ସଡ଼କ ଉପରେ ଚାଲିବା ସମୟରେ ଆପଣଙ୍କ ଧ୍ୟାନ ତାହା ଉପରେ ତିଆରି କରାଯାଇଥିବା ଲାଇନ ଉପରେ ନିଶ୍ଚୟ ଯାଇଥିବ। ଏହି ଲାଇନ ଧଳା ଏବଂ ହଳଦିଆ ହୋଇଥାଏ। କେଉଁଠି ଲାଇନ ଗୁଡ଼ିକ ସିଧା ହୋଇଥାଏ, ଆଉ କେଉଁଠି ଖଣ୍ଡ ଖଣ୍ଡ ଭାବେ ହୋଇଥାଏ। ଏବେ ଆପଣ ଏହା ଭାବୁଥିବେ କି ଏହି ଲାଇନ ରାସ୍ତାକୁ ଦୁଇ ଭାଗରେ ବିଭାଜିତ କରିବା ପାଇଁ ହୋଇଥାଏ, ତେବେ ଆପଣ ଠିକ ଭାବୁଛନ୍ତି। କିନ୍ତୁ ଏହି ଲାଇନ୍ର କାମ କେବଳ ରାସ୍ତାକୁ ଦୁଇ ଭାଗରେ ଭା-ଙ୍ଗି-ବା ହୋଇନଥାଏ କିନ୍ତୁ ଏହାର ଅନ୍ୟ କାମ ମୂଲ୍ୟ ରଖିଥାଏ। ଯାହାକୁ ଆପଣ ଜାଣି କହିବେ କି ପୂର୍ବରୁ ଆମେ ଏହା ଜାଣି ନଥିଲୁ।
୧. ସଡ଼କ ଉପରେ ନିର୍ମିତ ଏହି ଧଳା ରଙ୍ଗର ଲାଇନର ମାନେ ହେଉଛି, ଆପଣ ଯେଉଁ lane ରେ ଯାଉଛନ୍ତି ସେହି laneରେ ଯିବା ଦରକାର। ଅନ୍ୟ lane କୁ ଯିବା କୌଣସି ଆବଶ୍ୟକତା ନାହିଁ।

୨. ସଡ଼କ ଉପରେ ନିର୍ମିତ ଖଣ୍ଡ ଖଣ୍ଡ ଧଳା ଲାଇନର ମାନେ ହେଉଛି ଆପଣ lane ବଦଳାଇ ପାରିବେ। କିନ୍ତୁ ସାବଧାନ ସହିତ ଅନ୍ୟ ଗାଡିକୁ ଇଣ୍ଡିକେଟର ଦେଖାଇ କରି ଯାଇ ପାରିବେ।
୩. ଯଦି ଆପଣ ସଡ଼କ ଉପରେ ସିଧା ହଳଦିଆ ରଙ୍ଗର ଲାଇନ ଦେଖିବେ ତେବେ ଜାଣି ନିଅନ୍ତୁ ଆପଣ ଅନ୍ୟ ଗାଡ଼ିକୁ ଓଭରଟେକ କରିପାରିବେ। କିନ୍ତୁ ଲାଇନ୍ର ଆରପଟକୁ ଯାଇପାରିବେ ନାହିଁ। ଯଦିଓ ଅଲଗା ଅଲଗା ରାଜ୍ୟରେ ଏହାର ମାନେ ଅଲଗା ଅଲଗା ରହିଛି। ଯେପରି ତେଲେଙ୍ଗାନାରେ ରାସ୍ତା ଉପରେ ତିଆରି ହଳଦିଆ ଲାଇନର ମାନେ ହେଉଛି, ଆପଣ ଲାଇନ ଭିତରେ ରହି ଗାଡ଼ିକୁ ଓଭରଟେକ କରିପାରିବେ ନାହିଁ।
୪. ରାସ୍ତା ଉପରେ ନିର୍ମିତ ଏହି ଦୁଇ ସିଧା ହଳଦିଆ ଲାଇନ୍ର ମାନେ ହେଉଛି କି, ଆପଣ ନିଜର laneରେ ଚାଲନ୍ତୁ। ଲାଇନ ପାର କରି ଅନ୍ୟ ପଟକୁ ଯାଆନ୍ତୁ ନାହିଁ।

୫. ଯଦି ଆପଣ ରାସ୍ତା ଉପରେ ହଳଦିଆ ରଙ୍ଗର ଲାଇନ ଦେଖାଯାଏ, କିନ୍ତୁ ଖଣ୍ଡ ଯଦି ଦେଖାଯାଏ ଜାଣି ନିଅନ୍ତୁ ଆପଣ ଖଣ୍ଡ ହଳଦିଆ ଲାଇନ ଉପରେ ଯିବାର ଅନୁମତି ଅଛି କିନ୍ତୁ ସାବଧାନ ସହ।
୬. କେବେ କେବେ ଆପଣ ଦେଖିଥିବେ ଯେ ରାସ୍ତାର ଠିକ ମଝିରେ ଗୋଟେ ସିଧା ହଳଦିଆ ଲାଇନ ଓ ପାଖରେ ଖଣ୍ଡ ହଳଦିଆ ଲାଇନ ମିଶି କରି ଥିବେ। ଏହାର ମାନେ ହେଉଛି, ଯଦି ଆପଣ ଖଣ୍ଡ ହଳଦିଆ ଲାଇନ ପଟରେ ଗାଡ଼ି ଚଳାଉଛନ୍ତି, ତେବେ ଆପଣ ଓଭରଟେକ କରିପାରିବେ। କିନ୍ତୁ ଯଦି ଆପଣ ସିଧା ହଳଦିଆ ଲାଇନ ପଟରେ ଗାଡି ଚଲାଉଛନ୍ତି, ତେବେ ଆପଣଙ୍କୁ ଓଭର ଟେକ କରିବାର ଅନୁମତି ନାହିଁ।