ଏଟିଏମରୁ ଟଙ୍କା ଉଠାଇବା ଏବେ ବହୁତ ସହଜ । ଆପଣ ବିନା ଡେବିଟ କାର୍ଡ଼ରେ ମଧ୍ୟ ଏଟିଏମରୁ ଟଙ୍କା ଉଠାଇପାରିବେ । ଜାଣନ୍ତୁ କିପରି

ଏଟିଏମରୁ ଟଙ୍କା ଉଠାଇବାକୁ ହେଲେ ଡେବିଟ କାର୍ଡର କୌଣସି ଆବଶ୍ୟକତା ନାହିଁ । ଏବେ ଆପଣ ଗୁଗୁଲ ପେ ଏବଂ ପେଟିଏମ ପରି ୟୁପିଆଇ ଆପ ଦ୍ୱାରା ଟଙ୍କା ଉଠାଇପାରିବେ । ଏଟିଏମ ତିଆରି କରୁଥିବା କମ୍ପାନୀ ଏନସିଆର ନିଗମ ୟୁପିଆଇ ପ୍ଲାଟଫର୍ମରେ ଆଧାରିତ ପ୍ରଥମ କାର୍ଡଲେସ ଟଙ୍କା ଉଠାଇବା ବ୍ୟବସ୍ତା କରିଛି ।

ଏହାଦ୍ଵାରା ୟୁପିଆଇ ଆପ ଜରିଆରେ ଆପଣ QR କୋଡ଼ ସ୍କାନ କରି ଟଙ୍କା ଉଠାଇ ପାରିବେ । ଏହି ସୋତନ୍ତ୍ର ସୁବିଧା ଥିବା ଏଟିଏମକୁ ସ୍ଥାପନ କରିବାପାଇଁ ସିଟି ୟୁନିଅନ ବ୍ୟାଙ୍କ ଏନସିଆର ନିଗମଙ୍କୁ କହିଛନ୍ତି । ବ୍ୟାଙ୍କ ଏପର୍ଯ୍ୟନ୍ତ 1500 ରୁ ଅଧିକ ଏଟିଏମକୁ ଏହି ସୁବିଧା ପାଈଁ ନବୀକରଣ କରିଛନ୍ତି । ଏହାବ୍ୟତୀତ ଅନ୍ୟ କିଛି ସ୍ଥାନରେ ନବୀକରଣ ପାଇଁ ଶୀଘ୍ର କାମ ଚାଲିଛି ।

Google

ଏକ ସମୟରେ କେବଳ 5000 ଟଙ୍କା ଉଠାଇ ପାରିବେ । ସିଟି ୟୁନିଅନ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଏନ କାମକୋଡ଼ି କହିଛନ୍ତି ଯେ ଆଇସିସିଡବ୍ଲୁ ସମାଧାନ ପାଇଁ ଏନସିଆର କର୍ପୋରେସନ ସହ ସହଭୋଗୀ ଅଛନ୍ତି । ଏହା ଆମ ଗ୍ରାହକମାନଙ୍କୁ ଅଗାମୀ ପୀଢ଼ିର ସମାଧାନ ଦେବାରେ ସଫଳ ହେବ ।

ଏହାଦ୍ୱାରା ଏଟିଏମରେ ୟୁପିଆଇ QR କୋଡ଼ ବ୍ୟବହାର କରି ନଗଦ ଟଙ୍କା ଉଠାଯାଇ ପାରିବ । ଆରମ୍ଭ ଦିନରୁ ଆମ୍ଭେ ଏହି ଏଟିଏମରୁ ଏକ ସମୟରେ କେବଳ 5000 ଟଙ୍କା ଉଠାଇ ପାରିବା ।

କାର୍ଡ ସ୍ୱାଇପ ଆବଶ୍ୟକ ନୁହେଁ,ସୁ-ର-କ୍ଷା ବଢିବାକୁ ଯାଉଛି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଗ୍ରାହକମାନଙ୍କ ସୁବିଧା ବଢିବ କାରଣ QR କୋଡ଼ କପି ବନାଯାଇ ପାରିବ ନାହିଁ । ଏହା ଏବେ ପର୍ଯ୍ୟନ୍ତ ଦିଆଯାଇ ଥିବା ସବୁଠାରୁ ସୁ-ରକ୍ଷି-ତ ସୁବିଧା କାରଣ ଟଙ୍କା ଉଠାଇବା ପାଇଁ କାର୍ଡ଼ ସାଥିରେ ନେବା ଆବଶ୍ୟକ ନାହିଁ କିମ୍ବା ସ୍ୱାଇପ କରିବାର କୌଣସି ଆବଶ୍ୟକତା ନାହିଁ । ଏହା ସହିତ କାର୍ଡ଼ କ୍ଲୋନ କରି ଟଙ୍କା ଉଠାଇନେବାର ଚିନ୍ତାରୁ ମଧ୍ୟ ଦୂରରେ ରହିବେ ।

Google

ଏହି ଉପାୟରେ ଆପଣ ପ୍ରତ୍ୟାହାର କରିବାକୁ ସମର୍ଥ ହେବେ

ସର୍ବପ୍ରଥମେ ମୋବାଇଲରେ ଭୀମା,ପେଟିଏମ,ଗୁଗୁଲ ପେ,ଫୋନ ପେ,ଆମାଜନ ପରି ଆପକୁ ଡାଉନଲୋଡ କରିବାକୁ ହେବ । ତାପରେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବାକୁ ପଡିବ । ଏହାପରେ ଏଟିଏମ ପରଦାରେ ଦେଖାଯାଉଥିବା QR କୋଡ଼କୁ ସ୍କାନ କରିବାକୁ ହେବ । ସ୍କାନିଂ ସମାପ୍ତ ପରେ ମୋବାଇଲରେ ପ୍ରତ୍ୟାହାର ରାଶି ଲେଖି ଏଣ୍ଟର ବଟନ ଦବାଇବାକୁ ପଡିବ । ଏହା ପରେ 4 କିମ୍ବା 6 ନମ୍ବର ବିଶିଷ୍ଟ ପିନ ନମ୍ବର ଦେବାକୁ ପଡିବ । ୟୁପିଆଇ ପିନ ଦେବାପରେ ଆପଣଙ୍କୁ ଆପଣଙ୍କ ଟଙ୍କା ଏଟିଏମରୁ ମିଳିଯିବ ।

Leave a Reply

Your email address will not be published. Required fields are marked *