ରେଲୱେ ଷ୍ଟେସନରେ ପହଞ୍ଚି ଯାଇଥିଲା ହାତୀ,ଟ୍ରାକ ଉପରେ ଏମିତି ଲାଗିଥିଲା ଦୌଡ଼ିବାକୁ, IPS କହିଲେ- ‘ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ…’- ଦେଖନ୍ତୁ Video

ସୋସିଆଲ ମିଡ଼ିଆ (Social Media)ରେ ଗୋଟିଏ ହାତୀ (Elephant)ର ଭିଡିଓ ଜୋରରେ ଭାଇ-ରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ହସିହସି ଗଡିଯିବେ। ଗୋଟିଏ ହାତୀ ରେଲୱେ ଷ୍ଟେସନରେ ପହଞ୍ଚି ଯାଇଥିଲା। ସେ ଟ୍ରାକ ଉପରେ ଦୌଡ଼ିବାକୁ(Elephant Running On Railway Track) ଲାଗିଥିଲା।

ସୋସିଆଲ ମିଡ଼ିଆ (Social Media)ରେ ଗୋଟିଏ ହାତୀ (Elephant)ର ଭିଡିଓ ଜୋରରେ ଭାଇ-ରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ହସିହସି ଗଡିଯିବେ।ଗୋଟିଏ ହାତୀ ରେଲୱେ ଷ୍ଟେସନରେ ପହଞ୍ଚି ଯାଇଥିଲା। ସେ ଟ୍ରାକ ଉପରେ ଦୌଡ଼ିବାକୁ(Elephant Running On Railway Track) ଲାଗିଥିଲା। ସେହି ସମୟରେ ପ୍ଲାଟଫର୍ମରେ ଯେଉଁମାନେ ବି ଥିଲେ, ସେମାନେ ଦେଖି ଆ-ଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନ୍ୟ ପ୍ଲାଟଫର୍ମରେ ଟ୍ରେନ ଛିଡ଼ା ହୋଇଥିଲା। ତା ପାଖରୁ ହାତୀ ବାହାରିଥିଲା ଏବଂ ଟ୍ରାକ ଉପରେ ଦୌଡ଼ିବା ଆରମ୍ଭ କରିଦେଇଥିଲା। ଏହି ମଜାଦାର ଭିଡିଓକୁ ଆଇପିଏସ ଅଫିସର ଦୀପାଂଶୁ କାବରା ଶେୟାର କରିଛନ୍ତି।

https://twitter.com/ipskabra/status/1375842071869714434?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1375842071869714434%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Felephant-running-on-railway-track-in-railway-station-ips-officer-gives-epic-reaction-see-viral-video-2401436

ଭିଡ଼ିଓରେ ଦେଖା ଯାଉଛି କି ହାତୀ ପ୍ଲାଟଫର୍ମ ପାଖର ହିଁ ଟ୍ରାକ ଉପରେ ଜୋରରେ ଚାଲିବାକୁ ଲାଗିଛି। କିଛି ଲୋକ ଷ୍ଟେସନରେ ମହଜୁଦ ଥିଲେ। ସେମାନେ କ୍ୟାମେରା ବାହାର କରି ଭିଡିଓ ରେକର୍ଡ କରିବାକୁ ଲାଗିଲେ। ସେ କାହାକୁ ହଇରାଣ ନକରି, ଶାନ୍ତିରେ ଟ୍ରାକ ଉପରେ ଚାଲୁଥିଲା।

ଆଇପିଏସ ଅଫିସର ଦୀପାଂଶୁ କାବରା ଭିଡିଓ ଶେୟାର କରିବା ସମୟରେ କ୍ୟାପଶନରେ ଲେଖିଛନ୍ତି, ‘ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, #ଗଜାନନ_ଏକ୍ସପ୍ରେସ କିଛି ସମୟପରେ ପ୍ଲାଟଫର୍ମ ନମ୍ବର ୬ରୁ ବାହାରିବ। ଆପଣମାନେ ନିଜ କ୍ୟାମେରା ବାହାର କରି ନିଅନ୍ତୁ ଏବଂ ସୁରକ୍ଷିତ ଦୂରତା ବନାଇ ରଖନ୍ତୁ…’

ଏହି ଭିଡିଓକୁ ସେ ୨୭ମାର୍ଚ୍ଚରେ ସେୟାର କରିଥିଲେ, ଯାହାର ଏପର୍ଯ୍ୟନ୍ତ ୨୨ହଜାରରୁ ଅଧିକ ଭ୍ୟୁ ହୋଇ ସାରିଛନ୍ତି, ଏହା ସହିତ ୨ହଜାରରୁ ଅଧିକ ଲାଇକ୍ସ ଏବଂ ୨୦୦ରୁ ଅଧିକ ରୀ-ଟୁଇଟ ହୋଇ ସାରିଛି। ଜଣେ ୟୁଜର କହିଛନ୍ତି କି ଏହି ଭିଡିଓ ହରିଦ୍ଵାର ରେଲୱେ ଷ୍ଟେସନର ଅଟେ।

Leave a Reply

Your email address will not be published. Required fields are marked *