ରିକି ପଣ୍ଟିଙ୍ଗ ଦିଲ୍ଲୀ କ୍ୟାପିଟାଲର କୋଚ:-
ଅଷ୍ଟ୍ରେଲିଆର ମହାନ କ୍ୟାପଟେନ ରିକି ପଣ୍ଟିଙ୍ଗ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲର କୋଚ ଅଟନ୍ତି। ଦିଲ୍ଲୀ କ୍ୟାପିଟାଲ ଟିମକୁ ସମ୍ଭାଳିବା ପାଇଁ ତିନି ବର୍ଷ ପୂର୍ବରୁ କୋଚ ଆରମ୍ଭ କରିଥିଲେ ଓ ତାଙ୍କର ପ୍ରଶିକ୍ଷଣରେ ଦିଲ୍ଲୀ ଟିମରେ ଅନେକ ସୁଧାର ଆସିଲା। ଦିଲ୍ଲୀ କ୍ୟାପିଟାଲ ପ୍ରଥମ ଥର ପାଇଁ ୨୦୨୦ ମସିହାରେ ଆଇପିଏଲରେ ଫାଇନାଲକୁ ଆସିଥିଲା। ୧୪ତମ ସିଜିନରେ ମଧ୍ୟ ଦିଲ୍ଲୀ ଟିମର ପର୍ଫ-ର-ମାନ୍ସ ବହୁତ ଭଲ ରହିଛି। ମୁମ୍ବାଇର ବାନଖେଡ଼େ ଷ୍ଟାଡିୟମରେ ତିନି ଥର ଚାମ୍ପିଅନ ଟିମ CSK କୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି। ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି।
ଆଇପିଏଲର କବୀର ଖାଁ ରିକି ପଣ୍ଟିଙ୍ଗ:-
୨୦୦୭ ମସିହାରେ ରିଲିଜ ହୋଇଥିବା ‘ଚକ ଦେ ଇଣ୍ଡିଆରେ’ ସାହାରୁଖ ଖାଁ କୋଚ କବୀର ଖାଁଙ୍କର ଭୂମିକା ଗ୍ରହଣ କରିଛନ୍ତି। କବୀର ଖାଁ ନିଜର ଦାଡ଼ି ବଡ଼ାଉଥିଲେ। ତାଙ୍କର ଜୋଶ ବାଲା କଥା ସମସ୍ତଙ୍କୁ ମନୋବଳକୁ ଷ୍ଟ୍ରଙ୍ଗ କରୁଥିଲା। ଏହିଭଳି ଏକ ଭିଡିଓ ପଣ୍ଟିଙ୍ଗଙ୍କର ଭାଇରାଲ ହୋଇଥିଲା। ସେହି ଦିନଠୁ ଲୋକମାନେ ତାଙ୍କୁ ଆଇପିଏଲର କବୀର ଖାଁ କହିବାକୁ ଲାଗିଲେ। ଏହିଭଳି ଭିଡିଓ ଦିଲ୍ଲୀ କ୍ୟାପିଟାଲର ହ୍ୟାଣ୍ଡେଲ କରୁଥିବା ଟ୍ୱିଟରରେ ପଣ୍ଟିଙ୍ଗ ନିଜର ହୃଦୟର କଥା ଖୋଲି କହିଥିଲେ।
ପଣ୍ଟିଙ୍ଗ ରଖିଥିଲେ ଦାଢ଼ି:-
ଭିଡ଼ିଓରେ ଯେବେ ପଣ୍ଟିଙ୍ଗଙ୍କୁ ପଚରା ଗଲା, କଣ ଆପଣ କବୀର ଖାଁ ଭଳି ଦାଡ଼ି ରଖିବାକୁ ଚାହୁଁଛନ୍ତି ? ସେତେବେଳେ ପଣ୍ଟିଙ୍ଗ ସିଧା ମନା କରିଦେଲେ। ସେ କହିଲେ, ” ମୁଁ ପ୍ରତି ମ୍ୟାଚ ପୂର୍ବରୁ ମୋର ଦାଡ଼ି ସଫା କରିଦେଇଥାଏ। ସେତେ ଦିନ ଯାଏଁ ମୁଁ ଦୃଢ଼ ଭାବେ ଟିମ ପାଖରେ ସମୟ କାଟିଥାଏ “। ଏହା କହିବା ସହ ସେ ମଜାରେ ଏହା କହିଦେଲେ କି,” ଯଦି ମୋର ପତ୍ନୀ ଏହି ଅବସ୍ଥାରେ ଦେଖିନେବ, ତେବେ ମତେ ଛାଡ଼ପତ୍ର ଦେଇଦେବ। ଆପଣ ମାନେ ଏହା ଉପରେ ଧ୍ୟାନ ଦେଇଥିବେକି ନାହିଁ ମୁଁ ପ୍ରତି ମ୍ୟାଚର ପୂର୍ବ ରାତିରେ କ୍ଲିନ ସେଭ ହୋଇଥାଏ “।
ପଣ୍ଟିଙ୍ଗଙ୍କ ସଫଳତା:-
ରିକି ପଣ୍ଟିଙ୍ଗ କୋଚ ହେବାର ବର୍ଷେ ପରେ ଦିଲ୍ଲୀ ଟିମ ପ୍ଲେଅଫ ପାଇଁ କ୍ବାଲିଫାଏ କରି ୩ ସ୍ଥାନ ଗ୍ରହଣ କରିଥିଲା। ତା’ପର ସିଜିନରେ ଅର୍ଥାତ ୨୦୨୦ ମସିହାରେ ଦିଲ୍ଲୀ ପ୍ରଥମ ଥର ପାଇଁ ଫାଇନାଲ ଖେଳିଥିଲା। ଏଥିରେ ଦିଲ୍ଲୀର ନିୟ-ମିତ କ୍ୟାପଟେନ ଶ୍ରେୟସ ଅୟରଙ୍କର ଉପସ୍ଥିତିରେ ଯୁବା ଵିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନିର୍ଦେଶ ଦିଆ ଯାଇଥିଲା। ଅୟରଙ୍କର କାନ୍ଧରେ ଫ୍ୟାକ୍ଚର ପାଇଁ ଦୁଇ ତିନି ମାସ ଗ୍ରାଉଣ୍ଡରୁ ବାହାର ରହିଥିଲେ। ଏବେ ତାଙ୍କର ସର୍ଜ-ରୀ ହୋଇଛି।