ଗୁଜୁରାଟରେ ଏକ ମାଲିକ ନିଜ ଘର କବାଟ ଖୋଲିବା ମାତ୍ରେ ଦୁଇ ସିଂହ କୂଅ ପାଖରେ ବସିଥିଲେ ଏବଂ ଖୁସିରେ ପାଣି ପିଉଥିଲେ । ଏହା ଦେଖି ମାଲିକ ଚମକି ଗଲେ । ଏହି ଭିଡିଓଟି ଭାଇ-ରଲ ହେବାରେ ଲାଗିଛି ।
ସକାଳୁ ଯଦି ଆପଣ ନିଜ ଘର କବାଟ ଖୋଲନ୍ତି ଏବଂ ସିଂହ ଆପଣଙ୍କୁ ଚାହିଁଥିବାର ଦେଖନ୍ତି, ତେବେ ଆପଣ କଣ କରିବେ ? ଆପଣ ଡରିଯିବେ ଓ ଜୋରରେ ପାଟି କରିବାକୁ ଲାଗିବେ । ଏମିତି ହିଁ ହୋଇଛି ଯେତେବେଳେ ଗୁଜୁରାଟରେ ଜଣେ ମାଲିକ ଘର କବାଟ ଖୋଲିଲେ ସେ ଦେଖିଲେ ବାହାରେ ଦୁଇ ସିଂହ କୂଅ ଉପରେ ବସିଛନ୍ତି ଏବଂ ଖୁସିରେ ପାଣି ପିଉଥିଲେ । ଏହା ଦେଖି ମାଲିକ ଚମକି ଗଲେ । ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଭାଇ-ରଲ ହେବାରେ ଲାଗିଛି ।
ଭିଡ଼ିଓରେ ଦେଖାଯାଇପାରିବ ଯେ ମାଲିକ ମୋବାଇଲରେ ରେକଡ଼ିଂ କରୁଥିବା ସମୟରେ ଘର କବାଟ ଖୋଲୁଛନ୍ତି । ଯେତେବେଳେ ସେ କବାଟ ଖୋଲିଲେ, ସେତେବେଳେ ଘର ବାହାରେ ଦୁଇଟି ସିଂହ କୂଅ ଉପରେ ବସିଥିବାର ଦେଖିବାକୁ ପାଇଲେ । ସେମାନେ ମାଲିକଙ୍କୁ ଦେଖିଲେ ଏବଂ ପାଣି ପିଇବାକୁ ଲାଗିଲେ । ଭୟ-ଭୀତ ହୋଇ ବ୍ୟକ୍ତି କବାଟ ଖୋଲିଲେନାହିଁ ଏବଂ ଲୁଚି ଲୁଚି ଏହି ଦୃଶ୍ୟ ଦେଖୁଥାଏ ।
What would be your reaction if you open the door and you are greeted with a sight like this ?? #Forward #Lions #Gujarat #India@susantananda3 @ipskabra pic.twitter.com/iZ5jX0HscK
— SAKET (@Saket_Badola) April 2, 2021
ଫରେଷ୍ଟ ଅଫିସର ସାକେଟ ଭିଡ଼ିଓ ସେୟାର କରି କ୍ୟାପସନରେ ଲେଖିଲେ , ‘ଯଦି ଆପଣ କବାଟ ଖୋଲୁଛନ୍ତି ଏବଂ ଏହିଭଳି ଦୃଶ୍ୟ ଦେଖୁଛନ୍ତି ତାହେଲେ ଆପଣ କଣ କରିବେ ?’
ସାକେଟ ଆଇପିଏସ ଅଫିସର ଦୀପାନଶୁ କାବ୍ରା ଏବଂ ଫରେଷ୍ଟ ଅଫିସର ସୁଶାନ୍ତ ନଦାଙ୍କୁ ଭିଡ଼ିଓରେ ଟ୍ୟାଗ କରିଛନ୍ତି । ସେମାନେ ଏହି ଭିଡ଼ିଓଟିକୁ ପୁନ-ଟ୍ଵିଟ କରିଛନ୍ତି । ଏହି ଭିଡ଼ିଓକୁ ସେମାନେ 2 ଏପ୍ରିଲ ସକାଳୁ ଶେୟର କରିଥିଲେ, ଯାହାକୁ ଏବେ ପର୍ଯ୍ୟନ୍ତ 600 ରୁ ଅଧିକ ଲୋକ ଦେଖିସାରିଛନ୍ତି । ତାହା ସାଥିରେ କିଛି ଲାଇକ ଏବଂ ପୁନ-ଟ୍ୱିଟ ହୋଇସାରିଛି । କମେଣ୍ଟରେ ଲୋକମାନେ ଏମିତି ପ୍ରତିକ୍ରିୟା ଦେଇଛନ୍ତି..
<silently closes the door and opens a window>
— Harish Karnati (@tweettoharish) April 2, 2021
Lions: Pani pine k lie aya hu.Pikei chali jayungi.
— Monalisa Bose (@Bose95Mona) April 2, 2021
ऐसा अनुभव मेरे लिए परम् आनन्द कारी होगा।
— Sahab Singh Deshwar (@999deshwar) April 2, 2021
Unexpected.
— Devendra Saini (@dks6720) April 2, 2021