କେନ୍ଦ୍ରାପଡାରେ ଜନ୍ମ ହେଲା ଅ-ଦ୍ଭୁ-ତ ଶିଶୁ କନ୍ୟା: ଦୁଇ ମୁଣ୍ଡ ତିନି ହାତ ୪ କାନ ୪ଆଖି ବାଲା ଯାଆଁଳା ଛୁଆକୁ ଜନ୍ମ ଦେଇଛନ୍ତି ମହିଳା

ନବଜାତ ଶିଶୁ ଦୁହେଁ ନିଜ ପାଟି ମାଧ୍ୟମରେ ଖାଦ୍ୟ ଗ୍ରହଣ କରୁଛନ୍ତି। ଏବଂ ଯାହାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ ଟି ହାତ, ୪ ଟି ଆଖି ଓ ୪ ଟି କାନ ରହିଛି ।

ଘରୋଇ ହସ୍ପିଟାଲରେ ବିଚିତ୍ର ଶିଶୁର ଜନ୍ମ:-

କେନ୍ଦ୍ରାପଡ଼ା ଜିଲା ରାଜନଗର ଥା-ନା ଅନ୍ତର୍ଗତ କଣୀ ଗାଁର ଉମାକାନ୍ତ ପରିଡା ଙ୍କ ସ୍ତ୍ରୀ ଅମ୍ବିକା ଏହି ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି । ସେ ଡେଲିଭରୀ ଏକ ଘରୋଇ ହସ୍ପିଟାଲରେ ଗତ ରବିବାର ଦିନ କରିଛନ୍ତି। ସେଠାରେ ତାଙ୍କଠୁ ଏକ, ଦୁଇ ମୁଣ୍ଡ ତିନି ହାତ ବାଲା ଶିଶୁ ଜନ୍ମ ଗ୍ରହଣ କରିଛି ବୋଲି ଡାକ୍ତର କହିଛନ୍ତି।

ଶିଶୁର ଜନ୍ମ ଗରୀବ ପରିବାରରେ:-

ଏହା ଏକ ଦୁର୍ଲଭ ଚିକିସ୍ଛକୀୟ ପରିସ୍ଥିତି ଅଟେ। ଏହି ଶିଶୁଙ୍କର ଜନ୍ମ ଏକ ଗରୀବ ପରିବାରର ମାଆଙ୍କ ଠାରୁ ହୋଇଛି। ସେହି ମହିଳା ଦ୍ୱିତୀୟ ଥର ପାଇଁ ମାଆ ହୋଇଛନ୍ତି। ସେହି ଶିଶୁଙ୍କର ମସ୍ତିଷ୍କ ସମ୍ପୂର୍ଣ ବିକଶିତ ଅଟେ।

ଶିଶୁ ବିଶେଷଜ୍ଞ କଣ କହିଛନ୍ତି:-

କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡକ୍ଟର ଦେବାଶିଷ ସାହୁ କହିଛନ୍ତି, ସେ ଦୁଇ ଯାଆଁଳା ଭଉଣୀଙ୍କର ଅବଶ୍ୟ ମସ୍ତିଷ୍କ ଦୁଇଟି କିନ୍ତୁ ଶରୀର ଗୋଟିଏ। ସେମାନେ ଖାଦ୍ୟ ଗ୍ରହଣ କରୁଛନ୍ତି। ସେମାନଙ୍କର ଦୁଇଟି ନାକ ଅଛି। ସେମାନଙ୍କର ତିନୋଟି ହାତ ଓ ଦୁଇଟି ଗୋଡ଼ ରହିଛି।

ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ:-

ଶିଶୁର ଜନ୍ମ ଏକ ଘରୋଇ ହସ୍ପିଟାଲରେ ଅପ-ରେ-ସନ ମାଧ୍ୟମରେ କରାଯାଇଥିଲା। ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା।

Leave a Reply

Your email address will not be published. Required fields are marked *