ପାଣିପାଗ ବିଭାଗ ଦେଲା ସୂଚନା:-
ରାଜ୍ୟବାସୀ କାଳବୈଶାଖୀ ଦ୍ୱାରା ଖରାଦିନ ତାତିର ପ୍ରକୋପରୁ ରକ୍ଷା ପାଇଛନ୍ତି। ଏହି ସମୟରେ ଭୁବନେଶ୍ୱରର ପାଣିପାଗ ବିଭାଗରୁ ଏହା ସୂଚନା ମିଳିଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ , ପଶ୍ଚିମ ଆଭ୍ୟନ୍ତର ଓ ଉପକୂଳର ୨୧ଟି ଜିଲ୍ଲାରେ କାଳବୈଶାଖୀ ସହ ଘୁର୍ଣ୍ଣିଝଡ଼ର ପ୍ରକୋପ ଦେଖାଯିବ। ତେଣୁ ସତର୍କ ରୁହନ୍ତୁ।
୨୧ଟି ଜିଲ୍ଲାରେ ଅଳ୍ପରୁ ମଧ୍ୟମ ବର୍ଷା:-
ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ; ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ନବରଙ୍ଗପୁର, କଳାହାଣ୍ଡି, ଦେବଗଡ଼, ବଲାଙ୍ଗୀର, କେନ୍ଦୁଝର, ମୟୁରଭଞ୍ଜ, ବୌଦ୍ଧ, ଅନୁଗୁଳ, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼, କନ୍ଧମାଳ, ନୟାଗଡ଼ ଜିଲ୍ଲାମାନଙ୍କରେ ସୋମବାର ମଧ୍ୟାହ୍ନ ସାଡ଼େ ୧ ରୁ ମଙ୍ଗଳବାର ଦିନ ସଖାଳ ୮ଟା ଯାଏଁ ଅଳ୍ପରୁ ମଧ୍ୟମ ଧାରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ବଜ୍ରପାତ ହେବା ସହ କୁଆପଥର ପଡିବାର ଆଶଙ୍କା ରହିଛି।
୧୧ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ:-
ଭୁବନେଶ୍ୱରର ପାଣିପାଗ ବିଭାଗ ପକ୍ଷରୁ ସତର୍କତାର ସୂଚନା ଆସିଲା। କାରଣ ରାଜ୍ୟରେ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ କରାଯାଇଛି। ସେହି ୧୧ଟି ଜିଲା ହେଉଛି, ଗଞ୍ଜାମ, ଗଜପତି, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା।
ପାଣିପାଗ ବିଭାଗ ସତର୍କ କଲା:-
ଏହି ୧୧ଟି ଜିଲ୍ଲାମାନଙ୍କରେ କିଛି ସ୍ଥାନରେ କୁଆପଥର ପଡ଼ିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଠାରେ ୩୦-୪୦ କି.ମି ବେଗରେ ପଵନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ସତର୍କ କରିଛି। ଏବଂ ଏହି କାଳ ବୈଶାଖୀର ପ୍ରକୋପ ଏପ୍ରିଲ ୧୨ ତାରିଖରୁ ୧୫ ତାରିଖ ଯାଏଁ ରହିବ।