡଲାରର କରଜ ୧ ଅରବ ଡଲାରର ଋଣର ଏକ ଭାଗ। ଏହି ୫୦ କୋଟି ଡଲାର ପୂର୍ବବର୍ଷ ଜାରୀ କରାଯାଇଛି। ଏଥିରେ କୁହାଯାଇଛି କି ଏହି କରଜ କୋଭିଡ-୧୯ ରେ ଆସୁଥିବା ସମସ୍ୟାରେ ଶ୍ରୀଲଙ୍କାର ଅର୍ଥ ବ୍ୟବସ୍ଥାରେ ବିଦେଶୀ ମୁଦ୍ରାର ବହୁ ପ୍ରତିକ୍ଷିତ ପ୍ରବାହ ହେବ।

ବିଶେଷଜ୍ଞଙ୍କ ଅନୁସାରେ, ଶ୍ରୀଲଙ୍କାକୁ ଏଭଳି ସମୟରେ କରଜ ଦିଆଯାଇଛି ଯେବେ ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ମାର୍ଚ୍ଚ ୨୦୨୧ ରେ କମିଯାଇ ୪.୦୫ ଅରବ ଡଲାର ହୋଇଯାଇଥିଲା। ଏହି ମୁଦ୍ରା ଭଣ୍ଡାର ୨୦୦୮-୦୯ ରେ ହୋଇଥିବା ମୁଦ୍ରା ସଂକଟରୁ କମ।
ପୂର୍ବ ମାସରେ ଚୀନ ୧୦ ମିଲିୟନ ୟୁୟାନ ବା ୧.୫ ଅରବ ଡଲାରର ଚୁକ୍ତିନାମା ଶ୍ରୀଲଙ୍କା ସହ କରିଥିଲେ। ଏହି କରଜ ତିନି ବର୍ଷ ପାଇଁ କରାଯାଇଛି। ଏହି ଫଣ୍ଡର ଵ୍ୟଵହାର କରି ଦୁଇ ଦେଶ ଭିତରେ ଦ୍ୱୀପକ୍ଷୀୟ ବ୍ୟବସାୟ ଏବଂ ପ୍ରତ୍ୟେକ୍ଷ ନିବେଶକୁ ବଢ଼ାଇବା ପାଇଁ ବ୍ୟବହାର କରାଯିବ।
ଚୀନ ନିଜର ମୁଖ୍ୟ ଆକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ଼ ଇନିସିଏଟିବରେ ଶ୍ରୀଲଙ୍କାକୁ ଏକ ମହତ୍ୱପୂର୍ଣ୍ଣ ଭାଗ ଭାବୁଛି। ଚୀନ ଏହି କିଛି ବର୍ଷ ଭିତରେ ଶ୍ରୀଲଙ୍କାର ବିକଶିତ କ୍ଷେତ୍ର ପାଇଁ କିଛି ଅରବ ଡଲାର କରଜ ଦେବାକୁ ଚୁକ୍ତିନାମା କରିଛି। କିନ୍ତୁ ବିଶେଷକଙ୍କ ଅନୁସାରେ ଶ୍ରୀଲଙ୍କାର ଚୀନ-ବିତ୍ତ ପୋଷିତ ବୁନିଆଦ ଢାଞ୍ଚା ଯୋଜନାରେ ଆର୍ଥିକ ରୂପରେ ବ୍ୟବହାର୍ଯ୍ୟ ନାହିଁ ଏବଂ କୋଲମ୍ବର କରଜ ଶେଷ କରିବା ପାଇଁ ବହୁତ ସମସ୍ୟା ଆସିଯିବ।
ଷ୍ଟ୍ରେଜିକ ରୂପରେ ଅହମ ହମ୍ବନଟୋଟା ପୋର୍ଟ ନିର୍ମାଣ ପାଇଁ ଚୀନ ଏକ ବଡ଼ କରଜ ଦେବାକୁ ଜାଣି ବିଶେଷଜ୍ଞ ବିଜିଙ୍ଗଙ୍କର ଋଣ ଜାଲ କୂଟନୀତିର ଉଦାହରଣ କାଉଛନ୍ତି। ଶ୍ରୀଲଙ୍କା ପକ୍ଷରୁ ହମ୍ବନଟୋଟା ପୋର୍ଟ ପାଇଁ ଋଣ ସୁଝାଇବା ପରେ ୨୦୧୭ରେ କୋଲମ୍ବକୁ ୯୯ ବର୍ଷ ଚୀନ କମ୍ପାନୀ ଲିଜ ପାଇଁ ବନ୍ଦରଗାଓଁ ପଟେ ଦେବାକୁ ବାଧ୍ୟ ହୋଇଗଲା।

ବିଶ୍ଲେଷକଙ୍କ କହିବା ଅନୁସାରେ, ଶ୍ରୀଲଙ୍କା, ଚୀନ ଭଳି ଅଣ ଲୋକତାନ୍ତ୍ରୀକ ଦେଶଠୁ ନିଜର କଲ୍ୟାଣ ପାଇଁ ଅନୁଗ୍ରହ କରି କରଜ ନେଉଛି। କିନ୍ତୁ ପ୍ରକୁତ କଥା ଏହା ଯେ ଶ୍ରୀଲଙ୍କା ବିଜିଙ୍ଗର ଋଣ ଜାଲରେ ଫସିବାକୁ ଯାଉଛି। କୋଟି ଡଲାରରେ ଏହି କରଜ ସୁଝାଇବା ପାଇଁ ଶ୍ରୀଲଙ୍କାକୁ ଅନେକ ସମସ୍ୟାକୁ ଚୁନତୀ ଦେଉଛି।
ବିଶ୍ଲେଷକଙ୍କ କହିବା ଅନୁସାରେ ଏହି କରଜରେ ଶ୍ରୀଲଙ୍କା ବନ୍ଦରଗାଓଁ ବନ୍ଧା ପକାଇବାକୁ ବାଧ୍ୟ ହୋଇପାରେ। ଏବେ ଶ୍ରୀଲଙ୍କା ୧୧୦ କୋଟି ଡଲାର ବଦଳରେ ହମ୍ବନଟୋଟାର ୧୭ ପ୍ରତିଶତ ଭାଗ ଚୀନ କମ୍ପାନୀ ଚାଇନା ମଂଚେଟ ହୋଲ୍ଡିଂସ ଲିମିଟେଡ଼କୁ ଲିଜ ପାଇଁ ଦେଇ ଦେଇଛି।