ଜଣେ ବାପା ଏବଂ ଝିଅଙ୍କ ମଧ୍ୟର ଭଲପାଇବାରେ ଭରା ସମ୍ପର୍କ ବାସ୍ତବରେ ବହୁତ ସୁନ୍ଦର ହୋଇଥାଏ। ରେଡିଟରେ ସେୟାର କରାଯାଇଥିବା ଏହି ଭିଡିଓରେ ବାପା ଏବଂ ଛୁଆଙ୍କ ମଧ୍ୟର ସେହି ଭଲପାଇବାକୁ ଦେଖା ଯାଇଛି। ମାସମାସ ପରେ ନିଜ ବାପାଙ୍କ ସହିତ ଦେଖା ହେବାପରେ ଗୋଟିଏ ଛୋଟଛୁଆର ଖୁସିକୁ ଦେଖାଯାଇଛି।
ଜଣେ ବାପା ଏବଂ ଝିଅଙ୍କ ମଧ୍ୟର ଭଲପାଇବାରେ ଭରା ସମ୍ପର୍କ ବାସ୍ତବରେ ବହୁତ ସୁନ୍ଦର ହୋଇଥାଏ ଏବଂ ଇଣ୍ଟରନେଟରେ ଅନେକ ଭିଡିଓ ମଧ୍ୟ ଏହି କଥା ପ୍ରମାଣିତ କରି ଦେଇଥାନ୍ତି। ରେଡିଟରେ ସେୟାର କରାଯାଇଥିବା ଏହି ଭିଡିଓରେ ବାପା ଏବଂ ଛୁଆଙ୍କ ମଧ୍ୟର ସେହି ଭଲପାଇବାକୁ ଦେଖା ଯାଇଛି। ମାସମାସ ପରେ ନିଜ ବାପାଙ୍କ ସହିତ ଦେଖା ହେବାପରେ ଗୋଟିଏ ଛୋଟଛୁଆର ଖୁସିକୁ ଏହି ଭିଡିଓରେ ଦେଖାଯାଇଛି। ଭିଡିଓକୁ ଦେଖିବା ପରେ ଆପଣ ମଧ୍ୟ ନିଶ୍ଚିତ ଭାବାନ୍ତର ହୋଇଯିବେ।
କ୍ଲିପ ସହିତ ସେୟାର କରାଯାଇଥିବା କ୍ୟାପଶନରେ ଲେଖିଛନ୍ତି, “ଏହି ଛୁଆ ନିଜ ବାପା ଘରକୁ ଆସିବାକୁ ନେଇ ବହୁତ ଖୁସି ଅଟେ,”ଭିଡିଓରୁ ଜଣା ପଡିଥାଏ କି ଛୋଟ ଛୁଆ ନିଜ ବାପାଙ୍କ କୋଳରେ ଗେଲ ହେବାପାଇଁ ଦୌଡ଼ିଥାଏ। କାରଣ ସେ ବହୁତ ଦିନ ପରେ ଘରକୁ ଫେରିଛନ୍ତି। ଭିଡ଼ିଓରେ ଆଗକୁ ଆପଣ ଛୁଆଟି ବହୁତ ଭଲ ଅନ୍ଦାଜରେ ନିଜ ବାପାଙ୍କ ସହିତ କଥା ହେଉଛି। ବାପାଙ୍କ ସହିତ କଥା ହେବାର କ୍ୟୁଟ ଅନ୍ଦାଜ ଲୋକଙ୍କୁ ବହୁତ ଭଲ ଲାଗୁଛି।
ଏହି ଲିଙ୍କ ରେ click କରି ଭିଡିଓ ଦେଖନ୍ତୁ
This toddler is very happy to have her dad home
ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେଉଛି। ଲୋକମାନେ ଏହାକୁ ବାରମ୍ବାର ଦେଖୁଛନ୍ତି ଏବଂ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଏହା ସହିତ ଭିଡିଓଟିରେ ଲୋକମାନେ ବହୁତ ଭଲ ଭଲ କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ Reddit ୟୁଜର ଲେଖିଛନ୍ତି, “ମୁଁ ଛୁଆମାନଙ୍କ ସହିତ ବହୁତ ଭିଡିଓ ଦେଖିଛି ଏବଂ ଏ ବୋଧହୁଏ ସବୁଠାରୁ ସୁନ୍ଦର ଛୁଆ ଅଟେ ଯାହାକୁ ମୁଁ ଏହି ସୁନ୍ଦର ଭିଡିଓରେ ଦେଖିଛି।ସେ ଏତେ ଛୋଟ ବୟସରେ ବହୁତ ଭଲ କଥା କହିପାରୁଛି, ଏବଂ ତା ମୁହଁରୁ ବାହାରିଥିବା ପ୍ରତ୍ୟେକ ଶବ୍ଦ ମନ ମୋହିବା ଭଳି ଥିଲା। କେତେ ସୁନ୍ଦର ହୃଦୟ ଅଟେ।”