ସାଧାରଣ ଭାବରେ ଆପଣ ଆଖପାଖରେ କାଉକୁ ‘କା-କା’ କରୁଥିବାର ଦେଖିଥିବେ କିମ୍ବା ଶୁଣିଥିବେ। କିନ୍ତୁ, ଯଦି ଆପଣଙ୍କୁ ପଚରା ଯିବ କି କଣ ଆପଣ କେବେ କୈାଣସି କାଉକୁ ‘ହାୟ-ହେଲୋ’ କହୁଥିବା ବା କାହାକୁ କରୁଥିବାର ଦେଖିଛନ୍ତି। ବିଶ୍ଵାସ କରନ୍ତୁ ଏହି କଥାକୁ ଶୁଣି ହିଁ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ଏବଂ ଏହା ଉପରେ ଭରଷା ହେଉନଥିବ।
ସୋସିଆଲ ମିଡିଆରେ ପ୍ରତିଦିନ କୈାଣସି ନା କୈାଣସି ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଏଥିରେ କେବେ ପଶୁପକ୍ଷୀ ମାନଙ୍କ ଭିଡିଓ ଥାଏ, ତ କେବେ ମଣିଷ ମାନଙ୍କର। ଏହି ଭିଡିଓରେ କେବେ ଲୋକମାନଙ୍କର ମନୋରଞ୍ଜନ ହୋଇଥାଏ, ତ କେବେ ବଡ଼ ଶିକ୍ଷା ମଧ୍ୟ ମିଳିଥାଏ। ଏହି ସମୟରେ ଗୋଟିଏ କାଉର ଏମିତି ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକମାନଙ୍କୁ ହସ ମଧ୍ୟ ଲାଗୁଛି ଏବଂ ଅଳ୍ପ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ବାସ୍ତବ କଥା ଏହା ଅଟେ କି ବର୍ତ୍ତମାନ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି।
ସାଧାରଣ ଭାବରେ ଆପଣ ଆଖପାଖରେ କାଉକୁ ‘କା-କା’ କରୁଥିବାର ଦେଖିଥିବେ କିମ୍ବା ଶୁଣିଥିବେ। କିନ୍ତୁ, ଯଦି ଆପଣଙ୍କୁ ପଚରା ଯିବ କି କଣ ଆପଣ କେବେ କୈାଣସି କାଉକୁ ‘ହାୟ-ହେଲୋ’ କହୁଥିବା ବା କାହାକୁ କରୁଥିବାର ଦେଖିଛନ୍ତି। ବିଶ୍ଵାସ କରନ୍ତୁ ଏହି କଥାକୁ ଶୁଣି ହିଁ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ଏବଂ ଏହା ଉପରେ ଭରଷା ହେଉନଥିବ। କିନ୍ତୁ, ଏହି ଘ-ଟ-ଣା ସଂପୂର୍ଣ୍ଣ ଭାବରେ ସତ ଅଟେ। ଗୋଟିଏ ଏମିତି କାଉ ଅଛି ଯିଏ ‘କାଉ-କାଉ’ ନୁହେଁ ବରଂ ‘ହାୟ-ହେଲୋ’ କରିଥାଏ। ଯେମିତି କି ଆପଣ ଏହି ଭିଡିଓରେ ଦେଖି ପାରିବେ ଜଣେ ମହିଳାଙ୍କ ହାତ ଉପରେ କାଉ ବସିଛି। ମହିଳା ତାକୁ କହିଥାଏ ହାୟ କୁହ… ଏହାପରେ କାଉ ସୁନ୍ଦର ଭାବରେ ହାୟ କହିଥାଏ। ପୁଣି ମହିଳା କହିଥାନ୍ତି ହେଲୋ କୁହ, ତ କାଉ ହେଲୋ ମଧ୍ୟ କହିଥାଏ। ସବୁଠାରୁ ପ୍ରଥମେ ଆପଣ ଏହି ଭିଡିଓକୁ ଦେଖନ୍ତୁ…
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସର ଅଧିକାରୀ ସୁଶାନ୍ତ ନନ୍ଦା ସେୟାର କରିଛନ୍ତି। ଭିଡିଓ ସେୟାର କରିବା ସମୟରେ ସେ ବହୁତ ମଜାଦାର କ୍ୟାପଶନ ମଧ୍ୟ ଲେଖିଛନ୍ତି। ସେଠାରେ,ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଏହି ଭିଡିଓକୁ ଦୁଇ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଯେତେବେଳେ କି, ଦୁଇ ଶହରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ସେଠାରେ, ଏହି ଭିଡିଓ ଉପରେ ଲୋକମାନେ ଲଗାତର ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି।