୮୧୯ ଟଙ୍କାର ସିଲିଣ୍ଡର ଗ୍ୟାସ ୧୧୯ ଟଙ୍କାରେ ପାଇପାରିବେ, ଜାଣନ୍ତୁ କିପରି ପାଇବେ ସୁବିଧା?

କରୋନା ଭାରତ ସମେତ ବିଶ୍ୱର ଅନେକ ଦେଶର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଅର୍ଥନୀତି ଦୁର୍ବଳ କାରଣରୁ ଆମ ଦେଶରେ ବିଭିନ୍ନ ସାମଗ୍ରୀର ଦର ଦାମ୍ ବଢିବାରେ ଲାଗିଛି। ତେବେ ଗ୍ୟାସ୍, ଖାଇବା ତେଲ, ପେଟ୍ରୋଲ ଡିଜେଲ ରେଟ୍ ବଢିବା ପରେ ଲୋକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତିନି ମାସରେ ଘରୋଇ ଏଲପିଜି ଦର୍ ଗୋଟିଏ ସିଲଣ୍ଡର ପିଛା ୨୦୦ ଟଙ୍କାରୁ ଅଧିକ ବଢିଛି। ଯାହାର ପ୍ରଭାବ ସିଧାସଳଖ ହାଣ୍ଡିଶାଳ ଉପରେ ପଡ଼ିଛି। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ କହିବୁ କିପରି ୮୧୯ ଟଙ୍କାର ଗ୍ୟାସ୍ ସିଲିଣ୍ଡର କୁ ମାତ୍ର ୧୧୯ ଟଙ୍କାରେ ପାଇପାରିବେ।

ଏଠାରେ ଜଣାଇ ଦେଉଛୁ ଯେ ସବସିଡିଯୁକ୍ତ ଗ୍ୟାସ୍ ସିଲିଣ୍ଡର ପିଛା ଗତ ୩ ମାସରେ ୨୨୫ ଟଙ୍କା ବୃଦ୍ଧି ହୋଇ ଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କାରେ ପହଞ୍ଚିଛି। ହେଲେ ଏହି ମହଙ୍ଗାଇ ବୃଦ୍ଧି ସମୟରେ ପେଟିଏମ୍ ଏକ ସାନଦାର ଅଫର ଆଣିଛି, ଯାହା ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତି ଦେବ। ଏହି ଅଫରର ଜରିଆରେ ଆପଣ କେବଳ ୧୧୯ ଟଙ୍କାରେ ୮୧୯ ଟଙ୍କାର ସିଲିଣ୍ଡର ପାଇପାରିବେ। ଯାହାକି ବଜାର ମୁଲ୍ୟଠୁ ୭୦୦ ଟଙ୍କା କମରେ। ଆପଣଙ୍କୁ ହୁଏତ ଏହା ମିଛ ଲଗୁଥାଇପାରେ କିନ୍ତୁ ଏହି ଅଫରଟି ସମ୍ପୂର୍ଣ୍ଣ ସତ ଅଟେ। ଯଦି ଆପଣ ପେଟିଏମ୍ ରୁ ଗ୍ୟାସ୍ ବୁକିଂ କରନ୍ତି ତେବେ ଆପଣଙ୍କୁ ସିଧାସଳଖ ୭୦୦ ଟଙ୍କା କ୍ୟାସବ୍ୟାକ୍ ମିଳିବ।

ତେବେ ଏହି ଅଫରର ଲାଭ ଉଠାଇବାକୁ କଣ କରିବାକୁ ପଡ଼ିବ ଜାଣନ୍ତୁ। ପ୍ରଥମେ ନିଜ ସ୍ମାର୍ଟ ଫୋନରେ ପେଟିଏମ୍ ଆପ୍ ଡାଉନଲୋଡ୍ କରନ୍ତୁ। ଏହା ପରେ, ପେଟିଏମ୍ କୁ ଯାଇ ଶୋ’ ମୋର ଅପ୍ସନ୍ ଦବାନ୍ତୁ। ବର୍ତ୍ତମାନ ‘ରିଚାର୍ଜ ଏବଂ ପେ ବିଲ୍’ ଦବାନ୍ତୁ। ଏହା ପରେ, ‘ବୁକ୍ ସିଲିଣ୍ଡର’ ଅପ୍ସନ୍ ଖୋଲନ୍ତୁ। ଏହାକୁ ଖୋଲିବା ମାତ୍ରେ, ଆପଣଙ୍କ ସେବା ପ୍ରଦାନକାରୀ ଗ୍ୟାସ୍ ଅର୍ଥାତ୍ HP ଗ୍ୟାସ୍ କିମ୍ବା indian ଏଜେନ୍ସି ଗ୍ୟାସ୍ ବିକଳ୍ପ ବାଛନ୍ତୁ। ତା’ପରେ ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଆପଣଙ୍କର LPG ID ପ୍ରବେଶ କରନ୍ତୁ। ଏହା ପରେ, ଆପଣଙ୍କୁ ପେମେଣ୍ଟ ଅପ୍ସନ୍ ଦେଖାଇବ, ପେମେଣ୍ଟ କରିବା ପୂର୍ବରୁ, ଅଫରରେ ‘FIRSTLPG’ ପ୍ରୋମୋ କୋଡ୍ ବ୍ୟବହାର କରନ୍ତୁ। ଏହାପରେ ଆପଣ ଦେଖି ପାରିବେ ଯେ ଆପଣଙ୍କ ବିଲରେ ୭୦୦ ଟଙ୍କାର କ୍ୟାସବ୍ୟାକ୍ ରିହାତି ଦେଖାଉଛି।

ଏଥି ପାଇଁ କେତେକ ସର୍ତ୍ତାବଳୀ ରହିଛି। ଯେଉଁ ଗ୍ରାହକମାନେ ଏଥିରେ ପ୍ରଥମ ଥର ପାଇଁ ଏଲପିଜି ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତି ସେମାନେ ପେଟିଏମ୍ ଆପ୍ ମାଧ୍ୟମରେ ଏହି ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ, ଅନ୍ୟମାନେ ନୁହେଁ। ଏହି କ୍ୟାସବ୍ୟାକ୍ ଅଫର ୩୧ ମାର୍ଚ୍ଚ ୨୦୨୧ ରେ ସମାପ୍ତ ହୋଇଯିବ। ତେବେ ବୁକିଂର ୨୪ ଘଣ୍ଟା ମଧ୍ୟରେ ଏକ କ୍ୟାସବ୍ୟାକ୍ ର ସ୍କ୍ରାଚ୍ କାର୍ଡ ମିଳିଥାଏ। ଯାହାକୁ ୭ ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡିବ, ନଚେତ୍ ଏହାର ଅବଧି ସମାପ୍ତ ହୋଇଯିବ। ଏହି ଅଫର ବ୍ୟତୀତ, indian ଏଲପିଜି ଗ୍ରାହକମାନେ ଆମାଜନ ପେ ରେ ଗ୍ୟାସ୍ ବୁକିଂ କରି ୫୦ ଟଙ୍କା କ୍ୟାସବ୍ୟାକ୍ ମଧ୍ୟ ପାଇପାରିବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *