ଆଗକୁ ଆସୁଥିବା ଭବିଷ୍ୟତ ଇଲେଟ୍ରିକ୍ ଯାନମାନଙ୍କର ହେବାକୁ ଯାଉଛି। ଏହିପରି ଅନେକ କମ୍ପାନୀ ସେମାନଙ୍କର ଇଲେଟ୍ରିକ୍ ଯାନ ବଜାରକୁ କଢୁଛନ୍ତି । ବର୍ତ୍ତମାନ ଚୀନ୍ର ସର୍ବୋଚ୍ଚ ଇ-କମର୍ସ କମ୍ପାନୀ ଆଲିବାବା ମଧ୍ୟ ଏହି ରେସରେ ଯୋଗ ଦେଇଛନ୍ତି। ନିକଟରେ ଏହା ଏକ ଗୋଟିଏ ଚକ ଥିବା ବିଚିତ୍ର ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିଛି।
ଆଲିବାବା ଗ୍ରୁପର ଏହି ଅଦ୍ଭୁତ ଏକ ଚକିଆ ବାଇକ୍ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଯଦି ତୁମର ମନେ ଥିବ ଗୋଟିଏ ଚକ ଥିବା ଗାଡ଼ି କେବଳ ସର୍କସରେ ଦେଖିବାକୁ ମିଳୁଥିଲା କିନ୍ତୁ ବର୍ତ୍ତମାନ ଆଲିବାବା ଏହା ସାଧାରଣ ଜନତାଙ୍କ ପାଇଁ ବଜାରରେ ଲଞ୍ଚ କରିଛି ।

ଏହି ବାଇକ୍ ବିଷୟରେ ଖାସ୍ କଥା ହେଉଛି ଏହାକୁ ଚଳାଇବା ଉପାୟ ମଧ୍ୟ ବହୁତ ଆକର୍ଷଣୀୟ । ଯଦି ଆପଣ ବାଇକକୁ ଆଗକୁ ଝୁଙ୍କନ୍ତି ତେବେ ଏହାର ଗତି ବଢିବ । ଏଥିସହିତ ପଛକୁ ଖୁଙ୍କିଲେ ବାଇକର ଗତି ହ୍ରା-ସ ପାଇବ।
ଏକ ଚକିଆ ବାଲା ଏହି ବାଇକରେ ଏକ ଷ୍ଟିଲ୍ ଟ୍ରେଲିସ୍ ଫ୍ରେମ୍ ଲାଗିଛି। ଏଥିରେ ଏକ ଫକ୍ସ ଇନ୍ଧନ ଟ୍ୟାଙ୍କ ମଧ୍ୟ ଅଛି ।ବାସ୍ତବରେ ଏହା Ducati monster ଡିଜାଇନ୍ ଦ୍ୱାରା ଅନୁପ୍ରାଣିତ । ଏହାର ପଛରେ ଏକ ପିଲିଅନ୍ ସିଟ୍ ମଧ୍ୟ ଅଛି । କିନ୍ତୁ ଦେଖାଯାଉ ଏହି ଗୋଟିଏ ଚକ ବାଇକ୍ କେତେ ଉପଯୋଗୀ ହେଉଛି।

ଏହି ଇଲେକ୍ଟ୍ରିକ୍ ବାଇକ୍ରେ ପାନାସୋନିକ୍ ବ୍ୟାଟେରୀ ପ୍ୟାକ୍ ଲଗା ଯାଇଛି। କମ୍ପାନୀ ଦାବି କରୁଛି ଯେ ଥରେ ଏହି ବାଇକ୍ ଚାର୍ଜ ହୋଇଗଲେ ଏହା ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଇଥାଏ। ଏହି ବାଇକ୍ ୩ ରୁ ୧୨ ଘଣ୍ଟା ମଧ୍ୟରେ ପୂର୍ଣ୍ଣ ଚାର୍ଜ ହୋଇଯାଏ । ଏହାର ଓଜନ ୪୦ କିଲୋଗ୍ରାମ । ଏଥିରେ ୨୦୦୦ ୱାଟର ଶକ୍ତି ବାଲା ଏକ ଇଲେକ୍ଟ୍ରିକ୍ ମୋଟର ଅଛି ।
ଆପଣ ଏହି ବାଇକ୍ କୁ ଘଣ୍ଟା ପ୍ରତି ସର୍ବାଧିକ ୪୮କିଲୋମିଟର ବେଗରେ ଚଲାଇ ପାରିବେ । ଯଦି ଆପଣ ଏହି ବାଇକ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପକେଟରୁ ୧୫୦୦ ଡଲାର ଖାଲି କରିବାକୁ ପଡିବ । ଭାରତୀୟ ମୁଦ୍ରାରେ ଏହି ପରିମାଣ ୧.୩୪ ଲକ୍ଷ ଟଙ୍କା । ଏହା କେବଳ ଏକ୍ସ ଶୋ’ରୁମ୍ ମୂଲ୍ୟ । ଅନ୍ ରୋଡ୍ ଏହାର ମୂଲ୍ୟ ଆହୁରି ଅଧିକ ହେବ ।
କମ୍ପାନୀ ଆଶା କରୁଛି ଯେ ଏହା ଏହି ବାଇକ୍ ର ଅଧିକ ବିକ୍ରି କରିପାରିବ । ଅବଶ୍ୟ ଏହା ଆସୁଥିବା ସମୟ ଜଣାଇବ ଯେ ଲୋକମାନେ ଗୋଟିଏ ଚକିଆ ଇଲେକ୍ଟ୍ରିକ୍ ବାଇକ୍ କୁ ପସନ୍ଦ କରୁଛନ୍ତି କି ନାହିଁ ।

ଏହି ବାଇକ୍ ବିଷୟରେ ତୁମର ମତାମତ କ’ଣ? ଯଦି ଏହା ଭାରତରେ ଲଞ୍ଚ ହୁଏ, ତେବେ କଣ ଆପଣ ଏହାକୁ କିଣିବାକୁ ପସନ୍ଦ କରିବେ? କଣ ଆପଣ ଏହି ଏକ ଚକିଆ ବାଇକ୍ ଚଲାଇବାକୁ ରୁଚି ରଖୁଛନ୍ତି ? ଏହା ଠାରୁ ବଡ଼ କଥା କଣ ଆପଣ ଏହି ବାଇକ୍ ପାଇଁ ଏକ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ?