ରୁଷର ରାଷ୍ଟ୍ରପତି ପୁତିନଙ୍କର ଏହି ପ୍ରସ୍ତାବରେ ପାକିସ୍ତାନରେ ହଇଚଇ

ପାକିସ୍ତାନ ଏବଂ ଋଷରେ ଦ୍ୱୀପକ୍ଷୀୟ ସମ୍ବନ୍ଧ ମଜବୁତ ହେଉଛି। ଭାରତର ଯାତ୍ରା କଲା ପରେ ଋଷର ବିଦେଶୀ ମନ୍ତ୍ରୀ ସର୍ଗଇ ଲାବରୋବ ପୂର୍ବ ସପ୍ତାହରେ ପାକିସ୍ତାନରେ ପହଞ୍ଚି ଥିଲେ। ଗତ ୯ ବର୍ଷରେ କୌଣସି ଋଷ ବିଦେଶୀ ମନ୍ତ୍ରୀ ପାକିସ୍ତାନକୁ ବୁଲିବାକୁ ଯାଇନଥିଲେ। ସେଠାରେ ସେ ପାକିସ୍ତାନର ପିଏମ ଇମରାନ ଖାଁଙ୍କୁ ଋଷର ରାଷ୍ଟ୍ରପତି ବ୍ଲାଦିମୀର ପୁତିନଙ୍କର ଏକ ସନ୍ଦେଶ ଦେଇଥିଲେ।

ପାକିସ୍ତାନର ଜଣେ ସିନିୟର ଅଧିକାରୀ ଲାବରୋବଙ୍କ ହାତରେ ସେ ‘ଏକ୍ସପ୍ରେସ ଟ୍ରିବ୍ୟୁନ’ କୁ କହିଛନ୍ତି, ‘ ମୁଁ ଋଷର ରାଷ୍ଟ୍ରପତିଙ୍କର ଏକ ସନ୍ଦେଶ ଆଣିଛି, ଯେଉଁଥିରେ ସେ କହିଛନ୍ତି, “ଯଦି ପାକିସ୍ତାନକୁ କୌଣସି ବସ୍ତୁର ଆବଶ୍ୟକ ରହିଛି ତେବେ ଋଷ ତାଙ୍କୁ ରପ୍ତାନୀ କରିବା ପାଇଁ ପ୍ରସ୍ତୁତ” ‘। ଋଷର ବିଦେଶୀ ମନ୍ତ୍ରୀ ଓ ପାକିସ୍ତାନର ସିନିୟର ଅଫିସରଙ୍କ ସହ ମିଟିଙ୍ଗ କରାଯାଇଛି। ଯଦିଓ ସେହି ସିନିୟର ଅଫିସରଙ୍କ ନାମ ଗୁ-ପ୍ତରେ ରଖାଯାଇଛି।

‘ଦ ଏ-କ୍ସପ୍ରେସ ଟ୍ରିବ୍ୟୁନ’ ର ରି-ପୋ-ର୍ଟ ଅନୁସାରେ, ଅଧିକାରୀ ଜଣକ କହିଛନ୍ତି,’ ଦ୍ୱତୀୟ ଶବ୍ଦରେ କହିବାକୁ ଗଲେ ଋଷର ରାଷ୍ଟ୍ରପତି ବ୍ଲାଙ୍କ ଚେକର ପ୍ରସ୍ତାବ ଦେଇଛି’। ଅଧିକାରୀ ଏହା ଖୋଲି କହିଛନ୍ତି ଯେ, ପୁତିନ ଟପ ଡିପ୍ଲୋମେଟ ଜରିଆରେ ପାକିସ୍ତାନକୁ କହିଛନ୍ତି ଯେ, ମସ୍କ କୌଣସି ପରିସ୍ଥିତିରେ ଇସଲାମ ବାଦକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି।

ବ୍ଲାଙ୍କ ଚେକର ମାନେ:-

ଯେବେ ଅଧିକାରୀଙ୍କୁ ପଚରା ଗଲା ଯେ, ‘ ବ୍ଲାଙ୍କ ଚେକ’ ର ମାନେ କଣ ? ସେ ଲାବରୋବଙ୍କ ହାତରେ କହିଲେ, ପାକିସ୍ତାନକୁ ଗ୍ୟାସ ପାଇପିଲାଇନ, କରିଡର୍ସ, ରକ୍ଷା ଏବଂ କୌଣସି ଅନ୍ୟ ପ୍ରକାରର ସାହାଯ୍ୟ ଦରକାର। ଯେଉଁଥି ପାଇଁ ଋଷ ଦେବାକୁ ପ୍ରସ୍ତୁତ।

