ମାସ୍କ ନ ପିନ୍ଧିଲେ ଦୁଇ ଗୁଣ ଜୋରିମାନା, ସରକାରଙ୍କ ତରଫରୁ ୧୪ ଦିନିଆ ମାସ୍କ ଘୋଷଣା

ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା:-

କରୋନାର ଦ୍ୱିତୀୟ ଲହରୀକୁ ଦେଖି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମାସ୍କ ନ ପିନ୍ଧିଲେ ୨ ଗୁଣ ଜୋରିମାନା ଦେବାକୁ ପଡ଼ିବ। ଯେଉଁ ବ୍ୟକ୍ତି ମାସ୍କ ନ ପିନ୍ଧି ବୁଲୁଥିବାର ଧରାପଡ଼େ, ସେହି ବ୍ୟକ୍ତି ମାସ୍କ ପାଇଁ ଜୋରିମାନା ଦେବାକୁ ପଡ଼ିବ ଯାହା ୨ଗୁଣ ଅଟେ। ଏହି କଥା ମୁଖ୍ୟମନ୍ତ୍ରୀ ସମସ୍ତ ରାଜ୍ୟବାସୀଙ୍କ ଉପରେ ଲାଗୁ କରିଛନ୍ତି।

ସମସ୍ତଙ୍କ ସହଯୋଗରେ ଏହା କମ ହୋଇଯିବ:-

ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି ଯେ, ଆଗରୁ କେବେ କରୋନା ଭଳି ମହାମାରୀ ଆସିନଥିଲା। ପୂର୍ବ ଲହରୀ ଅର୍ଥାତ ପ୍ରଥମ ଲହରୀ କରୋନାରେ ଅନେକ ଲୋକଙ୍କ ସହାୟତାରେ ଆମ ରାଜ୍ୟରେ କମ ସଂଖ୍ୟକ କରୋନାର ଶିକାର ହୋଇଥିଲେ। ଏବଂ ଅନେକ କଠିନ ନିୟମ ପାଇଁ ଆଦେଶ ଦେବାକୁ ପଡ଼ୁଥିଲା। ଯେପରି ଲକଡାଉନ , ସଟଡାଉନ ଆଦି ବାରମ୍ବାର କରାଯାଉଥିଲା ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ:-

ମାସ୍କ ପିନ୍ଧିବା ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଏହା ଏକ ଖୁସିର ସମୟ ନୁହଁ। ନିଜେ ଭଲ ଭାବରେ ମାସ୍କ ପିନ୍ଧିବା ସହ ଅନ୍ୟମାନଙ୍କୁ ପ୍ରେରଣା ଦେବା ଦରକାର କି ସେମାନେ ମାସ୍କ ପିନ୍ଧନ୍ତୁ। ମାସ୍କ ବେକରେ ନ ଝୁଲେଇ ନାକ ଓ ପାଟିକୁ ଭଲଭାବରେ ଘୋଡେ଼ଇ ପିନ୍ଧିବା ଦରକାର। ନୂତନ କରୋନା ଲହରୀ ଅତି ବେଗରେ ପ୍ରବାହିତ, ସଂକ୍ରମିତ ହେଉଛି। ପୂର୍ବ ଭଳି ଆମେ ୧୪ଦିନିଆ ମାସ୍କ ଅଭିଯାନରେ ମାସ୍କ ପିନ୍ଧି ଚଳିବା ଓ କରୋନାରୁ ମୁକ୍ତି ପାଇବା। ଅନ୍ୟ ରାଜ୍ୟରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଗଲାଣି। ତେବେ ସତର୍କ ରୁହନ୍ତୁ ରାଜ୍ୟବାସୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମାଆ ମାନେ ହୁଅନ୍ତୁ ସତର୍କ:-

ମାସ୍କ ଆମର ସୁରକ୍ଷା କବଚ। ମାଆମାନେ ଘରର ସୁରକ୍ଷା କରିପାରିବେ, ଯଦି ସେମାନେ ସତର୍କ ରୁହନ୍ତି। ମାଆ ମାନେ ନିଜ ପରିବାରର ସଦସ୍ୟଙ୍କୁ ବିନା ମାସ୍କରେ ବାହାରକୁ ଛାଡ଼ନ୍ତୁ ନାହିଁ। ଯେତେ ସତର୍କତା ଅବଲମ୍ବନ କରିବେ ସେତେ ଭଲ। ମାଆ ମାନେ ଚାହିଁବେ ଯଦି ସେମାନେ କରୋନାକୁ ନିୟାତ୍ରାଣରେ ରଖିପାରିବେ। କେବଳ ନିୟମ ପାଳିବାର ଅଛି ସୁରକ୍ଷା କବଚ ବାଲା ମାସ୍କ ପିନ୍ଧିବା ଆବଶ୍ୟକ। କିଛି ଜିଦିଆ ଲୋକଙ୍କ ପାଇଁ ମାସ୍କ ନ ପିନ୍ଧିବାର ଜୋରିମାନା ଏବେ ୨ଗୁଣ ଅସୁଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପକ୍ଷରୁ ସୂଚନା ଆସିଯାଇଛି।

ହରାଇ ପାରିବା କରୋନାକୁ:-

ଅନେକ ଲୋକ ରାଜ୍ୟରେ କରୋନା ଟୀକା ନେଇ ନାହାନ୍ତି। ଯଦି ସେମାନେ ମାସ୍କ ନ ପିନ୍ଧିବେ ତେବେ ସେମାନେ ଶୀଘ୍ର ସଂକ୍ରମିତ ହୋଇପାରନ୍ତି। ଏବଂ ଯେଉଁ ମାନେ ଟୀକା ନେଇଛନ୍ତି ସେମାନେ ମାସ୍କ ପିନ୍ଧିବା ଆବଶ୍ୟକ। କାରଣ ଖାଲି କରୋନାର ଦ୍ୱିତୀୟ ଲହରୀ ନୁହଁ ତୃତୀୟ ଲହରୀ ମଧ୍ୟ ଆସି ସାରିଛି। ଆହୁରି କେତେ ଲହରୀ ଆସିବ କରୋନାର ତାହା ଅଜଣା ରହିଛି। ଯଦି ଆମେ ସତର୍କତା ଅବଲମ୍ବନ କରି ସୁରକ୍ଷା ରୂପ ମାସ୍କକୁ ପିନ୍ଧି ଘରୁ ବାହାରିବା ଓ ଦୂରତା ସୃସ୍ତକରିବା, ତେବେ କରୋନାକୁ ହରାଇ ପାରିବା। ଏହା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *