ପୂର୍ବରୁ ଦେଖି ନଥିବେ ଏମିତି ବାହାଘର, ସାଇକେଲରେ ଆସିଲେ ବରଯାତ୍ରୀ, ତୁଳସୀ ବରମାଳାରେ ହେଲା ଜୟମାଳା..

ଭାରତୀୟ ବାହାଘର ବୋଧହୁଏ ଧୁମଧାମରେ ପାଳନ କରାଯାଇଥାଏ। ବିଶେଷ କରି ଯେତେବେଳେ ବରଯାତ୍ରୀ ବାହାରି ଥାନ୍ତି ତ ସେଥିରେ ସାରା ଦୁନିଆର ଶୋ ବାଜି ହୋଇଥାଏ। କିନ୍ତୁ କିଛି ଲୋକ ଏମିତି ମଧ୍ୟ ଥାଆନ୍ତି ଯେଉଁମାନେ ସାଦାସିଧା ଅନ୍ଦାଜରେ ବାହାହୋଇ ସମସ୍ତଙ୍କ ହୃଦୟକୁ ଜିତି ନେଇଥାନ୍ତି। ବର୍ତମାନ ସୋସିଆଲ ମିଡିଆରେ ଭାଇ-ରାଲ ହେଉଥିବା ଏହି ‘ଇକୋ ଫ୍ରେଣ୍ଡଲୀ’ ବାହାଘରକୁ ହିଁ ନେଇ ନିଅନ୍ତୁ। ଏହି ବାହାଘରରେ ବର କାର କିମ୍ବା ଘୋଡ଼ାରେ ଚଢ଼ି ନୁହେଁ ବରଂ ଇଲେକ୍ଟ୍ରିକ ସାଇକେଲ (Yolo Bike)ରେ ବସି ବରଯାତ୍ରୀ ନେଇ ଆସିଥିଲେ।

ବାହାଘରରେ ଆ-ଶ୍ଚ-ର୍ଯ୍ୟ-କର କଥା ଏହା ଥିଲା କି ଏହି ବରଯାତ୍ରୀରେ ସା-ମି-ଲ ହୋଇଥିବା ସବୁ ବରଯାତ୍ରୀ ମଧ୍ୟ Yolo Bikeରେ ଆସିଥିଲେ। ମାନେ ସମସ୍ତେ ବାହାଘରରେ ‘ଇକୋ ଫ୍ରେଣ୍ଡଲୀ’ର ଧ୍ୟାନ ରଖିଥିଲେ। ଆଉ ଗୋଟିଏ ଆଶ୍ଚ-ର୍ଯ୍ୟ-ଜ-ନକ କଥା ଏହା ଥିଲା କି ବର କନିଆଁ ପରସ୍ପରଙ୍କୁ ତୁଳସୀରେ ତିଆରି ମାଳ ପିନ୍ଧାଇଥିଲେ। ଏହା ବ୍ୟ-ତୀତ ସେମାନେ ପୂରା ବାହାଘରରେ ପ୍ଲାଷ୍ଟିକକୁ ବହୁତ କମ ପରିମାଣରେ ବ୍ୟବହାର କରିଥିଲେ। ସାଜସଜ୍ଜାକୁ ମଧ୍ୟ ‘ଇକୋ ଫ୍ରେଣ୍ଡଲୀ’ ଏବଂ ପୁନର୍ବାର ବ୍ୟବହାର ପଦାର୍ଥରେ ସଜାଇଥିଲେ।

ଏହି ବାହାଘରର ସୁନ୍ଦର ଫଟୋ ଆଇଏଏସ ସୁପ୍ରିୟା ସାହୁ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ବାହାଘରର ଫଟୋକୁ ସେୟାର କରିବା ସମୟରେ ସେ କ୍ୟାପଶନରେ ଲେଖିଛନ୍ତି- ଯେତେବେଳେ ବର ଘୋଡ଼ା କିମ୍ବା କାରରେ ନୁହେଁ, ଇଲେକ୍ଟ୍ରିକ ବାଇକରେ ଆସିଥିଲେ ଏବଂ ଯେତେବେଳେ କନିଆଁ ଜୟମାଳାରେ ବରକୁ ପିନ୍ଧାଇ ଥିଲେ ତୁଳସୀ ମାଳା। ଅଜବପ୍ରକାର ବାହାଘର। ମାଧୁରୀ ଏବଂ ଆଦିତ୍ୟ ଆପଣଙ୍କୁ ଅଭିନନ୍ଦନ।

ମ୍ୟାରେଡ କପଲ ମାଧୁରୀ ଏବଂ ଆଦିତ୍ୟ ସ୍କୁଲ ସମୟରୁ ବନ୍ଧୁ ଅଟନ୍ତି। ଗୋଟିଏ ଲମ୍ବା ସମ୍ପର୍କ ପରେ ଦୁଇଜଣ ବାହାଘର ବନ୍ଧନରେ ବା-ନ୍ଧି ହୋଇ ଯାଇଛନ୍ତି। ଦୁଇଜଣ ପ୍ରକୃତିକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ସେମାନେ ନିଜ ବାହାଘର ଇକୋ ଫ୍ରେଣ୍ଡଲୀ ଥିମରେ କରିଥିଲେ। ବାହାଘରରେ ଆସିଥିବା ଅତିଥିମାନଙ୍କୁ ସେମାନେ ରିଟର୍ନ ଉପହାରରେ ଚାରା ଦେଇଥିଲେ। ତାଙ୍କ ବାହାଘରର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇ-ରାଲ ହେଉଛି।

ବାହାଘରର ଏହି ବିଚିତ୍ର ଅନ୍ଦାଜ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି। କେହି ଏହି ବାହାଘରକୁ ସୃଜନଶୀଳ ବୋଲି କହିଛନ୍ତି ତ ଅନେକ କହିଛନ୍ତି କି ଆମ ସମସ୍ତଙ୍କୁ ମଧ୍ୟ ଏହି କପଲଙ୍କ ଠାରୁ ପ୍ରେରଣା ନେବା ଉଚିତ।

 

View this post on Instagram

 

A post shared by Arun Molasi (@molasi.milieu)

ଆଶା ରହିଛି କି ଏହି ବାହାଘରରେ ଆପଣ ମଧ୍ୟ ପ୍ରେରିତ ହେବେ। ତ ଆଗକୁ ନିଜ ବାହାଘରରେ ପ୍ରକୃତିର ମଧ୍ୟ ଟିକେ ଧ୍ୟାନ ରଖନ୍ତୁ।

Leave a Reply

Your email address will not be published. Required fields are marked *