ଏହି ୪ଟି ସରକାରୀ ବ୍ୟାଙ୍କରେ ଯଦି ଆପଣଙ୍କର ଖାତା ଅଛି ତେବେ ଜାଣନ୍ତୁ ସରକାରଙ୍କର ପର ପ୍ଲାନ ଓ ପଇସା ଉପରେ କଣ ପ୍ରଭାବ ପଡ଼ିବ

ପ୍ରାଇଭେଟାଇଜେସନକୁ ନେଇ ଚର୍ଚ୍ଚା:-

ସରକାରୀ ବ୍ୟାଙ୍କରେ ପ୍ରାଇଭେଟାଇଜେସନକୁ ନେଇ ଅଧିକ ସମୟ ଚର୍ଚ୍ଚା ହେଉଛି। ସରକାର ଆଗାମୀ ସପ୍ତାହରେ ମୁଖ୍ୟ ବୈଠକ ବସାଇ ଫୈସଲା ନେବେ। ଏହା ଫଳରେ ସରକାରୀ ବ୍ୟାଙ୍କ ଉପରେ ଲାଗିଯିବ ମୋହର। ଜାଣନ୍ତୁ ଏଥିରେ ଗ୍ରାହକ ମାନଙ୍କ ଉପରେ କି ପ୍ରଭାବ ପଡିବ।

କାହା ମଧ୍ୟରେ ବସିବ ବୈଠକ:-

ବଜେଟ ୨୦୨୧ ଅନୁସାରେ, ସରକାର ପ୍ରଥମ ଚରଣରେ ଦୁଇଟି ବ୍ୟାଙ୍କକୁ ଘରୋଇକରଣ କରିବେ। ଏହିଲାଗି ନୀତି ଆୟୋଗ ନିଜର ମତାମତ ପ୍ରସ୍ତୁତ କରିସାରିଛନ୍ତି। ଏବେ ଆଗାମୀ ସପ୍ତାହରେ ବିତ୍ତ ମନ୍ତ୍ରାଳୟ, RBI ଭିତରେ ବଡ଼ ବୈଠକ ବସିବ। କଳ୍ପନା କରାଯାଉଛି ଯେ ବୈଠକ ପରେ ଦୁଇଟି ବ୍ୟାଙ୍କର ନାମ ସାମ୍ନାକୁ ଆସିବ। ଏବେ ପାଇଁ ୪ଟି ବ୍ୟାଙ୍କକୁ ସର୍ଟ ଲିଷ୍ଟ କରାଯାଇଛି।

ସର୍ଟଲିଷ୍ଟ ପ୍ରସ୍ତୁତ ହୋଇସାରିଛି:-

ଲିଷ୍ଟ ପ୍ରସ୍ତୁତ ହୋଇସାରିଛି, ୧୪ ଏପ୍ରିଲରେ ଏହାର ବୈଠକ ବସିବ। ବୈଠକରେ ଘରୋଇକରଣ ମାଧ୍ୟମରୁ ବ୍ୟାଙ୍କର ନାମ ଉପରେ ଚର୍ଚ୍ଚା ହେବ। ରି-ପୋ-ର୍ଟ ଅନୁସାରେ ୪ଟି ବ୍ୟାଙ୍କର ସର୍ଟ ଲିଷ୍ଟ ନୀତି ଆୟୋଗ କରିସାରିଛନ୍ତି। ଏଠି ମଧ୍ୟରୁ ଦୁଇଟି ବ୍ୟାଙ୍କ ରେସରେ ସବୁଠୁ ଆଗରେ ଚାଲୁଛି।

କେଉଁ ୪ଟି ବ୍ୟାଙ୍କ ନାମ କରଣ ହୋଇଛି:-

ନୀତି ଆୟୋଗ ଯେଉଁ ୪ଟି ବ୍ୟାଙ୍କକୁ ନେଇ ମତାମତ ଦେଇଛି ସେଥିରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ସମ୍ପୃକ୍ତ ଅଛି। ଶୁକ୍ରବାର ଦିନ ରହି ଖବର ଭିତରେ ବ୍ୟାଙ୍କ ଗୁଡିକର ସେୟାରରେ ବମ୍ପର ଜମ୍ପ ଦେଖିବାକୁ ମିଳିଥିଲା। Nifty PSU banksର ସେୟାର ପାଖାପାଖି ୩ ପ୍ରତିଶତ ଅଧିକ ଦରରେ କରାଯାଇଥିଲା।

କେଉଁ ୨ଟି ବ୍ୟାଙ୍କ ଉପରେ ଚର୍ଚ୍ଚା ଚାଲୁଛି:-

ଯେଉଁ ୨ଟି ବ୍ୟାଙ୍କ ଉପରେ ଅଧିକ ଚର୍ଚ୍ଚା କରାଯାଉଛି ତାହା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆ ବିଷୟରେ। ଏହା ଉପରେ ବୈଠକ ଏପ୍ରିଲ ୧୪ ତାରିଖରେ ବସିବ ଏବଂ ଆଶା କରାଯାଉଛିକି ଏହି ୨ଟି ବ୍ୟାଙ୍କ ଉପରେ ସରକାରୀ ମୋହର ଲାଗିପାରେ। ନୀତି ଆୟୋଗ ଏହା ସ୍ପଷ୍ଟ କରିଛି ଯେ, SBI, PNB, ୟୁନିୟନ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, କାନାଡ଼ା ବ୍ୟାଙ୍କ, BOB ର ଘରୋଇକରଣ ହେବ ନାହିଁ ଏବେ। ଏହି ସମୟରେ ଦେଶରେ ୧୨ଟି ସରକାରୀ ବ୍ୟାଙ୍କ ରହିଛି।

ସୀତାରମଣ ପ୍ରସ୍ତାବ ଦେଇଥିଲେ:-

ସରକାର ବ୍ୟାଙ୍କର ଘରୋଇକରଣ କରିବା ପାଇଁ ଘୋ-ଷ-ଣା କରିଛନ୍ତି। ଆଗାମୀ କାର୍ଯ୍ୟକାରୀ ବର୍ଷରେ ୨ଟି ବ୍ୟାଙ୍କ ଘରୋଇକରଣ ପାଇଁ ପ୍ରସ୍ତୁତ କରାଯିବ। ଯଦିଓ କେଉଁ ଦୁଇଟି ବ୍ୟାଙ୍କ ଘରୋଇକରଣ ହେବ ତାହା ଆଗାମୀ ବୈଠକରେ ଜଣା ପଡ଼ିବ, କିନ୍ତୁ ଏବେ କଳ୍ପନା କରାଯାଉଛି ୨ଟି ବ୍ୟାଙ୍କର ନାମ ଉପରେ। ବିତ୍ତ ମନ୍ତ୍ରାଳୟ ନିର୍ମଳା ସୀତାରମଣ ଫେବ୍ରୁଆରୀ ଏକ ତାରିଖ ୨୦୨୧-୨୨ ବଜେଟ କରିବାକୁ ଯାଇ ସାର୍ବଜନିକ କ୍ଷେତ୍ରରେ ଦୁଇଟି ବ୍ୟାଙ୍କ ଓ ଏକ ବୀମା କମ୍ପାନୀ ଘରୋଇକରଣ କରିବାକୁ ପ୍ରସ୍ତାବ ଦେଇଥିଲେ।

ଗ୍ରାହକଙ୍କ ଉପରେ ପ୍ରଭାବ:-

ଏ-କ୍ସ-ପ-ର୍ଟଙ୍କ କହିବା ଅନୁସାରେ ଗ୍ରାହକଙ୍କ ଉପରେ ଏହାର କୌଣସି ବିଶେଷ ପ୍ରଭାବ ପଡିବ ନାହିଁ। ସେମାନଙ୍କୁ ପୂର୍ବଭଳି ସମସ୍ତ ସୁବିଧା ମିଳିବ। ଯଦିଓ ନୂଆ ପ୍ରମୋଟର ବ୍ୟାଙ୍କର ନାମ ବଦଳ ହୋଇପାରେ କିମ୍ବା କୌଣସି ପ୍ରାଇଭେଟ ବ୍ୟାଙ୍କରେ ମିଶ୍ରଣ ହୋଇପାରେ। ଏହା ପୂର୍ବରୁ IDBI ବ୍ୟାଙ୍କ ଘରୋଇକରଣ ହୋଇସାରିଛି।

Leave a Reply

Your email address will not be published. Required fields are marked *