ବଡ ଟେଲିକମ କମ୍ପାନୀଗୁଡିକ ମଧ୍ୟରେ ଗଣାଯାଉଥିବା ଏୟାରଟେଲ ଲୋକମାନଙ୍କ ଭିତରେ ନିଜକୁ ସୁଦୃଢ଼ ରଖିବା ପାଇଁ ନୂଆ ନୂଆ ଅଫର ଆଣିଛି । ରିଲାଏନ୍ସ ଜିଓ ପରି ଏୟାରଟେଲ କମ୍ପାନୀ ପାଖରେ ମଧ୍ୟ ସବୁ ବଜେଟର ପ୍ଲାନ ଅଛି । ସେଥିପାଇଁ ଏୟାରଟେଲ ଗ୍ରାହକମାନଙ୍କ ପାଇଁ ବେଷ୍ଟ ପ୍ଲାନର ଯୋଜନା ଆନିଛି । ଯେଉଁଥିରେ ବମ୍ପର ଡାଟା ସାଙ୍ଗରେ ଡ଼ିଜ୍ନି + ହଟଷ୍ଟାର ଭିଆଇପ ମଧ୍ୟ ଯୋଗାଇ ଦେଉଛି ।

ଏୟାରଟେଲର 299 ଟଙ୍କାର ପ୍ଲାନ 28 ଦିନର ଭେଲିଡିଟି ସହ ଆସିଥାଏ । ଏହି ପ୍ଲାନରେ ଗ୍ରାହକମାନଙ୍କୁ 1.5 ଜିବି ଡାଟା ଦିଆଯାଉଛି । ଏହା ବ୍ୟତୀତ ଏହି ପ୍ଲାନରେ ଏୟାରଟେଲ ବ୍ୟବହାରକାରୀମାନଙ୍କୁ ଅସୀମିତ କଲିଂ ସହିତ ପ୍ରତିଦିନ 100 ଟି ଏସଏମଏସ ଦିଆଯାଉଛି । କେବଳ ଏତିକି ନୁହେଁ ଡିଜ୍ନି + ହଟଷ୍ଟାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି ।
ଏୟାରଟେଲରେ 401 ଟଙ୍କାର ପ୍ଲାନ 28 ଦିନର ଭେଲିଡିଟି ସହ ଆସିଥାଏ । ଏହି ପ୍ଲାନରେ ଏୟାରଟେଲ ବ୍ୟବହାରକାରୀମାନଙ୍କୁ 30 ଜିବି ଡାଟା ଦିଆଯାଇଛି । ଯଦିଓ ଏହି ପ୍ଲାନରେ ପୂର୍ବରୁ 3 ଜିବି ଡାଟା ଦିଆଯାଉଥିଲା । ଏବେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ 3 ଜିବି ବଦଳରେ 30 ଜିବି ଡାଟା ଦିଆଯାଉଛି । କିନ୍ତୁ ଏହି ପ୍ଲାନରେ ଆସୀମିତ କଲିଂ ଏବଂ ଏସଏମଏସର ସୁବିଧା ପ୍ରଦାନ କରାଯାଉ ନାହିଁ । ଏହି ପ୍ଲାନରେ କେବଳ ଡ଼ିଜ୍ନି + ହଟଷ୍ଟାର ଭିଆଇପର ସୁବିଧା ମିଳିଥାଏ ।

ଏୟାରଟେଲରେ 398 ଟଙ୍କାର ପ୍ଲାନରେ ଗ୍ରାହକମାନଙ୍କୁ ପ୍ରତ୍ୟେକ ଦିନ ଡାଟା ପ୍ରଦାନ କରାଯାଉଛି । ଏହି ପ୍ଲାନ 28 ଦିନର ଭେଲିଡିଟି ସହ ଆସିଥାଏ । ଏହା ବ୍ୟତୀତ ପ୍ରତ୍ୟେକ ଦିନ 100 ଫ୍ରି ଏସଏମଏସ ସହିତ ଆମାଜନ ପ୍ରାଇମ ଭିଡ଼ିଓ ସବସ୍କ୍ରିପସନ ଫ୍ରି ମିଳିଥାଏ । ଏହା ସାଙ୍ଗରେ ଅସୀମିତ କଲିଂ ସହିତ ୱିଙ୍କ ମ୍ୟୁଜିକ ଏବଂ ଏୟାରଟେଲ ଏକ୍ସଟ୍ରିମର ପ୍ରିମିୟମ ସେବାବି ମିଳିଥାଏ ।