ପାକିସ୍ତାନ ଏବଂ ଋଷ ପୂର୍ବରୁ ହିଁ ପାଇପ ଲାଇନ ଯୋଜନା ପାଇଁ ଚୁକ୍ତିନାମା କରିଛନ୍ତି। ଏହି ଚୁକ୍ତିନାମା ୨୦୧୫ ମସିହାରେ ହୋଇଥିଲା। ଏଥିରେ ପ୍ରାୟ ୨ ଅରବ ଡଲାର ଖର୍ଚ ହେବାର କଳ୍ପନା କରାଯାଇଛି। ଯଦିଓ ଏହି ପାଇପ ଲାଇନ ଆମେରିକା ଦେଇ ଆସିଥାନ୍ତା ବୋଲି ଯୋଜନା କରାଯାଇଥିଲା, କିନ୍ତୁ ଆମେରିକା ଏହା ଉପରେ ପ୍ରତିବନ୍ଧକ କରିଛି। କିନ୍ତୁ ଏବେ ଅନ୍ୟ ରାସ୍ତା ଦେଇ ପାଇପ ଲାଇନ କରାଚୀ ଠାରୁ ଲାହୋର ପର୍ଯ୍ୟନ୍ତ ବିଛାଯିବ।

ତଥାପି ପାକିସ୍ତାନ ଷ୍ଟିଲ ମିଲସକୁ ଛିଡ଼ା କରାଇବା ପାଇଁ ଉସଛୁକ ଅଛି। ଯାହା ସେ ମୂଳରୁପରେ ତିଆରି କରିଥିଲା। ଏହି ପ୍ରକାରେ ମାସ୍କୋର ଜଳ ବିଦ୍ୟୁତ ଶକ୍ତି ଉପରେ ପାକିସ୍ତାନ ଇଚ୍ଛା ପ୍ରକଟ କରିଛି। ଏହି ଭଳି ଭାବେ ଋଷ ପାକିସ୍ତାନର ବିକାଶ କ୍ଷେତ୍ରରେ ପ୍ରାୟ ୮ ବିଲୀୟନ ଡଲାର ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ।

ପାକିସ୍ତାନର ଅଧିକାରୀ ଋଷର ବିଦେଶୀ ମନ୍ତ୍ରୀଙ୍କୁ ଯାତ୍ରା ସଫଳ ବୋଲି କହିଲେ। ଯେବେ ପାକିସ୍ତାନରୁ ଋଷ ଏୟାର ଦିଫେନ୍ସ ହାସଲ କରିବାର ସମ୍ଭାବନା ବିଷୟରେ ପଚରା ଗଲା, ସେତେବେଳେ ଅଧିକାରୀ ଏହି ଗୁପ୍ତ କଥା ଖୋଲାରେ କହିହେବ ନାହିଁ ବୋଲି କହିଲେ। କିନ୍ତୁ ଋଷ ପାକିସ୍ତାନକୁ ସୁ-ର-କ୍ଷା କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ପ୍ରସ୍ତାବ ଦେଇଛି।

ବୋଧହୁଏ ନିଜର ପାକିସ୍ତାନୀ ସମକକ୍ଷଙ୍କ ସହ ସଂଯୁକ୍ତ ପ୍ରେସ କନ୍ଫରେନ୍ସ ରେ ଋଷ ବିଦେଶୀ ମନ୍ତ୍ରୀ ଲାବରୋବ କହିଛନ୍ତି କି,’ ମସ୍କୋ ନିଜର ଆ-ତ-ଙ୍କ-ବା-ଦ ନି-ରୋ-ଧୀ କ୍ଷ-ମତା ବଢ଼ାଇବା ପାଇଁ ” ବିଶେଷ ସୈନ୍ୟ ଉପକରଣ” ପାକିସ୍ତାନକୁ ଦେବା ପାଇଁ ପ୍ରସ୍ତୁତ’। ତଥାପି ସେ ଏହା ଉପରେ ଅଧିକ ତଥ୍ୟ ଦେଇ ନଥିଲେ।

