ପ୍ରତିରକ୍ଷା କ୍ଷେତ୍ରରେ ଋଷ ବିଶ୍ଵର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର। ଋଷ ଅତ୍ୟାଧୁନିକ ଅ-ସ୍ତ୍ରଶ-ସ୍ତ୍ର ସହ ଶକ୍ତି-ଶାଳୀ କ୍ଷେପ-ଣାସ୍ତ୍ରମାନ ତିଆରି କରି ବିଶ୍ଵର ବିଭିନ୍ନ ଦେଶକୁ ବିକ୍ରୀ କରିଥାଏ। ହେଲେ ଋଷିଆରୁ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇ-ରାଲ୍ ହେବାରେ ଲାଗିଛି, ଯାହାକୁ ଦେଖି ସାର ବିଶ୍ଵ ଆଚମ୍ବିତ ହୋଇପଡିଛି। Russian nuclear ballistic missile submarines ଏହି ଭିଡିଓ ରିଲିଜ୍ କରିଛି। ଯାହା ଦେଖିବା ପରେ ସାରା ବିଶ୍ୱର ଲୋକ ଚକିତ ହୋଇଯାଇଛନ୍ତି। ଆର୍କଟିକ୍ ଅଞ୍ଚଳରେ ଋଷ ତାର ସାମରିକ ବଳ ବଢେଇବାରେ ଲାଗିଛି। କିଛି ଦିନ ତଳେ ଏଠାରେ ଋଷ ସାମରିକ ଅଭ୍ୟାସ ମଧ୍ୟ କରିଥିଲା। ତେବେ ଏହି ସମର ଅଭ୍ୟାସ ସମୟରେ ଋଷ ଏପରି କିଛି କୌଶଳ ଦେଖାଇଛି ଯାହାକୁ ଦେଖି ଅନେକ ପ୍ରଶଂସା କରୁଥିବା ବେଳେ ରୁଷର ଦୁଃସାହସିକ ଶକ୍ତି ପ୍ରଦର୍ଶନ ଦେଖି ବିଶ୍ୱବାସୀ ଆ-ଶ୍ଚର୍ଯ୍ୟ ହୋଇଛନ୍ତି। ଆର୍କଟିକ୍ ଅଞ୍ଚଳରେ ସାମରିକ ଅଭ୍ୟାସ ବେଳେ ସେଥିରେ ଋଷ ନୌସେନାର ତିନୋଟି ଆଣବିକ ବାଲିଷ୍ଟିକ୍ କ୍ଷେପ-ଣାସ୍ତ୍ର ବୁଡ଼ାଜାହାଜ ଭାଗ ନେଇଥିଲେ। ଯେଉଁମାନେ କି ବରଫର ଏକ ମୋଟା ପରସ୍ତକୁ ଭାଙ୍ଗି ବାହାରକୁ ଆସିଥିବାର ଭିଡ଼ିଓରୁ ଜଣା ପଡିଛି। ଏହାକୁ ଦେଖିବା ପରେ ଋଷର ଶକ୍ତି ଭଲଭାବେ ଆକଳନ କରାଯାଇପାରେ।

ଡ୍ରିଲ ସମୟରେ ଆର୍କଟିକ୍ ବରଫ ପରସ୍ତ ଭାଙ୍ଗିଲା:-
ଏକକାଳୀନ ଋଷିଆର ତିନୋଟି ଆଣବିକ ବାଲିଷ୍ଟିକ୍ କ୍ଷେପ-ଣାସ୍ତ୍ର ବୁଡ଼ାଜାହାଜ ଡ୍ରିଲ କରିବାରୁ ଆର୍କଟିକ୍ ବରଫ ପରସ୍ତ ଭାଙ୍ଗି ସେମାନେ ବାହାରକୁ ଆସିଥିବାର ସୂ-ଚନା ମିଳିଛି। ଶୁକ୍ରବାର ଦିନ ଋଷର ନୌସେନାର ସେନାଧ୍ୟକ୍ଷ ଭିଡିଓ ଜରିଆରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବୈଠକ କରିବା ସହ ଏ ସମ୍ବନ୍ଧରେ ସୂ-ଚନା ଦେଇଛନ୍ତି।
Looks like 3x667BDRM/DeltaIV SSBNs surfaced near the North Pole. Cool. https://t.co/Cbi8DdYMFO
— Dmitry Stefanovich (@KomissarWhipla) March 26, 2021
ଋଷ ନୌସେନା ଇତିହାସରେ ପ୍ରଥମ:-
କମାଣ୍ଡର ନିକୋଲାଇ ୟେଭମେନୋଭ ସୂ-ଚନା ଦେଇଛନ୍ତି ଯେ ଋଷର ନୌସେନା ଇତିହାସରେ ପ୍ରଥମ ଥର ପାଇଁ ବୁଡ଼ାଜାହାଜ ଦ୍ୱାରା ଏପରି କୀର୍ତ୍ତିମାନ ଘ-ଟ-ଣା ଘଟିଛି। ସମସ୍ତ ତିନୋଟି ବୁଡ଼ାଜାହାଜ ୩୦୦ ମିଟର ବ୍ୟବଧାନରେ ଥିଲା ଏବଂ ସେମାନେ ଯେଉଁ ବରଫ ଖଣ୍ଡ ଭଙ୍ଗିଛନ୍ତି ତାହା ୧.୫ ମିଟର ଗଭୀର ଥିଲା। ରି-ପୋ-ର୍ଟ ଅନୁଯାୟୀ ଏହି ବୁଡ଼ାଜାହାଜଗୁଡ଼ିକ ପୂର୍ବରୁ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ, କିନ୍ତୁ ଏହିଭଳି କାରନାମା ପ୍ରଥମ ଥର ପାଇଁ କରିଥିବାର ଦେଖିବାକୁ ମିଳିଛି। ତେବେ ଏହି ବୁଡ଼ାଜାହାଜଗୁଡ଼ିକର ଉପସ୍ଥିତି ବିଷୟରେ କେହି ଜାଣି ନଥିଲେ।
ଋଷ ପ୍ରତି-ରକ୍ଷା ମନ୍ତ୍ରଣାଳୟ ଏହାର ଫୁଟେଜ୍ ଜାରି କରିଛି:-
ଋଷର ପ୍ରତି-ରକ୍ଷା ମନ୍ତ୍ରଣାଳୟ ଅତି ଉତ୍ସାହର ସହିତ ସବମେରାଇନ୍ସର ଏହି ଫୁଟେଜକୁ ଜାରି କରିଛି। ଗୋଟିଏ ବୁଡ଼ାଜାହାଜ ବାହାରକୁ ଆସିବା ସମୟରେ, ଜଣେ ନାବିକ ଉପରକୁ ଦେଖି ହାତରେ କ୍ୟାମେରା ହଲାଇଥିଲେ। ଆର୍କଟିକ୍ ମହାସାଗର ଫ୍ରାଞ୍ଜ ଜୋସେଫ ଲ୍ୟାଣ୍ଡ ଆର୍କିପେଲାଗୋ ଦ୍ଵୀପ ସମୂହରେ ଏହି ଡ୍ରିଲ୍ କରାଯାଇଥିଲା।