ପିଲାବେଳେ ପ୍ରାୟ ସମସ୍ତେ ମା’ ମାନଙ୍କୁ ଗାଧୋଇବା ଓ ଖାଇବା ପାଇଁ ହଇରାଣ କରିଥିବେ। ଆଉ ମା’ ମାନେ ବେଳେ ବେଳେ ବୁଝେଇ ସୁଝେଇ କାମ କରନ୍ତି ତ ଆଉ କେତେବେଳେ ଆଖି ଦେଖାଇ ଗାଧେଇ ଖୁଆଇ ଦିଅନ୍ତି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇ-ରାଲ ହେଉଛି ଯାହାକୁ ଦେଖି ଲୋକ ବେଶ ମଜା ନେଉଛନ୍ତି।
ଏହି ଭାଇ-ରାଲ ଭିଡିଓରେ ଦେଖା ଯାଉଛି ଯେ, ଗୋଟିଏ ସିଂହୀ ନିଜ ଛୁଆଙ୍କୁ ଗାଧୋଇବାକୁ କେନାଲକୁ ଠେଲିଦଉଛି। ଏହି ଭିଡିଓଟିକୁ ଆଇଏଫଏସ୍ ଅଧିକାରୀ ସୁସାନ୍ତ ନନ୍ଦା ନିଜ ଟୁଇଟରରେ ସେୟାର କରିଛନ୍ତି। ସେ ଏହି ଭିଡିଓରେ କ୍ୟାପସନ ଦେଇ ଲେଖିଛନ୍ତି, ‘ସମସ୍ତ ମା’ଙ୍କର ସାର୍ବଜନୀନ ସମସ୍ୟା.. ପିଲାମାନଙ୍କୁ ଗାଧୋଇବା ପାଇଁ ପାଣିକୁ ଛାଡ଼ିବା’।
Universal problem of all mothers…
Putting kids to water for bath pic.twitter.com/a91GMpFfq4— Susanta Nanda IFS (@susantananda3) March 24, 2021
ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସିଂହୀ ସହିତ ଦୁଇ ପିଲା ଛିଡା ହୋଇଛନ୍ତି, ଯେଉଁମାନେ କି କେନାଲରେ ପାଣି ପିଉଛନ୍ତି। ଏହିସମୟରେ ମା’ ସିଂହୀ ଗୋଟିଏ ପିଲାଟିକୁ ପ୍ରେମରେ ଗେଲ କରିବା ଆରମ୍ଭ କରିଦିଏ ଏବଂ ପିଲାଟି ପାଣିରେ ପଡ଼ିଯିବା ଭୟ-ରେ ସେଠାରୁ ଚାଲିଯାଏ। ଏହା ପରେ ସିଂହୀ ଅନ୍ୟ ପିଲାକୁ ନିଜ ପାଟିରେ ଧରି ପାଣି ଭିତରକୁ ଠେଲିଦେଉଛି ଏବଂ ସେ ପାଣିରେ ପଡ଼ିଯାଉଛି। କିନ୍ତୁ ସାବକଟି ପାଣିରେ ପଡ଼ିବା ମାତ୍ରେ ବୁଡିଯିବା ଭ-ୟରେ ସଙ୍ଗେ ସଙ୍ଗେ ପାଣିରୁ ବାହାରି ଆସୁଛି।
ଲୋକମାନେ ଏହି ଭିଡିଓକୁ ଦେଖି ବେଶ ପସନ୍ଦ କରିବା ସହ ଅନେକ ମଜାଳିଆ କମେଣ୍ଟ ଦେଉଛନ୍ତି। ଏବେ ସୁଦ୍ଧା ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ୧୭ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ‘ମାର ପ୍ରେମ’। ସେହିଭଳି ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି – ‘ପିଲାମାନଙ୍କୁ ଗାଧୋଇବା ଆବଶ୍ୟକ ନାହିଁ, କାରଣ ସେମାନେ କଦାପି ଅପରିଷ୍କାର ହୁଅନ୍ତି ନାହିଁ’।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।