ATM ରୁ ପଇସା କାଡିଲା ବେଳେ ଯଦି କଟା ଫଟା ନୋଟ ବାହାରେ ତେବେ କଣ କରିବା ଦରକାର। ଯଦିଓ କେତେକ ଲୋକଙ୍କ ପାଖରେ ଉତାର ନଥାଇ ପାରେ। ଜଣାପଡ଼ିଛି ଯେ ଏହି ଅଭାବରେ ଲୋକମାନେ କେତେଥର ନିଜର କ୍ଷ-ତି କରି ଦେଇଥାନ୍ତି। କିନ୍ତୁ ଏହି ଖବର ପଡିଲା ପରେ ଆପଣ ଜାଣିପାରିବେ ଯେ ଆପଣଙ୍କୁ ଏହି ସମୟରେ କଣ କରିବା ଦରକାର। କଣ ବ୍ୟାଙ୍କ ନୋଟ ବଦଳାଇଦେଵ ନା ଅନ୍ୟ ବାଟ ଆପଣାଇବାକୁ ପଡ଼ିବ।
୧. ଯଦି ATM ରୁ ପଇସା କାଡ଼ିଲା ବେଳେ ଆପଣଙ୍କୁ କଟା ଫଟା ପଇସା ମିଳେ ତେବେ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। କାରଣ ଆପଣ ସହଜରେ ଏହି ନୋଟକୁ ବଦଳାଇ ସଫା ନୋଟ ଅବା ଭଲ ନୋଟ ପାଇପାରିବେ।

୨. ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନି-ୟ-ମ କହୁଛି କି, ATM ରୁ ବାହାରିଥିବା କଟା ଫଟା ନୋଟକୁ ବ୍ୟାଙ୍କରେ ବଦଳା ଯାଇପାରିବ। ଏହାକୁ କରିବା ପାଇଁ କୌଣସି ସରକାରୀ କିମ୍ବା ବେସରକାରୀ ବ୍ୟାଙ୍କ ମାନେ ମନା କରିପାରିବେ ନାହିଁ।
୩. ବ୍ୟାଙ୍କରୁ ନୋଟ ବଦଳାଇବା ମାତ୍ରେ କିଛି ମିନିଟ ପ୍ରସିଜର ନାମରେ ଆପଣଙ୍କୁ ଲମ୍ବା ଅପେକ୍ଷା କରାଇଥାଏ, କିମ୍ବା ବଦଳାଇବାକୁ ମନା କରିଥାଏ ତେବେ ଆପଣ ପୋ-ଲି-ସ ପାଖରେ ବି-ରୋ-ଧ କରିପାରିବେ। RBI ଅନୁସାରେ ଏହା କରୁଥିବା ଲୋକମାନଙ୍କ ପାଖରେ ୧୦ ହଜାର ଟଙ୍କାର ଜୋ-ରିମା-ନା ଦେବାକୁ ପଡ଼ିଥାଏ।

୪. ଆପଣ ଯେଉଁ ବ୍ୟାଙ୍କର ATM ରୁ ପଇସା ବାହାର କରୁଛନ୍ତି, ପ୍ରଥମେ ଆପଣ ସେହି ବ୍ୟାଙ୍କକୁ ଯାଆନ୍ତୁ। ସେଠାକୁ ଯାଇ ଆପଣଙ୍କୁ ଏକ ଆପ୍ଲିକେସନ ଲେଖିବାକୁ ପଡ଼ିବ, ଯେଉଁଥିରେ ଆପଣ ପଇସା ବାହାର କରିବାର ତାରିଖ, ସମୟ ଓ ATM ର ଲୋକେସନ ଲେଖି ଦେବାକୁ ପଡ଼ିବ। ଏହାପରେ ଆପଣ ATM ରୁ ପଇସା କାଡ଼ିଲା ପରେ ବାହାରିଥିବା ସେହି ସ୍ଲିପର କପି କରି ଆପ୍ଲିକେସନ ସହ ଆଟାଚ କରି ବ୍ୟାଙ୍କରେ ଜମା କରିବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ ଟ୍ରାନଯାକସନର ସ୍ଲିପ ନାହିଁ। ତେବେ ମୋବାଇଲକୁ ଆସି ଟ୍ରାନଯାକସନର ଡିଟେଲସ ଦେବାକୁ ପଡେ।
୫. ଏହି ଆପ୍ଲିକେସନ ଜ-ମା କଲା ମାତ୍ରେ ବ୍ୟାଙ୍କର ଅଧିକାରୀ ଆପଣଙ୍କ ଆକାଉଣ୍ଟ ଡିଟେଲସକୁ ଭେରିଫାଏ କରିବେ। ଏବଂ ସବୁକିଛି ଠିକ ହେଲା ପରେ ଆପଣଙ୍କ କଟା ଫଟା ନୋଟ ନେଇଯିବେ ଏବଂ ତାହା ବଦଳରେ ନୂଆ ନୋଟ ଦେବେ। ଏହି ପୁରା ପ୍ରୋସେସରେ ମାତ୍ର କିଛି ମିନିଟ ଲାଗିଥାଏ।