ଗରିବ ମହିଳା ଜଣକ 163 ଟଙ୍କାରେ 1 କିଲୋଗ୍ରାମ ଗେଣ୍ଡା କିଣିଆଣିଥିଲେ, ରୋଷେଇ କରିବା ପୂର୍ବରୁ ହୋଇଗଲେ କୋଟିପତି

କଥାରେ ଅଛି ଭଗବାନ ଯେବେ ଦିଅନ୍ତି ଛପର ଫାଡି ଦେଇଥାନ୍ତି । ଏମିତି କିଛି ଘ-ଟି-ଛି ଜଣେ ଥାଇଲ୍ୟାଣ୍ଡର ମହିଳାଙ୍କ ସହ । କିନ୍ତୁ ତାଙ୍କ ଭାଗ୍ୟ ଛପର ଫାଡିକି ନୁହେଁ ବରଂ ଗେଣ୍ଡା ପେଟରୁ ବଦଳିଛି । ଏହି ମହିଳା ଜଣକ ଭାଇରାଲ ହୋଇଯାଇଛନ୍ତି । ମହିଳାଙ୍କ ନାମ କୋଡଚାକର୍ନ ଟାଣ୍ଟିୱିୱାଟକୁଲ ବୋଲି କୁହାଯାଉଛି । ଦାରିଦ୍ର୍ୟତାରେ ଜୀବନଯାପନ କରୁଥିବା ଏହି ମହିଳା ଏବେ କୋଟିପତି ହୋଇ ଯାଇଛନ୍ତି ।

ୱେବସାଇଟ ଦର୍ପଣରେ ଏହି ମହିଳାଙ୍କର କାହାଣୀ ସେୟାର ହୋଇଛି । ଦାରିଦ୍ର୍ୟର ବଞ୍ଚିଥିବା ଏହି ମହିଳାଙ୍କ ଭାଗ୍ୟ ଏକ ଗେଣ୍ଡା ବଦଳାଇ ଦେଇଛି । ମହିଳା ରୋଷେଇ ପାଇଁ ଏକ କିଲୋଗ୍ରାମ ଗେଣ୍ଡା ଆଣିଥିଲେ । ଥାଇଲ୍ୟାଣ୍ଡର ମୁଦ୍ରା ଅନୁସାରେ ସେ 70 ଭାଟ ଅର୍ଥାତ 163 ଟଙ୍କା ଖର୍ଚ୍ଚ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ ଗେଣ୍ଡା ତାଙ୍କ ଭାଗ୍ୟ ବଦଳାଇ ଦେଇଛି।

ଖାଇବା ପାଇଁ ଆଣିଥିବା ଗେଣ୍ଡାକୁ ରୋଷେଇ କରିବା ପୂର୍ବରୁ ଧୋଇବାକୁ ଲାଗିଲେ । ସେ ସମସ୍ତଙ୍କ ପେଟକୁ କା-ଟି ସଫା କରିବାକୁ ଲାଗିଲେ ଏବଂ ହଠାତ ଗୋଟିଏ ଗେଣ୍ଡା ପେଟରୁ ମୋତି ବାହାରିଲା । ପ୍ରଥମେ ସେ ତାକୁ ଛୋଟ ପଥର ଭାବୁଥିଲେ ପରେ ସେ ଜାଣିବାକୁ ପାଇଲେ ଯେ ସେ ଏକ ବିରଳ ପଥର । ମହିଳା ଜଣକ ଗେଣ୍ଡା ପେଟରୁ 1.5 ସେମି କମଳା ମେଲୋ ମୋତି ପାଇଲେ ।

ଯେବେ ଏହି ଖବର ବିସ୍ତାର ହେବାକୁ ଲାଗିଲା ତ କିଛି ବ୍ୟବସାୟୀ ମୋତି କିଣିବାକୁ ଆଗକୁ ଆସିଲେ । 30 ଜାନୁଆରୀରେ ମିଳିଥିବା ଏହି ମୋତିର ଦାମ ଜଣେ ବ୍ୟବସାୟୀ 21 ଲକ୍ଷ ବୋଲି କହିଥିଲେ । ସେହିପରି ଥାଇଲ୍ୟାଣ୍ଡର ଜଣେ ବ୍ୟବସାୟୀ ଏହାର ଦାମ 88 ଲକ୍ଷ ବୋଲି କହିଥିଲେ । ଆଶ୍ଚର୍ଯ୍ୟର କଥା ଯେ ଚୀନର ଜଣେ ବ୍ୟକ୍ତି ଏହି ମୋତି ପାଇଁ 2 କୋଟି ଦେବାକୁ ପ୍ରସ୍ତୁତ ଥିଲେ ।

ଯେତେବେଳେ ଚାଇନାର ବ୍ୟବସାୟୀ ମୋତି ବଦଳରେ 2 କୋଟି ଦେବାକୁ ପ୍ରତିଶ୍ରୁତି ଦେଲେ ସମସ୍ତେ ଭାବିବାକୁ ଲାଗିଲେ ଯେ ମହିଳା ଜଣକ ଏହି ମୋତିକୁ ବିକ୍ରି କରିଦେବେ ବୋଧେ । କିନ୍ତୁ ମହିଳାଜଣକ କହିଲେ କି ତାଙ୍କୁ ମୋତି ବଦଳରେ ଆଉ କିଛି ଅଧିକ ଟଙ୍କା ମିଳିବ ବୋଲି । ସେଥିପାଇଁ ସେ ଏପର୍ଯ୍ୟନ୍ତ ଅଧିକ ମୂଲ୍ୟକୁ ଅ-ପେ-କ୍ଷା କରିଛନ୍ତି । ମହିଳାଙ୍କର ମା ଜଣେ କ୍ୟାନ୍ସର ରୋଗୀ । ସେ ମୋତି ବିକି ନିଜ ମାଙ୍କର ଚିକିତ୍ସା କରାଇବେ ।

Leave a Reply

Your email address will not be published. Required fields are marked *