୨୦୧୧ ବଦଳିଲା ବିଦେଶ ନୀତି:-

ଏହି ବର୍ଷରେ ଋଷ ଏବଂ ପାକିସ୍ତାନର ସମ୍ବନ୍ଧ ରଣନୀତିକ ସ୍ତର ଉପରେ ପାଖାପାଖି ବଡ଼ିଛି। ୨୦୧୧ ମସିହାରେ ପାକିସ୍ତାନର ବିଦେଶୀ ନୀତି ସେତେବେଳେ ବଦଳିଲା ଯେତେବେଳେ ଆମେରିକା ଭାରତର ପଡ଼ୋଶୀ ଦେଶ ଉପରେ ମୁହଁ ମୋଡ଼ିବା ଆରମ୍ଭ କରିଦେଲା। ସେହି ସମୟରେ ପାକିସ୍ତାନରେ ବିଦେଶୀ ନୀତିରେ ଏକ ବଦଳ ଆଣିବାକୁ ଚେଷ୍ଟା କଲା। ନିଜର ବିଦେଶୀ ନୀତିକୁ ଡାୟବର୍ଷିଫାଇ କରିବା ପାଇଁ ପାକିସ୍ତାନ ଋଷର ରୁକ୍ଷ କରିଥିଲା।

ଆରମ୍ଭରେ ପାକିସ୍ତାନ ଏବଂ ଋଷ ଭିତରେ ଗୁପ୍ତ ମନ୍ତ୍ରଣା ହେଉଥିଲା। ପରେ ଋଷ ଏକ ସୈନ୍ୟକୁ ଯୁଦ୍ଧାଭ୍ୟାସ କରିବା ପାଇଁ ୨୦୧୬ ମସିହାରେ ପାକିସ୍ତାନକୁ ପଠାଇ ଥିଲା। ଯାହା ଫଳରେ ସେମାନଙ୍କ ଭିତରେ ଧୀରେ ସମ୍ବନ୍ଧ ବଡ଼ି ଚାଲିଲା। ଏହି ସମୟରେ ମସ୍କୋ ପାକିସ୍ତାନ ସହ ସଂଯୁକ୍ତ ଅଭ୍ୟାସ ଆରମ୍ଭ କଲା।

ପୂର୍ବଭଳି କଥା ନାହିଁ:-

ଏବେ ପାକିସ୍ତାନ ଋଷ ରାଷ୍ଟ୍ରପତି ପୁତିନଙ୍କ ଠାରୁ ଆଶା କରି ବସିଛି। ପାକିସ୍ତାନ ଭାବୁଛି ପୁତିନଙ୍କ ଯୋଗୁଁ ଋଷ ଓ ପାକିସ୍ତାନର ସମ୍ବନ୍ଧ ଅତି ଗଭୀର ହେବାକୁ ଯାଉଛି। ସେଇଠି ଏକ ସମୟରେ ଋଷର ଜବରଦସ୍ତ ସମ୍ବନ୍ଧୀ ଭାରତ ଏବେ ଆମେରିକାର ପାଖାପାଖି ହ୍ରବାକୁ ଯାଉଛି। ଅବଶ୍ୟ ଏବେ ଋଷ ଏବଂ ଭାରତ ଭିତରେ ଭଲ ସଂପର୍କ ରହିଛି। ଲାବରୋବ ପାକିସ୍ତାନ ଯିବା ପୂର୍ବରୁ ଭାରତ ଗସ୍ତ କରିଥିଲେ। କିନ୍ତୁ ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନ ଉଭୟ ଦେଶରେ କୌଣସି ଉଷ୍ମତା ନାହିଁ ଯାହା ଅତୀତରେ ଥିଲା। ଆମେରିକା ଏବଂ ଭାରତ ମଧ୍ୟରେ ଥିବା ବନ୍ଧୁତାକୁ ନେଇ ଋଷ ମଧ୍ୟ ଚିନ୍ତିତ ରହିଛି। ବୋଧହୁଏ ସେଥିପାଇଁ କ୍ୱାର୍ଡ ଦେଶର ଡ୍ରିଲ ବିଷୟରେ ଲାବରୋବ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *