ଏବେ ଏୟାରପୋର୍ଟରୁ ଯେଉଁଠି ମନହେବ ସେଠାକୁ ବାହାରିଯିବେ, ଆପଣଙ୍କ ଜିନିଷପତ୍ର ସୁରକ୍ଷିତ ଘରେ ପହଂଚିଯିବ

ଫ୍ଲାଇଟରେ ଯାତ୍ରା କରୁଥିବା ଲୋକ ସହ କେବେ କେବେ ଏହା ହୋଇଥାଏ, ଯେବେ ତାଙ୍କୁ ଏୟାରପୋର୍ଟରୁ ସିଧା ଅନ୍ୟ କେଉଁଠାକୁ ଯିବାକୁ ପଡ଼େ। ସେହି ସମୟରେ ସାଙ୍ଗରେ ଆଣିଥିବା ଜିନିଷପତ୍ର ବିରକ୍ତି ଲାଗିଥାଏ। କିନ୍ତୁ ଏବେ ଏହି ସମ-ସ୍ୟାର ସମାଧାନ ଏହି ଏୟାରଳାଇନ୍ସ ଖୋଜି ବାହାର କରିଛନ୍ତି। ଜାଣନ୍ତୁ କେଉଁ ସେବା ଆରମ୍ଭ ହୋଇଛି ଦିଲ୍ଲୀ-ହାଇଦ୍ରାବାଦ ଏୟାରପୋର୍ଟରେ।

ଅଫିସ କାମରେ ଉଡାଯାହାଜରେ ଯାତ୍ରା କରୁଥିବା ଲୋକଙ୍କ ସହ ଏଭଳି ହୋଇଥାଏ ଯେ, ସେ ସିଧା ମିଟିଙ୍ଗ ପାଇଁ ଯିବାକୁ ପଡ଼ିଥାଏ। ସେହି ସମୟରେ ସାଙ୍ଗରେ ଆଣିଥିବା ଜିନିଷ ବିରକ୍ତି ଭଳି ଲାଗିଥାଏ। କିନ୍ତୁ ଏହି ସମସ୍ୟାର ସମା-ଧାନ ଏହି ଏୟାରଳାଇନ୍ସ ଵାଲା ବାହାର କରିଛନ୍ତି। ଜାଣନ୍ତୁ ସର୍ଭିସ କଣ।

ଦିଲ୍ଲୀ-ହାଇଦ୍ରାବାଦରେ ଡୋର-ଟୁ-ଡୋର ବ୍ୟାଗେଜ ଟ୍ରାନ୍ସଫର:-

ନିଜ କ୍ଷେତ୍ରର ଏୟାରଳାଇନ୍ସ Indigo ଏକ କମ୍ପାନୀ Carter porter ସହ ସହଭାଗୀତା କରିଛି। ଏହି କମ୍ପାନୀ Indigo ରେ ଯାତ୍ରା କରୁଥିବା ଗ୍ରାହକଙ୍କ ବ୍ୟାଗେଜକୁ ଡୋର-ଟୁ-ଡୋର ଟ୍ରାନ୍ସଫର କରିବ। ସେହି କମ୍ପାନୀ ଗୁରୁବାର ଦିନଠୁ ଏହି ସେବା ଆରମ୍ଭ କରିଦେଇଛି। ଅତିଶୀଘ୍ର ଏହା ମୁମ୍ବାଇ ଓ ବେଙ୍ଗାଲୁରୁରେ ଆରମ୍ଭ ହୋଇଯିବ।

Indigo ଡୋର-ଟୁ-ଡୋର ବ୍ୟାଗେଜ ଟ୍ରାନ୍ସଫର ସେବା କଣ:-

Indigoର ଚିଫ ଷ୍ଟ୍ରେଟଜି ଓ ରେବେନ୍ୟୁ ଅଫିସର ସଞ୍ଜୟ କୁମାର କହିଛନ୍ତି ଯେ, ତାଙ୍କର ଡୋର-ଟୁ-ଡୋର ବ୍ୟାଗେଜ ଟ୍ରାନ୍ସଫର ସେବା ସେହି ଯାତ୍ରୀ ମାନଙ୍କ ପାଇଁ ଶାନ୍ତିଭରା ଆଣିଦେବ ଯେଉଁ ବ୍ୟକ୍ତି ଘରୁ ଅଧିକ ବ୍ୟାଗ ଆଣି ଯାତ୍ରା କରିବାକୁ ଚାହୁଁଛନ୍ତି କିମ୍ବା ଏୟାରପୋର୍ଟରୁ ସିଧା ଅଫିସର ମିଟିଙ୍ଗ ପାଇଁ ଯିବାକୁ ଚାହୁଁଛନ୍ତି। carter porter ଯାତ୍ରୀ ମାନଙ୍କ ଜିନିଷ ସେମାନଙ୍କ ଯାତ୍ରା ଆରମ୍ଭରେ ପାରମ୍ଭ ସ୍ଥାନରୁ ଅ-ନ୍ତି-ମ ସ୍ଥାନ ପର୍ଯ୍ୟନ୍ତ ପହଂଚାଇଦେବ।

ଏୟାରପୋର୍ଟରେ ଲାଗିବ କମ ସମୟ:-

Carter porter ର ସିଇଓ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯାତ୍ରୀ ମାନଙ୍କ ଜିନିଷ ଘରୁ ପିକ ହୋଇଗଲେ ତାଙ୍କୁ ଏୟାରପୋର୍ଟର ଚେକ ଇନ କାଉଣ୍ଟର ଏବଂ ସୁ-ର-କ୍ଷା ତ-ଦ-ନ୍ତ ପାଖରେ କମ ସମୟ ଲାଗିବ। ଖାଲି ଏତିକି ନୁହେଁ ଯଦି ଯାତ୍ରୀ ସିଧା ଏୟାରପୋର୍ଟରୁ ଅନ୍ୟ କେଉଁଠାକୁ ଯିବାକୁ ଚାହେଁ ତେବେ ତାର ଜିନିଷ ସେ କହିବା ସ୍ଥାନରେ ପହଂଚିଯିବ। ତେଣିକି ଘର ହୋଉ କିମ୍ବା ହୋଟେଲ। ଏହା ସହ ସେବାର ବୁକିଙ୍ଗ କରିବା ପରେ ଯାତ୍ରୀକୁ ବ୍ୟାଗେଜ ଡେଲିଭରୀ କାଉଣ୍ଟର ପାଖରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ଖାଲି ଦେବାକୁ ପଡ଼ିବ ଏତିକି ଟଙ୍କା:-

Indigo ନିଜର ଏକ ସେବା ‘6EBagport’ ନାମ ଦେଇଛି। ଏଥିପାଇଁ ଯାତ୍ରା ସମୟରେ ୨୪ ଘଣ୍ଟା ପୂର୍ବରୁ ବୁକିଙ୍ଗ କରିବାକୁ ପଡ଼ିବ। ଏଥିପାଇଁ ଯାତ୍ରୀ ମାନଙ୍କୁ ମାତ୍ର ୬୩୦ ଟଙ୍କା ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *