ଜଣେ ଲୋକ ସାକ୍ଷାତକାରରେ ଆଇଫୋନକୁ ଚିହ୍ନି ପାରି ନଥିଲେ । ତାଙ୍କ କାହାଣୀ ଆଜି ଲୋକମାନଙ୍କୁ ସାହସ ଦେଉଛି

କୌଣସି ବ୍ୟକ୍ତିଙ୍କୁ ଚାକିରିର ବହୁତ ଆବଶ୍ୟକତା ଅଛି । ଯଦି ତାଙ୍କୁ ସାକ୍ଷାତକାରରେ ଆଇଫୋନ ଦେଖାଯାଏ ଏବଂ ପଚରାଯାଏ ଏହି ଲୋଗୋଟି କେଉଁ କମ୍ପାନୀର ଅଟେ ? ଯଦି ବ୍ୟକ୍ତିଙ୍କୁ ଏହା ଜଣା ନଥାଏ ଏବଂ ତାଙ୍କୁ ଚାକିରୀ ନମିଳେ… ତାଙ୍କୁ କେତେ ଖରାପ ଅନୁଭବ କରିବାକୁ ପଡିବ । ସବୁଜ୍ଞାନ ଏକପର୍ଶ୍ୱରେ ଏବଂ ଏହି ଆଇଫୋନ କଥାଟି ଗୋଟେପଟେ । ଏହା ଏକ ବ୍ୟକ୍ତିଙ୍କ ସହ ହୋଇଛି । ସେ ଲୋକମାନଙ୍କ କହିଛନ୍ତି କି ସ୍ୱପ୍ନ ଦେଖିବା କେବେ ଛାଡିବ ନାହିଁ । ଆଜି ଏହି ବ୍ୟକ୍ତିଜଣକ ଏକ କମ୍ପାନୀରେ ସିଇଓ ଅଟନ୍ତି

ଦିଲଖୁଶ ଏହି କାହାଣୀଟିକୁ ଫେସବୁକରେ ସେୟାର କରିଛନ୍ତି । ଏହା ତାଙ୍କର ସତ୍ୟ କାହାଣୀ । ସେ ଲେଖିଛନ୍ତି , ‘ ଲମ୍ବା ଦୂରତା ଅତିକ୍ରମ କରିବାକୁ ସମୟ ଲାଗେ , ଆଜି ସେ ନିଜ ଡ୍ରିମ ଫୋନ ଆଇଫୋନ 11 (256 GB) କୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଯେତେବେଳେ ସମୟ ଗଡିବା ସହ ଠକାମୀର ଅସନ୍ତୋଷ ଦେଖା ଦେଇଥିଲା , କିନ୍ତୁ ଶେଷରେ 4ଟାରେ ଭେଟିଲେ । ଆଜିଠାରୁ ପ୍ରାୟ 10 ବର୍ଷ ପୂର୍ବରୁ ସହରସାଠାରେ ଏକ ଚାକିରି ମେଳା ଅନୁଷ୍ଠିତ ହୋଇଥିଲା । ସେ ମଧ୍ୟ ବେକାର ଶ୍ରେଣୀରେ ଥିଲେ ,ବାପା ମିନି ବସ ଚଲାଉଥିଲେ , ଦରମା ପ୍ରାୟ 4500 ଥିଲା ।

Google

ଯେଉଁଥିରେ ଘର ଚଳାଇବାରେ ଆସୁବିଧା ହୋଇପଡୁଥିଲା ,ସେଥିପାଇଁ ତାଙ୍କୁ ଚାକିରିର ଆବଶ୍ୟକତା ପଡିଲା । ସେ ମଧ୍ୟ ସେହି ମେଳାରେ ଭାଗନେଲେ ଯେଉଁଠାରେ , ପାଟନାର ଏକ କମ୍ପାନୀ ନିଜର ସମସ୍ତ ଦଲିଲ ଦାଖଲ କରିଥିଲେ , ସେ କମ୍ପାନୀରେ ଜଣେ ସାର ଥିଲେ , ସେ କହିଲେ କି ତାଙ୍କ ଆବେଦନକୁ ସେ ପାଟଣା ପଠାଉଛନ୍ତି । 5 ଅଗଷ୍ଟରେ ପାଟଣାର ଏସପି ବର୍ମା ରୋଡକୁ ଆସିବ ପାଇଁ ,ସେଠାରେ ଏକ ସାକ୍ଷାତକର ହେବ ବୋଲି ।

