ଅର୍ଥ ମନ୍ତ୍ରଣାଳୟ ଅନୁସାରେ ରିହାତି:-
ବୁଧବାର ଦିନ ସରକାର ଲୋକଙ୍କ ଭବିଷ୍ୟ ନିଧି (ପିପିଏଫ) ଏବଂ ଏନଏସସି ବ୍ୟତୀତ ୧.୧ ପ୍ରତିଶତ ରିହାତି କରିଥିଲେ ଲଘୁ ଯୋଜନା ଗୁଡ଼ିକର ସୁଧହାର ଉପରେ। ଏହି ରିହାତି ଅପ୍ରେଲ ମାସ ଆରମ୍ଭ ୨୦୨୧-୨୨ ର ପ୍ରଥମ ତିନିମାସ ପାଇଁ କରାଯାଇଛି। ସୁଧହାର ଘ-ଟ-ଣା-ଟି ଧାରାର ଅନୁରୂପ ପ୍ରଥମ ପାଦ ଉଠାଯାଇଥିଲା। ଅର୍ଥ ମନ୍ତ୍ରଣାଳୟ ଅନୁସାରେ ପିପିଏଫରେ ସୁଧହାର ୦.୭ ପ୍ରତିଶତ କମ ହୋଇ ୬.୪ ପ୍ରତିଶତ ହୋଇଛି ଏବଂ ଏନଏସସି ରେ ୦.୯ ପ୍ରତିଶତ କମ ହୋଇ ୫.୯ ପ୍ରତିଶତ କରାଯାଇଛି।
ସିନିୟର ସିଟିଜେନ୍ସଙ୍କୁ ମିଳିବ କମ ସୁଧହାର:-
ଅଳ୍ପ ସଞ୍ଚୟ ଯୋଜନା ଉପରେ ସୁଧହାର ତିନିମାସ ଆଧାର ଉପରେ ବିଜ୍ଞପ୍ତି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ଅର୍ଥ ବର୍ଷ ୨୦୨୧-୨୨ ର ପ୍ରଥମ ତିନିମାସ ଅପ୍ରେଲ- ଜୁନ ଅବଧି ପର୍ଯ୍ୟନ୍ତ ବିଭିନ୍ନ ଲଘୁ ଯୋଜନା ଉପରେ ସୁଧହାର କମ କରାଯାଇଛି। ପାଞ୍ଚ ବର୍ଷର ବରିଷ୍ଠ ନାଗରୀକ ସଞ୍ଚୟ ଯୋଜନା ଉପରେ ସୁଧାହାରର ଦର ୦.୯ ପ୍ରତିଶତ କମ କରି ୬.୫ ପ୍ରତିଶତ କରାଯାଇଛି। ଏହି ଯୋଜନା ଦ୍ୱାରା ସୁଧହାର ତିନିମାସ ଆଧାର କରି ଦିଆଯାଇଛି। ପ୍ରଥମ ଥର ସଞ୍ଚୟ ଖାତାରେ ଜମା କରିଥିବା ସୁଧହାର ୦.୫ ପ୍ରତିଶତ କମ ହୋଇ ୩.୫ ପ୍ରତିଶତ କରାଯାଇଛି। ଏପର୍ଯ୍ୟନ୍ତ ଏହା ଉପରେ ବର୍ଷକୁ ୪ ପ୍ରତିଶତ ରିହାତି ମିଳୁଥିଲା।
ସୁକନ୍ୟା ସମୃଦ୍ଧି ଖାତା ଅଧିକାରୀଙ୍କର ମଧ୍ୟ କ୍ଷ-ତି:-
ବାଳିକାମାନଙ୍କ ପାଇଁ ସଞ୍ଚୟ ଯୋଜନା ସୁକନ୍ୟା ସମୃଦ୍ଧି ଯୋଜନା ଖାତା ଉପରେ ସୁଧହାର ୨୦୨୧-୨୨ ର ପ୍ରଥମ ତିନି ମାସରେ ୦.୭ ପ୍ରତିଶତ ଘଟି ୬.୯ ପ୍ରତିଶତ ହୋଇଛି। କିଷାନ ବିକାଶ ପତ୍ର ଉପରେ ବର୍ଷକୁ ୦.୭ ପ୍ରତିଶତ କମ ହୋଇ ୬.୨ ପ୍ରତିଶତ କରାଯାଇଛି। ଏପର୍ଯ୍ୟନ୍ତ ଏହା ଉପରେ ସୁଧହାର ୬.୯ ପ୍ରତିଶତ ଥିଲା। ଅର୍ଥ ମନ୍ତ୍ରଣାଳୟ ୨୦୧୬ ମସିହାର ତିନିମାସ ଆଧାର ଉପରେ ଘୋ-ଷଣା କରି କହିଥିଲେ ଯେ, ଅଳ୍ପ ସଞ୍ଚୟ ଯୋ-ଜନା ଉପରେ ସୁଧହାର ସରକାରୀ ବଣ୍ଡ ଉପରେ ପ୍ରତିଫଳ ସହ ମିଶି ରହିବ।
ଏହି ଯୋଜ-ନାରେ ନିବେଶ କରୁଥିବା ଲୋକମାନଙ୍କର ମଧ୍ୟ କ୍ଷ-ତି:-
ସୁଧାହାରର ସର୍ବାଧିକ ୧.୧ ପ୍ରତିଶତର ରିହାତି ଏକବର୍ଷର ସମୟ ଅବଧିର ସମସ୍ତ ଜମା ରାଶି ଉପରେ କରାଯାଇଛି। ଏବେ ଏହା ଉପରେ ସୁଧହାର ୪.୪ ପ୍ରତିଶତ ହେବ ଯାହାକି ଏପର୍ଯ୍ୟନ୍ତ ୫.୫ ପ୍ରତିଶତ ଥିଲା। ଏହିଭଳି ୨ ବର୍ଷର ସମୟ ଅବଧି ଜମାରାଶି ଉପରେ ସୁଧହାର ଦର ୦.୫ ପ୍ରତିଶତ ଘଟି ୫ ପ୍ରତିଶତ ହୋଇଛି। ତିନିବର୍ଷ ସମୟ ଅବଧି ଜମାରାଶି ଉପରେ ସୁଧହାର ୦.୪ ପ୍ରତିଶତ କମ କରାଯାଇଛି। ପାଞ୍ଚ ବର୍ଷର ସମୟ ଅବଧୀର ଜମାରାଶି ଉପରେ ୦.୯ ପ୍ରତିଶତ କମ କରି ୫.୮ ପ୍ରତିଶତ କରାଯାଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।