IPL 2021: Jos Buttlerଙ୍କ ଏହି ଭିଡିଓ ତରଳାଇ ଦେବ ଆପଣଙ୍କ ହୃଦୟ, ଦେଖନ୍ତୁ ହୋଟେଲ ରୁମରେ କାହା ସହିତ କରୁଛନ୍ତି Enjoy

ଇଣ୍ଡିଆନ ପ୍ରୀମିୟର ଲିଗ 2021 (IPL 2021)ର ଆରମ୍ଭ ହେବା ପୂର୍ବରୁ ସବୁ ଟିମର ଖେଳାଳିମାନେ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହା ମଧ୍ୟରେ ରାଜସ୍ଥାନ ରୟଲ୍ସ (Rajasthan Royals) ନିଜ ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର(Jos Buttler)ଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଏହି ଭିଡିଓରେ ବଟଲର ନିଜ ହୋଟେଲ ରୁମରେ ବ୍ୟାୟାମ କରୁଥିବାର ଦେଖା ଯାଇଛନ୍ତି। କିନ୍ତୁ ଖାସ କଥା ଏହା ଅଟେ କି ଏହି ଭିଡିଓରେ ବଟଲରଙ୍କ ସହିତ ଅନ୍ୟ ଜଣେ କେହି ମଧ୍ୟ ଉପସ୍ଥିତ ଅଛନ୍ତି ଯିଏକି ଓ୍ବାର୍କଆଉଟରେ ତାଙ୍କୁ ସାହାଯ୍ୟ କରୁଛନ୍ତି।

ବଟଲରଙ୍କ ସହିତ ଦେଖା ଯାଉଛନ୍ତି ଖାସ ଅତିଥି

ବାସ୍ତବରେ ରାଜସ୍ଥାନ ରୟଲ୍ସ(Rajasthan Royals) ବଟଲର (Jos Buttler)ଙ୍କର ଯେଉଁ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ସେଥିରେ ବଟଲରଙ୍କ ଝିଅ ମଧ୍ୟ ତାଙ୍କ ସହିତ ଓ୍ବାର୍କଆଉଟରେ ତାଙ୍କୁ ସାହାଯ୍ୟ କରୁଥିବାର ଦେଖାଯାଇଛନ୍ତି। ବଟଲରଙ୍କ ଝିଅଙ୍କ ନାମ ଜାର୍ଜିୟା ଅଟେ। ଏହି ଭିଡିଓରେ ଇଂଲଣ୍ଡର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଜାର୍ଜିୟାଙ୍କୁ ନିଜ କୋଳରେ ଧରି ସିଟ-ଅପ କରୁଥିବାର ଦେଖାଯାଇଛନ୍ତି। ଏହା ଗୋଟିଏ ବହୁତ କ୍ୟୁଟ ଭିଡିଓ ଅଟେ, ଯେଉଁଥିରେ ଜାର୍ଜିୟା ନିଜ ବାପାଙ୍କର ପ୍ରତ୍ୟେକ ହ-ର-କ-ତ-ର ନ-କ-ଲ କରିବାକୁ ଲାଗିଛନ୍ତି, ସେଇଟା ପୁଶ-ଅପ୍ସ ହେଉ କିମ୍ବା କୈାଣସି ଅନ୍ୟ ଏ-କ୍ସ-ର-ସା-ଇ-ଜ। ବଟଲର ଏବଂ ତାଙ୍କ ଝିଅର ଏହି ଭିଡିଓ ହୃଦୟକୁ ସଂପୂର୍ଣ୍ଣ ଭାବରେ ତରଳାଇ ଦେବାଭଳି ଅଟେ।

ରାଜସ୍ଥାନ ପାଇଁ କହିଲା ବଟଲରଙ୍କ ବ୍ୟାଟ

 

View this post on Instagram

 

A post shared by Rajasthan Royals (@rajasthanroyals)

ରାଜସ୍ଥାନ ରାୟଲ୍ସ (Rajasthan Royals) ପାଇଁ ବଟଲର (Jos Buttler)ର ପ୍ର-ଦ-ର୍ଶ-ନ ସବୁବେଳେ ଭଲ ହିଁ ରହିଥାଏ।୨୦୧୮ରେ ବଟଲର ରାଜସ୍ଥାନ ପାଇଁ ଖେଳିବା ଆରମ୍ଭ କରିଥିଲେ। ନିଜର ପ୍ରଥମ ସିଜନରେ ସେ ୫୪ରୁ ଅଧିକ ହାରାହାରି ୫୪୮ରନ କରିଥିଲେ। ଏହାପରେ ୨୦୧୯ରେ ବଟଲର ଖାଲି ୮ଟି ମ୍ୟାଚରେ ୩୧୧ରନ କରିଥିଲେ, ତାହାପରେ ସେ ଓ୍ବାର୍ଲ୍ଡ କପର ପ୍ରସ୍ତୁତି ପାଇଁ ଇଂଲଣ୍ଡ ଫେରି ଆସିଥିଲେ। ପୂର୍ବ ସିଜନ ମଧ୍ୟ ବଟଲରଙ୍କ ପାଇଁ ଠିକଠାକ ହିଁ ‌ରହିଥିଲା ଏବଂ ସେ ୧୩ଟି ମ୍ୟାଚରେ ୩୨୮ରନ କରିଥିଲେ।

ଆଇପିଏଲ 14(IPL 14)୯ ଅପ୍ରେଲରୁ ଦେଶର ୬ଟି ବଡ଼ ସହରରେ ଆରମ୍ଭ ହୋଇଛି। ଏହି ଲିଗର ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲର(RCB) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(MI) ମଧ୍ୟରେ ଖେଳାଯିବ। ରାଜସ୍ଥାନ ନିଜର ପ୍ରଥମ ମ୍ୟାଚରେ ୧୧ ତାରିଖରେ ପଞ୍ଜାବ କିଙ୍ଗ୍ସର ସାମ୍ନା କରିବ। ରାଜସ୍ଥାନ(Rajasthan Royals) ୨୦୦୮ରେ ଆଇପିଏଲର ପ୍ରଥମ ସିଜନ ଜିତିଥିଲେ। ସେହି ସମୟରେ ଶେନ ବର୍ନ ଏହି ଟିମର କ୍ୟାପଟେନ ଥିଲେ। ପ୍ରଥମ ସିଜନ ପରେ ଏପର୍ଯ୍ୟନ୍ତ ରାଜସ୍ଥାନ କୈାଣସି ବି ବର୍ଷ ଫାଇନାଲ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ନାହିଁ।

Leave a Reply

Your email address will not be published. Required fields are marked *