ସେଠାରେ ସଫଳ ହୋଇଗଲେ ମାସକୁ 2400 ଟଙ୍କା ଦରମା ମିଳିବ । ସେ ସେହି ଦିନମାନଙ୍କୁ ବଡ ଉତ୍ସାହର ସହ ଅପେକ୍ଷା କରିଥିଲେ ,ରାତିରେ ମଧ୍ୟ ସେ ଠିକରେ ଶୋଇପାରନ୍ତି ନାହିଁ । ବାସ ସେ ଖାଲି ଚାକିରି ବିଷୟରେ ଭାବୁଥିଲେ । ଗୋଟେ ସପ୍ତାହ ଅପେକ୍ଷା ପରେ 5 ତାରିଖ ଆସିଯାଇଥିଲା । ସକାଳୁ 5 ଟାରେ ସହରସାଠାରୁ ପାଟଣା ପର୍ଯ୍ୟନ୍ତ ଏକ ଟ୍ରେନ ଥିଲା । ଯାହା 11 ସମୟରେ ପାଟଣାରେ ପହଞ୍ଚୁଥିଲା । ସାକ୍ଷାତକାର ସମୟ 5ଟା ଥିଲା ।

‘ସକାଳୁ ସେ ଯେତେବେଳେ ଉଠିଲେ ପ୍ରବଳ ବର୍ଷା ହେବାର ଶବ୍ଦ ଶୁଣିବାକୁ ପାଇଲେ , ବାହାରକୁ ବାହାରି ଦେଖନ୍ତି କି ଜୋରରେ ବର୍ଷା ହେଉଛି । ସେ କିପରି ଟ୍ରେନ ଧରିବେ ତାହା ବୁଝିପାରିନଥିଲେ । ତାଙ୍କ ଗ୍ରାମରୁ ଷ୍ଟେସନର ଦୂରତା 10 କିଲୋମିଟର ଅଟେ । ଶେଷରେ ନିଜ ପରିଚିତଙ୍କ ସହାୟତାରେ ନିଜ ଦେହକୁ ପ୍ଲାଷ୍ଟିକରେ ଢାଙ୍କି ଷ୍ଟେସନରେ ପହଞ୍ଚିଲେ ଏବଂ ଟ୍ରେନ ଧରି ପାଟଣାକୁ ଯାତ୍ରାକଲେ । ମନରେ ଭଗବାନଙ୍କୁ ସ୍ମରଣ କରି ପାଟଣା ପହଞ୍ଚିଲେ । ସେହି ସ୍ଥାନ ବିଷୟରେ ତାଙ୍କର କୌଣସି ଜ୍ଞାନ ନଥିଲା । ରେଲୱେ ଷ୍ଟେସନରେ ଜଣେ ମହାନ ବ୍ୟକ୍ତିଙ୍କଠାରୁ ଏସପି ବର୍ମା ରୋଡ଼ ବିଷୟରେ ପଚାରିବାରୁ ସେ କହିଲେ , ଏହା କେବଳ 5 ମିନିଟର ରାସ୍ତା । ସେ କିଛି ସମୟ ବର୍ଷା ବନ୍ଦ ହେବାର ଅପେକ୍ଷା କଲେ । ଯେତେବେଳେ ବର୍ଷା ବନ୍ଦ ନହୁଏ ତ ସେ ଓଦା ହୋଇ ଏସପି ବର୍ମା ରୋଡ଼ ପାଇଁ ବାହାରିଗଲେ ।

Google

‘ଯେଉଁ ବିଲ୍ଡିଂରେ ପଶିଲେ , ସେଠାରେ ତାଙ୍କପରି ଆହୁରି 10 ରୁ 15 ଜଣ ଉପସ୍ଥିତ ଥିଲେ । ସମସ୍ତେ ନିଜ ନିଜ ସାକ୍ଷାତକାର ଦେଇ ବାହାରକୁ ଆସୁଥିଲେ । ଯେତେବେଳେ ତାଙ୍କ ପାଳି ଆସିଲା ସେ ମଧ୍ୟ ଭିତରକୁ ଗଲେ । ସାମନାରେ 3 ଜଣ ପୁରୁଷ ଏବଂ 2 ମହିଳା ବସିଥିଲେ । ଅଭିବାଦନ ଜଣାଇବାପରେ ସେମାନେ ଜାଣିଲେ କି ପିଲାଟି ଦେହାତୀ ଅଟେ । ନାମ ଏବଂ ଠିକଣା ଜାଣିବାପରେ ଜଣେ ସାର ନିଜ ଫୋନ ଉଠାଇଲେ ଏବଂ ଫୋନର ଲୋଗୋ ଦେଖାଇ କହିଲେ , ଏହି କମ୍ପାନୀର ନାମ କୁହ ?

ସେ ସେହି ଲୋଗୋକୁ ପ୍ରଥମଥର ପାଇଁ ଦେଖିଲେ । ତାଙ୍କୁ ଜଣା ନଥିବାରୁ ସେ ସେଥିପାଇଁ ମନା କରିଦେଇଥିଲେ । ସେ ସାର ଉତ୍ତରରେ ଏହା ଆଇଫୋନ ବୋଲି କହିଥିଲେ ଏବଂ ଏହା ଆପଲ କମ୍ପାନୀର ଅଟେ । ତାଙ୍କୁ ଚାକିରିତ ମିଳିନଥିଲା ଏବଂ ଡ୍ରାଇଭର ଗୁଣକୁ ଉତ୍ତରାଧିକାରୀ କରି ବାପାଙ୍କର ପଥରେ ଚାଲିବାକୁ ଲାଗିଲେ । ଆଜି ସାରଙ୍କର ଆଇଫୋନ ଦେଖାଇବାର ଶୈଳୀ କାଲି ପର୍ଯ୍ୟନ୍ତ ତାଙ୍କ ଆଖି ଆଗରେ ଘୁରି ବୁଲୁଥିଲା । ଆଜି ଆଇଫୋନ ଆସିଯାଇଛି ତେଣୁ ସାର ଆଉ ମନେ ପଡିବେ ନାହିଁ ।

ଦିଲଖୁଶ କୁମାର ବିହାର ବାସିନ୍ଦା ଅଟନ୍ତି । ତାଙ୍କର ଏହି କାହାଣୀ ଲୋକମାନଙ୍କୁ ପ୍ରେରିତ କରୁଛି । ସେ ଛୋଟ ସହର ଏବଂ ଗ୍ରାମରେ ସେପରି ସୁବିଧା ଦେଉଛନ୍ତି ଯେପରି ଦିଲ୍ଲୀ-ମୁମ୍ବାଇରେ ଓଲା-ଉବର ଦେଉଛନ୍ତି । ତାଙ୍କ କମ୍ପାନୀର ନାମ aryago ଅଟେ । 2016 ମସିହାରେ ସେ ଏହାକୁ ଆରମ୍ଭ କରିଥିଲେ । ତ ଦେଖିଲେ କିପରି ଆଇଫୋନ ଲୋଗୋ ଜଣାନଥିବାରୁ ତାଙ୍କୁ ଚାକିରି ମିଳିଲା ନାହିଁ । ଲୋକମାନେ କିପରି ଏକପ୍ରକାରର ଜ୍ଞାନକୁ ପୂର୍ଣ ଜ୍ଞାନ ଭାବେ ମାନିନେଉଛନ୍ତି । ଯଦି ତାଙ୍କୁ ଚାକିରି ମିଳିଯାଇଥାନ୍ତା ତେବେ ସେ ସବୁଦିନ ପାଇଁ କର୍ମଚାରୀ ହିସାବରେ କାମ କରିଥାନ୍ତେ । କିନ୍ତୁ ଆଜି ସେ ଏହି କମ୍ପାନୀର ମାଲିକ ଏବଂ ଲୋକମାନଙ୍କୁ ରୋଜଗାର ଦେବାରେ ସେ ସକ୍ଷମ ଅଟନ୍ତି ।

Leave a Reply

Your email address will not be published. Required fields are marked *